ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ଚଳିତ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ

ପୁଣିଥରେ କଲେଜରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନ । ଦୀର୍ଘ ୬ ବର୍ଷ ପରେ ଅର୍ଥାତ ଚଳିତ ଶିକ୍ଷା ବର୍ଷରେ ଅନୁଷ୍ଠିତ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେ ଆହୁରି କହିଛନ୍ତି ଯେ, ‘ଛାତ୍ର ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ର ସଂସଦ ନିର୍ବାଚନ କେବେ ବନ୍ଦ ହେବ ନାହିଁ। କିଛି ହୀନ ଚକ୍ରାନ୍ତ କରି ଛାତ୍ର ନିର୍ବାଚନ ବନ୍ଦ କରିଥିଲେ ପୂର୍ବ ସରକାର । ୨୦୧୮ରୁ ରାଜ୍ୟରେ ବନ୍ଧ ଥିଲା ଛାତ୍ର ସଂସଦ ନିର୍ବାଚନ । ସେହିପରି ABVP ଅଧିବେଶନରେ ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ । ରାଷ୍ଟ୍ର ପୁନଃ ନିର୍ମାଣ ପାଇଁ ଛାତ୍ରଛାତ୍ରୀମାନେ ଏକାଠି ହୁଅନ୍ତି। ବିକଶିତ ଓଡ଼ିଶା ଗଠନ ପାଇଁ ଯୁବ ଶକ୍ତି ସଂଗଠିତ ହୁଅନ୍ତୁ। ଏଥି ସହିତ ୨୦୩୬ ପାଇଁ ପ୍ରସ୍ତାବ ଲୋଡିଲେ ମୁଖ୍ୟମନ୍ତ୍ରୀ।