” ସ୍କ୍ରିନ୍ରୁ କିଚେନ୍ ପର୍ଯ୍ୟନ୍ତ: ରେଷ୍ଟୁରାଣ୍ଟ ବ୍ୟବସାୟରେ ବଲିଉଡ ତାରକା”
ନୂଆଦିଲ୍ଲୀ: ବଲିଉଡରେ ଅନେକ ତାରକା ଅଛନ୍ତି, ଯେଉଁମାନେ ଅଭିନୟ ସହିତ ହସ୍ପିଟାଲିଟି ସେକ୍ଟରରେ ମଧ୍ୟ ପାଦ ଥାପି ନିଜର ରେଷ୍ଟୁରାଣ୍ଟ ଓ କାଫେ ଖୋଲିଛନ୍ତି। କପିଲ ଶର୍ମାଙ୍କଠାରୁ ଆରମ୍ଭ କରି ଶିଲ୍ପା ଶେଟ୍ଟୀ, ସୁନୀଲ ଶେଟ୍ଟୀ ଓ ଅନ୍ୟ କେତେକ ସେଲେବ୍ରିଟି ନିଜର ରେଷ୍ଟୁରାଣ୍ଟ ମାଧ୍ୟମରେ ମୋଟା ଅର୍ଥ ରୋଜଗାର କରୁଛନ୍ତି। ଆସନ୍ତୁ ଜାଣିବା ଏହି ତାରକାମାନଙ୍କ ରେଷ୍ଟୁରାଣ୍ଟ ବିଷୟରେ।
କପିଲ ଶର୍ମା
ଜଣାଶୁଣା କମେଡିଆନ କପିଲ ଶର୍ମା ନିଜର କମେଡି ଦ୍ୱାରା ସମସ୍ତଙ୍କୁ ହସାଇବା ସହ ଏବେ ୬ଟି ହସ୍ପିଟାଲିଟି ଇଣ୍ଡଷ୍ଟ୍ରିରେ ମଧ୍ୟ ପାଦ ଥାପିଛନ୍ତି। ସେ କାନାଡାରେ ‘କ୍ୟାପ୍ସ କାଫେ’ ନାମକ ଏକ କାଫେ ଖୋଲିଛନ୍ତି। ଏହି କାଫେର ଇଣ୍ଟେରିୟର ଗୋଲାପୀ ରଙ୍ଗରେ ସଜାଯାଇଛି, ଯେଉଁଥିରେ କଟଲେରୀ ଠାରୁ ଡିଜାଇନ ପର୍ଯ୍ୟନ୍ତ ସବୁ ଗୋଲାପୀ ରଙ୍ଗରେ ରହିଛି। ତେବେ, ଏହି କାଫେ ଉପରେ ଗତ ଏକ ମାସ ମଧ୍ୟରେ ଦୁଇଥର ଗୁଳି ଚାଳନା ହୋଇଛି, ଯାହା କପିଲଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ଶିଲ୍ପା ଶେଟ୍ଟୀ
ବଲିଉଡ ଅଭିନେତ୍ରୀ ତଥା ଫିଟନେସ ଆଇକନ ଶିଲ୍ପା ଶେଟ୍ଟୀ ମୁମ୍ବାଇରେ ‘ବାଷ୍ଟିଆନ’ ନାମକ ନିଜର ରେଷ୍ଟୁରାଣ୍ଟ ଚଳାଉଛନ୍ତି। ଏହି ରେଷ୍ଟୁରାଣ୍ଟ ସିଫୁଡ ଏବଂ କକଟେଲ ପାଇଁ ବେଶ ପ୍ରସିଦ୍ଧ। ଏହାର ସୁନ୍ଦର ଇଣ୍ଟେରିୟର ଏବଂ ଉଚ୍ଚମାନର ଖାଦ୍ୟ ଅନେକ ବଡ଼ ତାରକାଙ୍କୁ ଆକର୍ଷିତ କରିଥାଏ।
ଧର୍ମେନ୍ଦ୍ର
ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ର କରନାମରେ ‘ହି-ମ୍ୟାନ’ ନାମକ ଏକ ରେଷ୍ଟୁରାଣ୍ଟ ଚଳାଉଛନ୍ତି। ଏହି ରେଷ୍ଟୁରାଣ୍ଟରେ ଉତ୍ତର ଭାରତୀୟ ଶାକାହାରୀ ଖାଦ୍ୟ ପରିବେଷଣ କରାଯାଏ। ଏହାର ଖାସିୟତ ହେଉଛି, ଏହି ରେଷ୍ଟୁରାଣ୍ଟରେ ବ୍ୟବହୃତ ଶାକସବଜି ଧର୍ମେନ୍ଦ୍ରଙ୍କ ନିଜସ୍ୱ ଫାର୍ମରେ ଉତ୍ପାଦିତ ହୁଏ। ରେଷ୍ଟୁରାଣ୍ଟରେ ଧର୍ମେନ୍ଦ୍ରଙ୍କ ଫିଲ୍ମର ପୋଷ୍ଟର ଏବଂ ଫଟୋ ସଜାଯାଇଛି, ଯାହା ଏହାକୁ ଆହୁରି ଆକର୍ଷଣୀୟ କରିଥାଏ।
ସୁନୀଲ ଶେଟ୍ଟୀ
ସୁନୀଲ ଶେଟ୍ଟୀ ବଲିଉଡର ପ୍ରଥମ ଅଭିନେତା ଯିଏ ହସ୍ପିଟାଲିଟି ସେକ୍ଟରରେ ପାଦ ଥାପିଥିଲେ। ସେ ମୁମ୍ବାଇର ବାନ୍ଦ୍ରାରେ ‘H2O’ ନାମକ ଏକ ବାର ଓ ରେଷ୍ଟୁରାଣ୍ଟ ଖୋଲିଥିଲେ, ଯାହା ଯୁବକମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ଥିଲା। କିଛି ବର୍ଷ ଚଳାଇବା ପରେ ସେ ଏହାକୁ ବନ୍ଦ କରି ‘ଲିଟିଲ୍ ଇଟାଲି’ ନାମକ ଏକ ନୂଆ ରେଷ୍ଟୁରାଣ୍ଟ ଖୋଲିଥିଲେ, ଯେଉଁଠି ଅଥେଣ୍ଟିକ ଇଟାଲୀୟ ଖାଦ୍ୟ ପରିବେଷଣ କରାଯାଏ।
ଆଶା ଭୋସଲେ
ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ମଧ୍ୟ ଏକ ରେଷ୍ଟୁରାଣ୍ଟ ଚେନ ଆରମ୍ଭ କରିଛନ୍ତି। ତାଙ୍କର ପ୍ରଥମ ରେଷ୍ଟୁରାଣ୍ଟ ଦୁବାଇରେ ଖୋଲାଯାଇଥିଲା, ଏବଂ ଏବେ ଏହା ଯୁକ୍ତରାଷ୍ଟ୍ର, କୁଏତ, କତାର ଓ ବାହାରେନରେ ମଧ୍ୟ ଖୋଲାଯାଇଛି। ତାଙ୍କ ରେଷ୍ଟୁରାଣ୍ଟରେ ଭାରତୀୟ ଖାଦ୍ୟକୁ ଆଧୁନିକ ଟ୍ୱିଷ୍ଟ ସହ ପରିବେଷଣ କରାଯାଏ। ଦାଲ ମଖନୀ, ତନ୍ଦୁରୀ ଚିକେନ, ମଶରୁମ କୁରକୁରେ ଭଳି ଖାଦ୍ୟ ଏଠାରେ ବେଶ ଲୋକପ୍ରିୟ।
ଏହି ସେଲେବ୍ରିଟିମାନେ ନିଜର ରେଷ୍ଟୁରାଣ୍ଟ ମାଧ୍ୟମରେ କେବଳ ଲୋକପ୍ରିୟତା ନୁହେଁ, ମୋଟା ରୋଜଗାର ମଧ୍ୟ କରୁଛନ୍ତି, ଯାହା ସେମାନଙ୍କ ବ୍ୟବସାୟିକ ଦକ୍ଷତାକୁ ପ୍ରମାଣ କରୁଛି।
