କର୍ପୋରେଟର୍ ଅମରେଶ ଜେନାଙ୍କୁ ଦଳରୁ ସସପେଣ୍ଡ କଲା ବିଜେଡି
ଭୁବନେଶ୍ୱର: ଜଣେ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖି ତାଙ୍କୁ ପ୍ରତାରଣା କରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିରୋଧରେ ଆକ୍ସନ ନେଇଛି ବିଜେଡି | ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି | ମିଳିଥିବା ସୂଚନା ମୁତାବକ ଆଜି ନୀଳଗିରିରୁ ବିଜେଡି କର୍ପୋରେଟର୍ ଅମରେଶ ଜେନାଙ୍କୁ ଗିରଫ କରିଥିଲା କମିସନରେଟ୍ ପୁଲିସ୍। ଗତକାଲି ତାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ୫ ସହଯୋଗୀଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଥିଲା। ସୂଚନା ଅନୁସାରେ, ଗତ ଗୁରୁବାର ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଅମରେଶ ଜେନାଙ୍କ ବିରୁଦ୍ଧରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ଭ୍ରୂଣହତ୍ୟା ପାଇଁ ବାଧ୍ୟ କରିବା ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଅମରେଶଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା, କିନ୍ତୁ ଅମରେଶ ଫେରାର ହୋଇଯାଇଥିଲେ। ପୁଲିସ ତାଙ୍କ ମୋବାଇଲ ଟ୍ରାକିଂ କରି କିଛି ସହଯୋଗୀଙ୍କ ସହ ତାଙ୍କ କଥାବାର୍ତ୍ତା ହୋଇଥିବା ଜାଣିବାକୁ ପାଇଥିଲା। ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରାଯିବାରୁ ସେମାନେ ଅମରେଶଙ୍କୁ ଫେରାର ହେବାରେ ସହଯୋଗ କରିଥିବା ସ୍ୱୀକାର କରିଥିଲେ। ପରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।
—–
