ବିଶ୍ୱବିଦ୍ୟାଳୟରେ ବଢୁଛି ବିବାଦ: ଛାତ୍ରଛାତ୍ରୀମାନେ VC ଅଫିସ୍ ଘେରାଉ କରି ରଖିଲେ ଦାବି

ଭୁବନେଶ୍ୱର: ତ୍କଳ ବିଶ୍ୱବିଦ୍ୟାଳୟରେ ବିବାଦ ବଢୁଛି। ଗତକାଲି ଅଣଛାତ୍ରମାନଙ୍କୁ କ୍ୟାମ୍ପସ୍‌ରୁ ହଟାଇବା ପରେ ଆଜି କିଛି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରମାନେ VC ଅଫିସ୍ ଘେରାଉ କରିବା ସହ VCଙ୍କ ସହ ଆଲୋଚନା କରି ଦାବି ରଖିଛନ୍ତି।

ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ମିଶନ ଅଲ୍ ଆଉଟ୍ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି VCଙ୍କୁ। ଜବରଦଖଲ ଉଛେଦ, ଭଡାରେ ଲାଗିଥିବା କ୍ୱାର୍ଟରକୁ ଉଛେଦ ସହ ଯିଏ କ୍ୱାର୍ଟର ଭଡାରେ ଲଗାଇଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନିଶା କାରବାର ବନ୍ଦ କରିବା ସହ କୌଣସି ଅଣଛାତ୍ରଙ୍କୁ କ୍ୟାମ୍ପସ୍‌ରେ ପୁରାଇ ନ ଦେବାକୁ ଦାବି କରିଛନ୍ତି।

ସେପଟେ VC ପ୍ରତିକ୍ରିୟା ରଖି କହିଛନ୍ତି ଯେ ଜବରଦଖଲ ଉଛେଦ, ଭଡା କ୍ୱାର୍ଟର ଉଛେଦ ସହ ନିଶା କାରବାର ଆଦି ସବୁ ଜିନିଷକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ନିପାସ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନୋଟିସ୍ କରାଯାଇଛି ଯେଉଁମାନେ ଜବରଦଖଲ କରିଛନ୍ତି ସେମାନଙ୍କୁ ୩ ଦିନ ସମୟ ଦିଆଯାଇଛି। ସୋମଟ ଖାଲି ନକଲେ ୩ ଦିନ ପରେ ଉଛେଦ ହେବ। ଅନ୍ୟପଟେ ନିଶା କାରବାର ବନ୍ଦ ପାଇଁ ପଦକ୍ଷେପ ନିଆଯାଉଛି। ମିଶନ ଅଲ୍ ଆଉଟ୍ ବିଶ୍ୱବିଦ୍ୟାଳୟରେ ହେବ। ସମସ୍ତଙ୍କୁ ଆଉଟ୍ କରାଯିବ।

କୁଳ ସଚିବଙ୍କ ପ୍ରତିକ୍ରିୟାରେ ମଧ୍ୟ କହିଛନ୍ତି ବିଶ୍ୱବିଦ୍ୟାଳୟ କିଛି କର୍ମଚାରୀ ମେହେନ୍ଦି ପାର୍ଟି କରିଥିବା ଭିଡ଼ିଓ ଭାଇରାଲ୍ ହେଉଛି। ତାହା ଆମ ଦୃଷ୍ଟି ଆକର୍ଷଣ ହୋଇଛି। ତାର ତଦନ୍ତ ବିଶ୍ୱବିଦ୍ୟାଳୟ ତଦନ୍ତ ଟିମ୍ ତଦନ୍ତ କରୁଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ। କିଏ ଓ କେଉଁମାନେ ଏପରି କରୁଥିଲେ ତାହା ଏବେ କ୍ୟାମେରା ସାମ୍ନାରେ ମୁଁ କହିପାରିବିନି।

ଭିସି କହିଛନ୍ତି ମୁଁ ନୂଆ ଦୁଇ ମାସ ହେବ ଆସିଛି। ସମୟ ଲାଗିବ ଏ ସବୁ ଜିନିଷରେ, ଏ ପ୍ରକ୍ରିୟା ଚାଲିଛି ମିଶନ ଅଲ୍ ଆଉଟ୍ ହେବ କ୍ୟାମ୍ପସ୍‌ରେ।

Leave a Reply

Your email address will not be published. Required fields are marked *