ଓଡ଼ିଶାରେ ବୁଧବାରଠୁ ପାଗ ଶୁଖିଲା, କିଛି ଜିଲ୍ଲାରେ ବର୍ଷା ଓ ବିଜୁଳି ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ଧରି ଲଗାତାର ବର୍ଷା ଜାରି ରହିଥିବା ବେଳେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବୁଧବାରଠାରୁ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏବେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି, ଯାହାଫଳରେ ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ର ଅନୁସାରେ, ମୌସୁମୀ ଟ୍ରଫ୍‌ ବର୍ତ୍ତମାନ ଶ୍ରୀଗଙ୍ଗାନଗର, ଝୁନ୍‌ଝୁନୁ, ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ, ସଂଲଗ୍ନ ପୂର୍ବ ରାଜସ୍ଥାନ,…

Read More

ପୁଣେରେ ଆଇଟି ଇଞ୍ଜିନିୟରଙ୍କ ଆତ୍ମହତ୍ୟା: ଅଫିସ ମିଟିଙ୍ଗରୁ ବାହାରି ସପ୍ତମ ମହଲାରୁ ଡେଇଁଲେ

ପୁଣେ :ପୁଣେର ହିଞ୍ଜେୱାଡ଼ି ଆଇଟି ପାର୍କରେ କାର୍ଯ୍ୟରତ ଜଣେ ୨୩ ବର୍ଷୀୟ ଆଇଟି ଇଞ୍ଜିନିୟର ପିୟୁଷ ଅଶୋକ କାୱାଡ଼େ ସୋମବାର ସକାଳେ ନିଜ ଅଫିସର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ନାସିକର ବାସିନ୍ଦା ପିୟୁଷ ଆଟଲାସ କୋପ୍କୋ ନାମକ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଦେଢ଼ ବର୍ଷରୁ ଅଧିକ ସମୟ ଧରି କାମ କରୁଥିଲେ। ପୋଲିସ ସୂଚନା ଅନୁଯାୟୀ, ସେ ଏକ ମିଟିଙ୍ଗରେ ଥାଇ ମଝିରେ ଛାତିରେ ଯନ୍ତ୍ରଣା ହେଉଥିବା କାରଣ ଦର୍ଶାଇ ବାହାରକୁ ଯାଇଥିଲେ ଏବଂ…

Read More

ଶୋଇପଡିଲେ ଡାକ୍ତର, ଆହତ ରୋଗୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ମେରଠସ୍ଥିତ ଏଲଏଲଆରଏମ ମେଡିକାଲ କଲେଜର ଜରୁରୀକାଳୀନ ବିଭାଗରୁ ଏକ ହୃଦୟବିଦାରକ ଏବଂ ଅବହେଳାପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି। ଏକ ଭାଇରାଲ ଭିଡିଓରେ ଦେଖାଯାଇଛି ଯେ ଜରୁରୀକାଳୀନ ବିଭାଗରେ ଡ୍ୟୁଟିରେ ଥିବା ଜୁନିଅର ଡାକ୍ତର ଭୂପେଶ କୁମାର ରାୟ ଏବଂ ଅନିକେତ ଚିକିତ୍ସା କରିବା ପରିବର୍ତ୍ତେ ଟେବୁଲ ଉପରେ ଗୋଡ଼ ରଖି ଗଭୀର ନିଦ୍ରାରେ ଶୋଇଥିଲେ। ଏହି ସମୟରେ, ତାଙ୍କ ସାମ୍ନାରେ ରକ୍ତଜୁଡୁବୁଡୁ ଜଣେ ଆହତ ରୋଗୀ ସୁନୀଲ ଷ୍ଟ୍ରେଚରରେ ଯନ୍ତ୍ରଣାରେ ଛଟପଟ…

Read More

ମହାଦେବଙ୍କ ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା, ୧୮ ଶ୍ରଦ୍ଧାଳୁଙ୍କର ମୃତ୍ୟୁ

ଝାଡ଼ଖଣ୍ଡ : ଦେଓଘର ନିକଟସ୍ଥ ଜାମୁନିଆ ଜଙ୍ଗଲ ଏକ ବଡ଼ ଦୁର୍ଘଟଣା ଦେଖିଲା ଯେଉଁଠି ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହଁମୁହିଁ ଧକ୍କା ହେବା ଫଳରେ ୧୮ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି ଓ ୨୦ ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଏହି କାଉଡ଼ିଆମାନେ ବୈଦନାଥ ଧାମରେ ଜଳାଭିଷେକ କରି ଘରକୁ ଫେରୁଥିଲେ। ଏହି ଦୁର୍ଘଟଣା ଆଜି ଭୋର ୪:୩୦ ଦରମିଆନ ଘଟିଥିଲା। ବସ୍ ଟି ଗଂଗା ଜଳ ବୋଝେଇ ଥିବା ଏକ ଟ୍ରକ୍ ସହ…

Read More

ଏଣିକି ଦିନକୁ ଏତିକି ଥର କରିପାରିବେ ବାଲାନ୍ସ ଚେକ! ବାଲାନ୍ସ ଚେକ ପାଇଁ ଲାଗିବ କଟକଣା|

ଭୁବନେଶ୍ବର:ଆସନ୍ତା ଅଗଷ୍ଟ ପହିଲାରୁ ନୂଆ ୟୁପିଆଇ ନିୟମ କାର୍ଯ୍ୟକାରୀ ହେବ। ଯଦି ଆପଣ ନିୟମିତ ଭାବରେ ପେଟିଏମ, ଫୋନପେ, ଗୁଗୁଲ ପେ କିମ୍ବା ଅନ୍ୟ କୌଣସି ୟୁପିଆଇ ପ୍ଲାଟଫର୍ମ ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏହା ଜାଣିବା ବହୁତ ଗୁରୁତ୍ୱପୂର୍ଣ୍ଣ ଯେ ଆସନ୍ତା ମାସରୁ କ’ଣ ପରିବର୍ତ୍ତନ ହେବାକୁ ଯାଉଛି। ୟୁପିଆଇ ଇକୋସିଷ୍ଟମକୁ ତଦାରଖ କରୁଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ସିଷ୍ଟମ ଉପରେ ଚାପ କମାଇବା ସହିତ ପେମେଣ୍ଟ ବିଳମ୍ବ ଏବଂ…

Read More

ପାପୋଛରେ ମହାପ୍ରଭୁଙ୍କ ଛବି, ଅନଲାଇନ ସପିଙ୍ଗ ସଂସ୍ଥାର ମନମାନୀ

ପୁରୀ: ମହାପ୍ରଭୁଙ୍କୁ ଅପମାନର ସମସ୍ତ ସୀମା ଅତିକ୍ରମ କରିଛି ଅନ୍ତର୍ଜାତୀୟ ଅନ୍‌ଲାଇନ୍‌ ସପିଂ ସଂସ୍ଥା। ପାପୋଛ ଭଳି ଗୋଡ଼ ପୋଛିବା ମ୍ୟାଟ୍‌ରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ଚିତ୍ରିତ କରାଯାଇଛି। ଅନଲାଇନ ସପିଙ୍ଗ ସାଇଟରେ ଯେଉଁ ପାପୋଛର ବିଜ୍ଞାପନ ପ୍ରଦର୍ଶିତ ହୋଇଛି ସେଇ ପାପୋଛରେ ଜଣେ ବ୍ୟକ୍ତି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି | କେବଳ ଏତିକି ନୁହେଁ ଵିଜ୍ଞାପନରେ ମହାପ୍ରଭୁଙ୍କ ଛବିକୁ କଦର୍ଥ କରାଯାଇଥିବାବେଳେ ଏହି ପାପୋଛ କିଣିବାକୁ ଲୋକଙ୍କୁ କୁହାଯାଉଛି | ‘ଲର୍ଡ ଜଗନ୍ନାଥ ମଣ୍ଡଳ ଆର୍ଟ…

Read More

ଅପରେସନ ମହାଦେବ: ୩ଲସ୍କର ଆତଙ୍କବାଦୀଙ୍କୁ ସଫା କଲା ଭାରତୀୟ ସେନା

ନୂଆଦିଲ୍ଲୀ : ଭାରତୀୟ ସେନା ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଠିକ୍ ତିନି ମାସ ପରେ ପହଲଗାମରେ ୨୬ ନିରୀହ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ନିପାତ କରିଛି ଭାରତୀୟ ସେନା | ସୂଚନା ଅନୁଯାୟୀ , ତିନି ପାକିସ୍ତାନୀ ଆତଙ୍କବାଦୀ ସୁଲେମାନ, ୟାସିର ଓ ହାସିମଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ସୁଲେମାନ ଓ ୟାସିର ପହଲଗାମ ଆକ୍ରମଣରେ ସାମିଲ ଥିଲେ। ବଡ କଥା ଯେ ୩ଆତଙ୍କୀ ମଧ୍ୟରେ…

Read More

ନକଲି ଦୂତାବାସ ଚଲେଇ ପାଖାପାଖି ୩୦୦ କୋଟିର ଦୁର୍ନୀତି

ନୂଆଦିଲ୍ଲୀ: ଗାଜିଆବାଦରେ ନକଲି ଦୂତାବାସ ଚଳାଇବା ଅଭିଯୋଗରେ ଗିରଫ ହର୍ଷବର୍ଦ୍ଧନ ଜୈନଙ୍କ ବିରୋଧରେ ତଦନ୍ତରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଜୈନ ପ୍ରାୟ ୩୦୦ କୋଟି ଟଙ୍କାର ଦୁର୍ନୀତି, ୧୦ ବର୍ଷରେ ୧୬୨ ଥର ବିଦେଶ ଗସ୍ତ ଓ ବିଦେଶୀ ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ଥିବା ସନ୍ଦେହ କରାଯାଉଛି। ଗତ ସପ୍ତାହରେ ଗାଜିଆବାଦର ଏକ ଭଡ଼ାଘରୁ ତାଙ୍କୁ ଗିରଫ କରାଯାଇଥିଲା। ଉତ୍ତରପ୍ରଦେଶ ସ୍ପେସାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ତଦନ୍ତରୁ ଜଣାପଡ଼ିଛି, ଜୈନ ଚାକିରି ରାକେଟ ଓ…

Read More

କିଏ କାହାକୁ ଫସେଇଲା? ପରସ୍ପର ଉପରେ ଦୋଷ ଲଦିଲେ ଅମରେଶ-ଅର୍ଚ୍ଚନା

ଭୁବନେଶ୍ବର: ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ଭୃଣହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ଭୁବନେଶ୍ବର ମହାନଗର ନିଗମର କର୍ପୋରେଟର ଅମରେଶ ଜେନା, ଓରଫ ବାଇଁଆ ଗିରଫ ହୋଇଛନ୍ତି। ଲକ୍ଷ୍ମୀସାଗର ଥାନା ପୁଲିସ ତାଙ୍କୁ ବାଲେଶ୍ବର ଜିଲ୍ଲାର ନୀଳଗିରି ବରହମପୁର ଅଞ୍ଚଳରୁ ଗିରଫ କରିଥିଲା। ତେବେ ଗିରଫ ପରେ ଅମରେଶ ଜେନା, ଅର୍ଚ୍ଚନା ନାଗଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି। କୋର୍ଟକୁ ଯିବା ସମୟରେ ଅମରେଶ ଗଣମାଧ୍ୟମକୁ କହିଛନ୍ତି ଯେ ସେ…

Read More

ଟିସିଏସରେ ବଡ ଛଟେଇ ଯୋଜନା: ୧୨,୦୦୦ କର୍ମଚାରୀଙ୍କୁ କରିଦେବ ବିଦା

ଭୁବନେଶ୍ବର: ଦେଶର ସର୍ବବୃହତ ଆଇଟି ସେବା ପ୍ରଦାନକାରୀ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (TCS)କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି | ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ଏପ୍ରିଲ ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ କମ୍ପାନୀ ପ୍ରାୟ ୨% କର୍ମଚାରୀ, ଅର୍ଥାତ୍ ୧୨,୦୦୦ ରୁ ଅଧିକ ଲୋକଙ୍କୁ ବିଦା କରିବାକୁ ଯୋଜନା କରିଛି। ଟିସିଏସ୍ ସିଇଓ କେ.କୃତିବାସନ୍ କହିଛନ୍ତି ଯେ, କମ୍ପାନୀ ଏବେ ବିପୁଳ ଧାରାରେ ବଦଳୁଥିବା ପ୍ରଯୁକ୍ତିବିଦ୍ୟା, ବିଶେଷ କରି AI (କୃତ୍ରିମ…

Read More