‘ମୋବାଇଲ୍ ବିଗାଡୁଛି ସମ୍ପର୍କ’ । ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ

ବର୍ତ୍ତମାନ ସମସ୍ତେ ଫୋନରେ ବ୍ୟସ୍ତ ରହୁଛନ୍ତି । ସମସ୍ତେ ଗୋଟିଏ ଘରେ ରହୁଥିଲେ ବି ଲୋକେ ପରସ୍ପର ସହ ସମୟ ନ ବିତାଇ ମୋବାଇଲରେ ବ୍ୟସ୍ତ ରହୁଥିବାର ଦେଖିବାକୁ ମିଳୁଛି । ଯେଉଁଥିପାଇଁ ଘରେ ହେଉ କି ବାହାରେ ସମ୍ପର୍କରେ କେଉଁଠି ନା କେଉଁଠି ଫାଟ ସୃଷ୍ଟି ହେଉଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋବାଇଲ ପାଇଁ ନଷ୍ଟ ହେଉଛି ଭାଇଚାରା । କେନ୍ଦୁଝରରେ ପ୍ରଜାପିତା ବ୍ରହ୍ମକୁମାରୀ ଅନୁଷ୍ଠାନର କାର‌୍ୟ୍ୟକ୍ରମରେ ସାମାଜିକ ସଂପର୍କ ସଜାଡିବାର ସୂତ୍ର କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଆଇ ଯୁଗରେ ମଣିଷ ସ୍ମାର୍ଟ ଗେଜେଟ ମୋବାଇଲକୁ ନେଇ ଏତେ ବ୍ୟସ୍ତ ଯେ ସଂପର୍କୀୟଙ୍କ ସହ କଥା ହେବାକୁ ସମୟ ପାଉ ନାହିଁ । ବନ୍ଧୁବାନ୍ଧବଙ୍କ ଗହଣରେ ରହି କିପରି ଲୋକ ମୋବାଇଲରେ ବ୍ୟସ୍ତ ରହୁଛନ୍ତି । ମୋବାଇଲ ଯୋଗୁଁ କିଭଳି ସମ୍ପର୍କ ବିଗୁଡୁଛି ତାହା କହି ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି ଓ ସଂପର୍କ ସୁଧାରିବାକୁ ସମାଜକୁ ବାର୍ତ୍ତା ଦେଇଛନ୍ତି ।

ମୋବାଇଲରେ ବିଶେଷ କରି ସୋସିଆଲ ମିଡିଆରେ ବୁଡି ରହି ମଣିଷ ଆଖପାଖର ପରିସ୍ଥିତି ସହ ସମ୍ୱେଦନହୀନ ହୋଇପଡୁଛି । ତେଣୁ ମୋବାଇଲଠୁ ଦୁରେଇ ରହି ସମୟ ପାଇଲେ, ନିଜ ନିଜ ଭିତରେ ସୁଖଦୁଃଖ ବାଣ୍ଟିବାକୁ କହିଛନ୍ତି ମୋହନ ମାଝୀ । ସେ ଆହୁରି କହିଛନ୍ତି, ସ୍ମାର୍ଟ ଡିଭାଇସ୍ ମୋବାଇଲ ଯୋଗାଯୋଗକୁ ସହଜ ଓ ସରଳ କରିବାର ମାଧ୍ୟମ । କିନ୍ତୁ ଅଧିକ ସମୟ ମୋବାଇଲ ବ୍ୟବହାର ପାରିବାରିକ ସଂପର୍କକୁ ଉଜାଡି ଦେଉଛି । ଯାହାକି ଆଜିର ମଣିଷ ସମାଜ ପାଇଁ ଚିନ୍ତାର ବିସୟ ପାଲଟିଛି ।

Leave a Reply

Your email address will not be published. Required fields are marked *