ଛତିଶଗଡ଼ରେ ମାଓବାଦୀଙ୍କ ବର୍ବର କାଣ୍ଡ, ଦୁଇ ଶିକ୍ଷକଙ୍କୁ କଲେ ହତ୍ୟା

ବିଜାପୁର: ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବର କାଣ୍ଡ | ଦୁଇ ଶିକ୍ଷକଙ୍କୁ ମାଓବାଦୀ ଗଳା କାଟି ହତ୍ୟା କରିଛନ୍ତି | ଛତିଶଗଡ ବିଜାପୁର ରେ ମାଓବାଦୀଙ୍କ ବର୍ବରକାଣ୍ଡ । ଛତିଶଗଡ଼ର ପିଲୁର ଗାଁ ଜଙ୍ଗଲରେ ଶିକ୍ଷକ ବିନୋଦ ମାଡେଙ୍କୁ ହତ୍ୟା କରାଯାଇଛି । ଅନ୍ୟପଟେ ଟେକାମେଟା ଗାଁ ନିକଟରେ ଅନ୍ୟ ଜଣଙ୍କୁ ହତ୍ୟା ସୂଚନା ମିଳିଛି | ପୁଲିସ ଇନଫର୍ମର ସନ୍ଦେହରେ ହତ୍ଯା କରାଯାଇଥିବାର ସନ୍ଦେହ କରାଯାଉଛି|ଅନ୍ୟପଟେ ବର୍ଷକ ମଧ୍ୟରେ ୩୫୭ ମାଓବାଦୀ ମୃତ ହୋଇଥିବା ନେଇ ସ୍ପଷ୍ଟ କରିଛି ମାଓ ସଙ୍ଗଠନ। କେନ୍ଦ୍ରୀୟ କମିଟି ପକ୍ଷରୁ ୨୪ ପୃଷ୍ଠା ବୁକଲେଟ ଜାରି କରାଯାଇଛି | ଏଥିରେ ୧୩୬ ମହିଳା ସମେତ ୩୫୭ ମାଓବାଦୀ ନିହତ ହୋଇଛନ୍ତି ବୋଲି କୁହାଯାଇଛି| କେନ୍ଦ୍ରୀୟ କମିଟିର ୪ ନେତାଙ୍କ ସହ ୧୫ ରାଜ୍ଯ କମିଟି । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିରୁ ୨୮୧ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି |

Leave a Reply

Your email address will not be published. Required fields are marked *