IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ

ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ । ଦିଲ୍ଲୀ ସିବିଆଇରୁ ଆସିଛି ସମନ । ଗତ ୧୦ ତାରିଖରେ ସିବିଆଇ ତରଫରୁ ଏହି ସମନ ପଠାଇଥିବା ସୂଚନା ମିଳିଛି ।

ଟେଣ୍ଡର ଫିକ୍ସିଂ ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ଆକାଉଣ୍ଟରୁ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ସୂଚନା ରହିଛି । ଏହି ମାମଲାରେ ବିଷ୍ଣୁପଦଙ୍କ ଠାରୁ ତାଙ୍କ ଡ୍ରାଇଭରଙ୍କ ବିଷୟରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଛି ସିବିଆଇ । ଏହି ପରିପ୍ରେକ୍ଷୀରେ ସିବିଆଇ ତାଙ୍କୁ ସମନ କରିଥିବା ଜଣାପଡିଛି ।

ପ୍ରକାଶ ଯେ, ଭୁବନେଶ୍ବରରୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍ର ଜିଜିଏମ୍ ଏକ ଠିକା ସଂସ୍ଥାରୁ ୧୦ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲା ଏବେ ନୂଆ ମୋଡ଼ ନେଇଛି । ସିବିଆଇ ଘଟଣାର ଖୋଳତାଡ କରିବା ପରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *