ବଦଳିଯିବ କଂଗ୍ରେସ ମୁଖ୍ୟ ଅଫିସର ଠିକଣା, ଜାଣି ରଖନ୍ତୁ ନୂଆ ଠିକଣା

ନୂଆଦିଲ୍ଲୀ: ୪୬ ବର୍ଷ ପରେ ନୂଆ ସ୍ଥାନକୁ ସ୍ଥାନାନ୍ତର ହେବାକୁ ଯାଉଛି କଂଗ୍ରେସ ଦଳର ମୁଖ୍ୟାଳୟ । ନୂଆ ମୁଖ୍ୟାଳୟ ୯ଏ କୋଟଲା ରୋଡରେ ରହିବ । କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଦେଢ଼ ମାସ ମଧ୍ୟରେ ବଦଳି କାର୍ଯ୍ୟ ଶେଷ ହେବ। ଏହି ସମୟରେ ବାକି ବିଭାଗରୁ ଏନଓସି ନିଆଯିବ।

ନୂଆ ମୁଖ୍ୟାଳୟ ଅତ୍ୟାଧୁନିକ ସୁବିଧା ଥିବା ଏକ ୬ ମହଲା କୋଠାରେ ରହିବ। ୨୦୦୯ରେ ୟୁପିଏ-୨ ସରକାର ଗଠନ ହେବା ପରେ ସୋନିଆ ଗାନ୍ଧୀ ଏହି କୋଠାକୁ ଉଦଘାଟନ କରିଥିଲେ। ଏହି କୋଠାସମ୍ପୂର୍ଣ୍ଣ ଭାବେ କର୍ପୋରେଟ୍ ଶୈଳୀରେ ନିର୍ମିତ ହୋଇଛି।

ବର୍ତ୍ତମାନର ମୁଖ୍ୟାଳୟ ୧୯୭୮ ପ୍ରାରମ୍ଭରେ ୨୪ ଆକବର ରୋଡରେ ସ୍ଥାପିତ ହୋଇଥିଲା, ଯାହା ଜରୁରୀକାଳୀନ ପରିସ୍ଥିତି ପରେ ଅନୁଷ୍ଠିତ ନିର୍ବାଚନ ପରେ ନିର୍ମିତ ହୋଇଥିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଦଳୀୟ କାର୍ଯ୍ୟାଳୟକୁ ଲୁଟିୟନ୍ସ ଜୋନ୍ ବାହାରକୁ ସ୍ଥାନାନ୍ତର କରାଯିବା ପରେ କଂଗ୍ରେସକୁ ଏହି ନୂଆ ସ୍ଥାନ ଆବଣ୍ଟନ କରାଯାଇଥିଲା।

ନୂଆ ମୁଖ୍ୟାଳୟ ନିକଟରେ ଦୀନଦୟାଲ ଉପାଧ୍ୟାୟ ମାର୍ଗରେ ବିଜେପି ମୁଖ୍ୟାଳୟ ରହିଛି। କଂଗ୍ରେସ ନିଜ ମୁଖ୍ୟାଳୟର ପ୍ରବେଶ ଦ୍ୱାର କୋଟଲା ମାର୍ଗ ଆଡ଼କୁ ରଖିଛି ଏବଂ ଠିକଣାକୁ ୯ଏ କୋଟଲା ମାର୍ଗକୁ ପରିବର୍ତ୍ତନ କରିଛି।

୨୦୦୯ରେ ଏହି ନୂଆ କୋଠାକୁ ଉଦଘାଟନ କରିଥିବା ସୋନିଆ ଗାନ୍ଧିଙ୍କ ସହ ଏହାର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅହମ୍ମଦ ପଟେଲ ଏବଂ ମୋତିଲାଲ ଭୋରାଙ୍କର ଏବେ ଦେହାନ୍ତ ହୋଇଛି। ୬ ମହଲା ବିଶିଷ୍ଟ ଏହି କୋଠାଟି ଅତ୍ୟାଧୁନିକ ସୁବିଧାରେ ସଜ୍ଜିତ ଏବଂ ସମ୍ପୂର୍ଣ୍ଣ ଭାବେ କର୍ପୋରେଟ୍ ଶୈଳୀରେ ନିର୍ମିତ ହୋଇଛି।

Leave a Reply

Your email address will not be published. Required fields are marked *