ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ଓଡ଼ିଶାରେ ଲାଗିବ ୭୫ ଲକ୍ଷ ଗଛ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୫ତମ ଜନ୍ମଦିନ। ଏହି ଅବସରରେ ଓଡ଼ିଶାରେ ଗୋଟିଏ ଦିନରେ ରେକର୍ଡ ୭୫ ଲକ୍ଷ ଗଛ ଲଗାଯିବ। ଏହା ହେବ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାବାସୀଙ୍କ ଉପହାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ‘ଏକ୍ ପେଡ଼୍ ମା କେ ନାମ୍’ ଅଭିଯାନର ଏକ ବୈଠକରେ ଏହି ଘୋଷଣା କରିଛନ୍ତି। ‘ଏକ୍ ପେଡ଼୍ ମା କେ ନା ମ୍’ ଅଭିଯାନ ଗତ ବର୍ଷ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ। ଚଳିତ ବର୍ଷ…

Read More

୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ ଉପରାଷ୍ଟ୍ରପତି ନିର୍ବାଚନ: କିଏ ନେବେ ଧନଖଡ଼ଙ୍କ ସ୍ଥାନ?

ନୂଆଦିଲ୍ଲୀ :ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବଡ଼ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ। ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ, ୭ ଅଗଷ୍ଟରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରାଯିବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ୨୧ ଜୁଲାଇରେ ତାଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା କାରଣରୁ ହଠାତ୍ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ।…

Read More

୧୨ଟି ମରହଟ୍ଟା ଦୁର୍ଗ ବିଶ୍ୱ ଐତିହ୍ୟ ସ୍ଥଳୀ ଭାବରେ ଘୋଷିତ

ଭୁବନେଶ୍ଵର: ଭାରତ ପାଇଁ ଆସିଲା ଖୁସିର ଖବର! ୟୁନେସ୍କୋ ମହାରାଷ୍ଟ୍ରର ୧୧ଟି ଓ ତାମିଲନାଡ଼ୁର ୧ଟିକୁ ମିଶାଇ ୧୨ଟି ମରହଟ୍ଟା ଦୁର୍ଗକୁ ବିଶ୍ୱ ଐତିହ୍ୟ ସ୍ଥଳୀ ଭାବରେ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦୀ କହିଛନ୍ତି ଯେ ସଲହେର, ଶିବନେରୀ, ଖାନ୍ଦେରୀ, ପ୍ରତାପଗଢ଼, ବିଜୟଦୁର୍ଗ ଓ ରାଇଗଡ ସ‌ହିତ ଅନ୍ୟାନ୍ୟ ଦୁର୍ଗଗୁଡ଼ିକ ଛତ୍ରପତି ଶିବାଜୀ ମହାରାଜଙ୍କ ସାହସ, ରଣନୀତି ଓ ଦୂରଦୃଷ୍ଟିର ଜୀବନ୍ତ ଦୃଷ୍ଟାନ୍ତ ଭାବରେ ଅବସ୍ଥିତ। ଏହି ଦୁର୍ଗଗୁଡ଼ିକ…

Read More

ପ୍ରଶ୍ନପତ୍ର ଲିକ୍‌ ରୁ ନିଯୁକ୍ତି ବାତିଲ୍‌ ପର୍ଯ୍ୟନ୍ତ: କେବେ ଅଟକିବ ବିଭ୍ରାଟ?

ଭୁବନେଶ୍ୱର: ୨୦୨୫ ର ପ୍ରଥମ ୭ ମାସ, ଅର୍ଥାତ୍ ଜାନୁଆରୀରୁ ଜୁଲାଇ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ନିଯୁକ୍ତି ପରୀକ୍ଷା ସ୍ୱଚ୍ଛ ଭାବେ ହୋଇପାରିନାହିଁ। କେବେ ପ୍ରଶ୍ନପତ୍ରରେ ଭୁଲ୍, ତ କେବେ ପ୍ରଶ୍ନପତ୍ର ଲିକ୍ ହେବାର ଅଭିଯୋଗ ସାମ୍ନାକୁ ଆସୁଛି। ଏକାଦିନରେ ଏକାଧିକ ପରୀକ୍ଷା ଘୋଷଣା କରି ପ୍ରଶାସନ ହଇରାଣ ହେଉଛି। ଏକ ପରୀକ୍ଷା ପରେ ଆଉ ଏକ ପରୀକ୍ଷା ସ୍ଥଗିତ ହେଉଛି, ଯାହା ରାଜ୍ୟ ସରକାରଙ୍କୁ ବଦନାମ କରୁଛି। ତଦନ୍ତ ପରେ କେତେଜଣ ଛୋଟ କର୍ମଚାରୀଙ୍କୁ ଗିରଫ…

Read More

ଶରଧାବାଲି ଦଳାଚକଟା ଘଟଣା ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା

ଭୁବନେଶ୍ୱର: ଗତ ଜୁନ୍ ୨୯ ତାରିଖରେ ପୁରୀ ଶରଧାବାଲିରେ ରଥଯାତ୍ରା ସମୟରେ ଦଳାଚକଟା ଘଟଣାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ ରିପୋର୍ଟ କମିସନର ଅନୁ ଗର୍ଗ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ଦେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଅନୁ ଗର୍ଗଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା। ସରକାର ଏକ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମତୀ ଗର୍ଗ ଏକ ମାସ ଦୁଇ ଦିନରେ…

Read More

ବାଂଲାଦେଶୀ ଅଭିନେତ୍ରୀଙ୍କୁ କିପରି ମିଳିଲା ଦୁଇଟି ଆଧାର କାର୍ଡ?

କୋଲକାତା: କୋଲକାତାର ଯାଦବପୁରରୁ ଜଣେ ବାଂଲାଦେଶୀ ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଅଭିନେତ୍ରୀଙ୍କ ନାମ ହେଉଛି ଶାନ୍ତା ପାଉଲ | ଅଭିଯୋଗ ଅନୁଯାୟୀ, ସେ ନକଲି କାଗଜପତ୍ର ତିଆରି କରି ଭାରତରେ ରହୁଥିଲେ। ଅଭିନେତ୍ରୀଙ୍କ ଘରୁ ଅନେକ ବାଂଲାଦେଶୀ କାଗଜପତ୍ର ମଧ୍ୟ ଉଦ୍ଧାର କରାଯାଇଛି।ଏଥିରେ ବାଂଲାଦେଶୀ ମାଧ୍ୟମିକ ପରୀକ୍ଷାର ପ୍ରବେଶପତ୍ର, ବାଂଲାଦେଶ ଏୟାରଲାଇନ୍ସ ପରିଚୟପତ୍ର ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ଶାନ୍ତା ପାଉଲଙ୍କ ପାଖରେ ଦୁଇଟି ଆଧାର କାର୍ଡ ମିଳିଛି। ଗୋଟିଏ ଠିକଣାରେ କୋଲକାତାର ଏବଂ ଅନ୍ୟଟିରେ ବର୍ଦ୍ଧମାନର।…

Read More

କ୍ୟାନ୍ସରରେ ପୀଡ଼ିତ ଥିଲେ ଶାଶୁ, ରାତିରେ ରାସ୍ତାରେ ଫିଙ୍ଗି ଦେଲା ବୋହୂ!

ଅଯୋଧ୍ୟା: ମାନବତା ଦୃଷ୍ଟିରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି, ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧାଙ୍କୁ ଏକ ଫର୍ଣ୍ଣିଚର ଦୋକାନ ଆଗରେ ରାସ୍ତାରେ ଛାଡ଼ି ଚାଲିଯାଇଥିଲା ବୋହୂ। ସେ ବୃଦ୍ଧାଙ୍କ ନାମ ଭଗବତୀ ଦେବୀ ବୋଲି ଚିହ୍ନଟ ହୋଇଛି, ଯିଏ ଗୋଣ୍ଡା ଜିଲ୍ଲାର ବାସିନ୍ଦା ଥିଲେ। ସେ ବହୁ ଦିନ ଧରି ଗଳା କ୍ୟାନ୍ସରରେ ପୀଡିତ ଥିଲେ। ଘଟଣାସ୍ଥଳରେ ଥିବା ସିସିଟିଭି ଫୁଟେଜ୍ ରେ ଦେଖାଯାଇଛି ଯେ, ଦୁଇ ଜଣ ମହିଳା ଓ ଜଣେ…

Read More

ଜିଓ-ଭିଆଇର ବଢିଲେ, ଏୟାରଟେଲର କମିଲେ

ଭୁବନେଶ୍ୱର: ଜୁନ୍‌ ମାସରେ ରାଜ୍ୟରେ ୭୩୨୪୦ ନୂଆ ମୋବାଇଲ ‌ଫୋନ୍‌ ଗ୍ରାହକ ଯୋଡ଼ି ହୋଇଛନ୍ତି। ଏଥିଯୋଗୁ ଓଡ଼ିଶାରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୫୩ ଲକ୍ଷ ୨୧ ହଜାର ୨୩୬ରେ ପହଞ୍ଚିଛି। ମେ ମାସ ସୁଦ୍ଧା ଏମାନଙ୍କ ସଂଖ୍ୟା ୩ କୋଟି ୫୨ ଲକ୍ଷ ୪୭ ହଜାର ୯୯୬ ରହିଥିଲା। ଓଡ଼ିଶାରେ ଏବେ ୪ଟି କମ୍ପାନି ମୋବାଇଲ ଫୋନ ସେବା ପ୍ରଦାନ କରୁଛନ୍ତି। ସେଗୁଡ଼ିକ ମଧ୍ୟରେ ବିଏସ୍‌ଏନ୍‌ଏଲ, ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍‌…

Read More

ଛାଡିଲେ ଦେଶ, ପାକିସ୍ତାନରୁ ଦେଲେ ଖବର, ହେଲେ ଶେଷରେ ମାରିଦେଲା ପାକ ସେନା

ନୂଆଦିଲ୍ଲୀ: ସେ ଥିଲେ ଏମିତି ଜଣେ ବ୍ୟକ୍ତି ଯିଏ ନିଜ ଦେଶର ସୁରକ୍ଷା ପାଇଁ ଶତ୍ରୁ ରାଷ୍ଟ୍ରକୁ ଯାଇଥିଲେ | ଦେଶ ପାଇଁ ବଦଳାଇଥିଲେ ନାମ, ପରିବାର ସହ କାଟିଦେଇଥିଲେ ସମ୍ପର୍କ | ହେଲେ ଶେଷରେ ଏକ ଛୋଟ ଭୁଲ ପାଇଁ ଦେବାକୁ ପଡିଥିଲା ଜୀବନ | ଆଜି ଆମେ ଆପଣଙ୍କୁ ଏମିତି ଜଣେ ଗୁପ୍ତଚରଙ୍କ ବାବଦରେ କହିବୁ ଯାହାକୁ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ବ୍ଲାକ୍ ଟାଇଗର ଭାବରେ ଜଣାଶୁଣା ରବିନ୍ଦ୍ର କୌଶିକ…

Read More

ଜାଣିଛନ୍ତି ବାଘର ଦାନ୍ତ କେତେ ଲମ୍ବା? ଏହାର ଗର୍ଜନ କେତେ ଦୂର ପର୍ଯ୍ୟନ୍ତ ଶୁଣାଯାଇପାରିବ?

ନୂଆଦିଲ୍ଲୀ: ବାଘ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପ୍ରାଣୀମାନଙ୍କ ମଧ୍ୟରୁ ଗୋଟିଏ। ଏହାର ଗର୍ଜନଠାରୁ ଆରମ୍ଭ କରି ଏହାର ଚମତ୍କାର ଷ୍ଟ୍ରାଇପ୍ ପର୍ଯ୍ୟନ୍ତ, ସବୁକିଛି ଏହାକୁ ସ୍ୱତନ୍ତ୍ର କରିଥାଏ। ଏହାକୁ ଭାରତରେ ଜାତୀୟ ପଶୁର ମାନ୍ୟତା ମିଳିଛି ଏବଂ ଏହା ଆମ ଜଙ୍ଗଲର ଗର୍ବ। ଆସନ୍ତୁ, ଆଜି ବାଘ ବିଷୟରେ ଏପରି ୭ଟି ମଜାଦାର ଏବଂ ଆକର୍ଷଣୀୟ ତଥ୍ୟ ଜାଣିବା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ! ୧: ପ୍ରତ୍ୟେକ ବାଘର ପଟି ମଣିଷର ଆଙ୍ଗୁଠି ଛାପ ପରି ଅନନ୍ୟ।…

Read More