ସମ୍ବଲପୁରରେ ନୂଆଁଖାଇ ଭେଟଘାଟ: ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ଶାସକ ଓ ବିରୋଧୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଝଲସିବ ପଶ୍ଚିମ ଓଡ଼ିଶା
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମ୍ବଲପୁରରେ ଆୟୋଜିତ ହେଉଛି ଏକ ଭବ୍ୟ ଭେଟଘାଟ କାର୍ୟ୍ୟକ୍ରମ। ଏହି ଅବସରରେ ରାଜନୀତିର ସମସ୍ତ ସୀମା ଅତିକ୍ରମ କରି ଗୋଟିଏ ମଞ୍ଚରେ ଏକାଠି ହେବେ ମୁଖ୍ୟମନ୍ତ୍ରୀଙ୍କ ସହ ଶାସକ ଓ ବିରୋଧୀ ଦଳର ନେତାମାନେ। ଏହି କାର୍ୟ୍ୟକ୍ରମରେ ପୂରା ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ପ୍ରଶାସନିକ ସ୍ତରରେ ଏହି କାର୍ୟ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସନ୍ଧ୍ୟା ୫ଟାରୁ ରାତି ୧୦ଟା…
