ସେକେଣ୍ଡ ହ୍ୟାଣ୍ଡ କାର କିଣୁଥିଲେ ଏସବୁ କଥା ପ୍ରତି ଦୃଷ୍ଟି ଦିଅନ୍ତୁ, ନଚେତ ପସ୍ତେଇବେ

ଅନେକ ସମୟରେ ଲୋକଙ୍କ ପାଇଁ ନୂଆ ଗାଡ଼ି କିଣିବା ସମ୍ଭବ ହୁଏ ନାହିଁ ଏବଂ ସେମାନେ ସେମାନଙ୍କର ଗାଡ଼ି ସ୍ୱପ୍ନ ପୂରଣ କରିବାକୁ ଚାହାଁନ୍ତି। ଏପରି ପରିସ୍ଥିତିରେ, ସେମାନେ ସେକେଣ୍ଡ ହ୍ୟାଣ୍ଡ କିମ୍ବା ପୁରୁଣା କାର ଆଡକୁ ମୁହାଁଇଥାନ୍ତି। ଅନେକ ସମୟରେ ଆମେ ଏକ ଭଲ ଏବଂ କାର୍ଯ୍ୟକ୍ଷମ ଅବସ୍ଥାରେ ଥିବା ଗାଡ଼ି ପାଇଥାଉ କିନ୍ତୁ କେତେକ ସମୟରେ ପରେ ସମସ୍ୟା ଦେଖାଦିଏ ଏବଂ ତା’ପରେ ଆମେ ଭାବୁଥାଉ ଯେ ଆମେ କେଉଁଠି ଫସିଲୁ। ଏହାକୁ ଏଡାଇବା…

Read More

ନିର୍ଯାତନା ହେଲେ ଏହି ନମ୍ବରରେ ଜଣାଅ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ସମସ୍ତ ରେଜିଷ୍ଟାର ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।ଏଥିସହ କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ (POSH Act, 2013) ଏବଂ ଏହି ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ…

Read More

ଇୟରବଡ୍ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ୱର: ସବୁବେଳେ କାନରେ ଇୟରବଡ଼ ଲଗାଉଥିଲେ ଆପଣ ବି ହରାଇପାରନ୍ତି ଶୁଣିବାର କ୍ଷମତା | ଡାକ୍ତରଙ୍କ କହିବା ଅନୁସାରେ ଇୟରବଡ଼ ଓ ହେଡଫୋନ ଶବ୍ଦକୁ ସିଧା କାନ ଭିତରକୁ ପଠାଏ | ଯଦି ଅଧିକ ସମୟ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରାଯିବ ତେବେ ଶୁଣିବା ଶକ୍ତି କିଛି ସମୟ ପାଇଁ ନଚେତ ଜୀବନ ସାରା ଚାଲିଯାଇପାରେ | ଏହାଦ୍ୱାରା କାନ ଭିତରେ ଥିବା ସୂକ୍ଷ୍ମ କୋଷ ଗୁଡିକ ଖରାପ ହୋଇଯାଏ | ଏହି କୋଷ କାନରୁ ମସ୍ତିଷ୍କକୁ…

Read More

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା: ୧.୬୭ କୋଟି ପରିବାରଙ୍କୁ ମିଳିବ ମାଗଣା ବିଜୁଳି |

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରି ରାଜ୍ୟର ୧.୬୭ କୋଟି ପରିବାରଙ୍କୁ ମାଗଣା ବିଜୁଳି ଯୋଗାଇ ଦେବାକୁ ନିଶ୍ଚିତ କରିଛନ୍ତି। ଗୁରୁବାର ଦିନ ସେ ଘୋଷଣା କରିଛନ୍ତି ଯେ, ୧ ଅଗଷ୍ଟ ୨୦୨୫ରୁ, ଅର୍ଥାତ୍ ଜୁଲାଇ ମାସର ବିଜୁଳି ବିଲ୍‌ରୁ ଆରମ୍ଭ କରି, ରାଜ୍ୟର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୧୨୫ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ମିଳିବ। ଏହି ନିଷ୍ପତ୍ତି ରାଜ୍ୟର ୧.୬୭ କୋଟି ପରିବାରଙ୍କୁ ଉପକୃତ…

Read More

ବେଙ୍ଗାଲୁରୁରେ ଘରୋଇ ବିଦ୍ୟାଳୟଗୁଡ଼ିକୁ ବୋମା ଧମକ କୁ ନେଇ ସତର୍କତା ଜାରି |

ବେଙ୍ଗାଲୁରୁ: ୧୮ ଜୁଲାଇ ୨୦୨୫, ଆଜି ସକାଳେ ବେଙ୍ଗାଲୁରୁ ସହରର ପ୍ରାୟ ୪୦ଟି ଘରୋଇ ବିଦ୍ୟାଳୟକୁ ବୋମା ଧମକ ଇମେଲ୍‌ ଯୋଗେ ପ୍ରାପ୍ତ ହେବା ପରେ ସହରରେ ଆତଙ୍କ ଖେଳିଯାଇଛି। ରାଜରାଜେଶ୍ୱରୀ ନଗର, କେଙ୍ଗେରୀ ଏବଂ ଅନ୍ୟାନ୍ୟ ଅଞ୍ଚଳର ଥିବା ଘରୋଇ ବିଦ୍ୟାଳୟଗୁଡ଼ିକ ଏହି ଧମକର ଶିକାର ହୋଇଛି, ଯାହା ଫଳରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବିଦ୍ୟାଳୟ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଘଟଣାର ତୁରନ୍ତ ପ୍ରତିକ୍ରିୟାରେ ବେଙ୍ଗାଲୁରୁ ସହର ପୁଲିସ ବିଭିନ୍ନ…

Read More

ସାଙ୍ଗ କିମ୍ବା ସମ୍ପର୍କୀୟଙ୍କ ପାଇଁ ଲୋନ ଗ୍ୟାରେଣ୍ଟର ହେବା ପୂର୍ବରୁ ସାବଧାନ!

ଭୁବନେଶ୍ୱର: ଯଦି ଆପଣ ଆପଣଙ୍କ ସାଙ୍ଗ କିମ୍ବା ସମ୍ପର୍କୀୟଙ୍କ ପାଇଁ ଲୋନର ଗ୍ୟାରେଣ୍ଟର ହେବାକୁ ଯାଉଛନ୍ତି, ତେବେ ପ୍ରଥମେ ଏହାର ଆଇନଗତ ଏବଂ ଆର୍ଥିକ ପରିଣାମ ବୁଝନ୍ତୁ। ଗ୍ୟାରେଣ୍ଟର ହେବା ମାନେ ଋଣଗ୍ରହୀ ଋଣ ପରିଶୋଧ କରିବାରେ ବିଫଳ ହେଲେ, ଆପଣଙ୍କୁ ସେହି ଋଣ ପରିଶୋଧ କରିବାକୁ ପଡ଼ିପାରେ। ଆର୍ଥିକ ବିଶେଷଜ୍ଞଙ୍କ ମତରେ, ଗ୍ୟାରେଣ୍ଟର ହେବା ଏକ ବଡ଼ ଦାୟିତ୍ୱ। ଋଣଗ୍ରହୀ ଋଣ ଫେରାଇ ନପାରିଲେ, ବ୍ୟାଙ୍କ କିମ୍ବା ଆର୍ଥିକ ଅନୁଷ୍ଠାନ ଗ୍ୟାରେଣ୍ଟରଙ୍କଠାରୁ ଅର୍ଥ ଆଦାୟ କରିପାରେ।…

Read More

କ୍ଲଗ୍ସ ଆପଣଙ୍କ ପାଦକୁ କ୍ଷତି ପହଞ୍ଚାଉଛି କି ?

ସୁନ୍ଦର,ରଙ୍ଗୀନ ଓ ଲୋକପ୍ରିୟ କ୍ଲଗ୍ସ ଜୋତା ସମସ୍ତେ ପିନ୍ଧିବାକୁ ପସନ୍ଦ କରନ୍ତି | ଛୋଟ ପିଲାଠାରୁ ଆରମ୍ଭ କରି ମହିଳା ପୁରୁଷ ତଥା ସେଲିବ୍ରେଟିମାନେ ମଧ୍ୟ ଏହାକୁ ବହୁତ ଆଗ୍ରହର ସହ ପିନ୍ଧୁଛନ୍ତି, କିନ୍ତୁ ଏହା କଣ ପାଦର ସ୍ୱାସ୍ଥ୍ୟକୁ ଗୁରୁତର କ୍ଷତି ପହଞ୍ଚାଉଛି କି? ପାଦ ଚିକିତ୍ସକମାନେ ଏକ ଗୁରୁତର ଚେତାବନୀ ଜାରି କରିଛନ୍ତି ଯେ ଏହି ଜୋତାରେ ପର୍ଯ୍ୟାପ୍ତ ପରିମାଣର ହାନିକାରକ ରାସାୟନିକ ଦ୍ରବ୍ୟ ବ୍ୟବହୃତ ହେଉଛି ତଥା ଏହା ଯେଉଁ ପ୍ଲାସ୍ଟିକରେ ନିର୍ମାଣ…

Read More

୧୪ଦିନରେ ୮ ବଡ଼ ମୁଣ୍ଡ ଗଡାଇଲେଣି ଅପରାଧି

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ରାଜ୍ୟରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟି ଚାଲିଛି। ଅପରାଧୀଙ୍କୁ ପୋଲିସର ଭୟ ନାହିଁ। ରାସ୍ତା ଘାଟ ନୁହେଁ ହସ୍ପିଟାଲ ଆଇସିୟୁରେ ପଶି ଗ୍ୟାଙ୍ଗଷ୍ଟରକୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ୫ଜଣ ସଶସ୍ତ୍ର ବ୍ୟକ୍ତି ବିହାରର ଏକ ହସ୍ପିଟାଲରେ ପଶି ଆଇସିୟୁରେ ଚିକିତ୍ସିତ ହେଉଥିବା ଗ୍ୟାଙ୍ଗଷ୍ଟର ଚନ୍ଦନ ମିଶ୍ରକୁ ଗୁଳିକରି ହତ୍ୟା କରିଛନ୍ତି। ସିସିଟିଭି କ୍ୟାମେରାରେ ପୁରା ଘଟଣା କଏଦ ହୋଇଛି। କେମିତି ଧାଡ଼ିରେ ଆସୁଛନ୍ତି…

Read More

ମୃତ ଲୋକଙ୍କ ଆଧାର ନମ୍ବର ବନ୍ଦ କଲା UIDAI

ନୂଆଦିଲ୍ଲୀ: ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ମୃତ ଲୋକଙ୍କର ଆଧାର ନମ୍ବରର ଅପବ୍ୟବହାର ରୋକିବା ପାଇଁ ନେଇଛି ବଡ଼ ପଦକ୍ଷେପ । ଏପର୍ଯ୍ୟନ୍ତ UIDAI ୧.୧୭ କୋଟିରୁ ଅଧିକ ଆଧାର ନମ୍ବରକୁ ବନ୍ଦ କରିସାରିଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୃତ ବ୍ୟକ୍ତିଙ୍କ ଆଧାର ନମ୍ବର ବ୍ୟବହାର କରି କୌଣସି ଠକେଇ ନ ହେଉ।UIDAI ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ଠାରୁ ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧.୫୫ କୋଟି ମୃତ୍ୟୁ ରେକର୍ଡ ସଂଗ୍ରହ କରିଛି।…

Read More

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାରେ ବରିଷ୍ଟ ନେତା ବିଜୟମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ୱର: ବାଲେଶ୍ୱର ଫକୀର ମୋହନ କଲେଜରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଓଡ଼ିଶାରେ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ସମ୍ପର୍କରେ ବରିଷ୍ଠ ନେତା ବିଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ଘଟଣାକୁ ଆରମ୍ଭରୁ ହାଲୁକା ଭାବେ ନେବା ଉଚିତ୍ ହୋଇନାହିଁ।ଏହି ଘଟଣାର ତଦନ୍ତ କୋର୍ଟର ହେବା ଉଚିତ, ଯାହା ଦ୍ୱାରା ସତ ବାହାରକୁ ଆସିବ ଓ ଦୋଷୀମାନଙ୍କୁ ଦଣ୍ଡ ମିଳିବ। ସେ ସରକାରଙ୍କ ଉପରେ ଅପବାଦ ଲଗାଇଛନ୍ତି ଯେ ସରକାର…

Read More