ସୁପରଷ୍ଟାର ଧନୁଷଙ୍କ ପ୍ରେମଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ମୃଣାଲ!

ମୁମ୍ବାଇ: ଦକ୍ଷିଣ ଭାରତୀୟ ଅଭିନେତା ତଥା ନିର୍ଦ୍ଦେଶକ ଧନୁଷଙ୍କ ସହ ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁରଙ୍କ ପ୍ରେମ ସମ୍ପର୍କ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ଏକ ଭିଡିଓ ଭାଇରାଲ ହେବା ପରେ ଏହି ଗୁଜବ ଆହୁରି ତୀବ୍ର ହୋଇଥିଲା। ତେବେ, ଏହି ଚର୍ଚ୍ଚା ମଧ୍ୟରେ ମୃଣାଲ ଠାକୁର ନିଜର ପ୍ରତିକ୍ରିୟା ରଖି ସମସ୍ତ ଗୁଜବକୁ ଖଣ୍ଡନ କରିଛନ୍ତି। ଧନୁଷ ଏବଂ ତାଙ୍କ ପୂର୍ବତନ ପତ୍ନୀ ଐଶ୍ବର୍ଯ୍ୟା ରଜନୀକାନ୍ତ ୨୦ ବର୍ଷର ବୈବାହିକ…

Read More

ବରଗଡ଼ ନାବାଳିକା ମୃତ୍ୟୁ – ବିଜେପି ସରକାରରେ ଝିଅମାନେ ଅସୁରକ୍ଷିତ?

ବରଗଡ଼: ବରଗଡ଼ ଜିଲ୍ଲାର ଗାଇସିଲଟରେ ଜଣେ ନାବାଳିକା ନିଆଁରେ ଜଳି ପ୍ରାଣ ହରାଇବା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଏହି ଦୁଃଖଦ ଘଟଣାକୁ “ଗଭୀର ବ୍ୟଥାଦାୟକ, ଚକିତକର” ବୋଲି ବର୍ଣ୍ଣନା କରି ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ବିଜେଡି ନେତା। ନବୀନ କହୁଛନ୍ତି , ଗତ ଗୋଟେ ମାସ ମଧ୍ୟରେ ରାଜ୍ୟରେ ଚାରିଜଣ ଯୁବତୀ ସମାନ ପରିସ୍ଥିତିରେ ନିଜ ପ୍ରାଣ ହାରିଦେଇଛନ୍ତି, ଯାହା ସମଗ୍ର ଓଡ଼ିଶାବାସୀଙ୍କୁ ବିଚଳିତ କରୁଛି। “ଏହା କେବଳ ବ୍ୟକ୍ତିଗତ ଦୁଃଖର…

Read More

ଦେଶରେ ଓଡିଶା ନାମରେ ଅଲୋଡ଼ା ରେକର୍ଡ: ଅନ୍ଧାରରେ ରହୁଛନ୍ତି ଓଡିଶାବାସୀ

ଭୁବନେଶ୍ୱର: ଓଡ଼ିଶାରେ ବିଦ୍ୟୁତ୍ ବ୍ୟାହତ ସମସ୍ୟା ଦେଶରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ। ରାଜ୍ୟର ଉପଭୋକ୍ତାମାନେ ମାସିକ ହାରାହାରି ୨୩ ଘଣ୍ଟା ବିଦ୍ୟୁତ୍ ସେବାରୁ ବଞ୍ଚିତ ହେଉଛନ୍ତି, ଅର୍ଥାତ୍ ପ୍ରାୟ ଗୋଟିଏ ଦିନ ଅନ୍ଧାରରେ ରହୁଛନ୍ତି। ଜାତୀୟ ସ୍ତରରେ ମାସିକ ହାରାହାରି ୧୧ ଘଣ୍ଟା ବିଦ୍ୟୁତ୍ ବ୍ୟାହତ ହେଉଥିବା ବେଳେ, ଓଡ଼ିଶାରେ ଏହା ଦୁଇ ଗୁଣରୁ ଅଧିକ। ଦେଶରେ ମାସକୁ ହାରାହାରି ୧୭ ଥର ବିଦ୍ୟୁତ୍ କାଟ ହେଉଥିବା ବେଳେ, ଓଡ଼ିଶାରେ ଏହା ୩୪ ଥର। କେନ୍ଦ୍ରୀୟ…

Read More

ଭାରତ-ଚୀନ୍‌ ସମ୍ପର୍କରେ ଆଣିପାରେ ନୂତନ ମୋଡ଼ : ଏଲଏସି ନିକଟରେ ଚୀନ୍‌ର ୧୩.୨ ବିଲିୟନ ଡଲାରର ରେଳ ପ୍ରକଳ୍ପ

ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ ମଧ୍ୟରେ ସମ୍ପର୍କରେ ଉନ୍ନତିର ସଙ୍କେତ ମିଳୁଥିବା ବେଳେ, ଚୀନ୍‌ ଏକ ବିଶାଳ ରେଳ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛି, ଯାହା ସିନଜିଆଙ୍ଗ ପ୍ରଦେଶକୁ ତିବ୍ଦତ ସହିତ ସଂଯୋଗ କରିବ। ଏହି ପ୍ରକଳ୍ପର ଏକ ଅଂଶ ଭାରତ ସହିତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟ ଦେଇ ଯିବ, ଯାହା ଦୁଇ ଦେଶ ମଧ୍ୟରେ ସୀମା ସମ୍ବନ୍ଧୀୟ ସମ୍ପର୍କକୁ ଆହୁରି ଜଟିଳ କରିପାରେ। ଏହି ମହତ୍ୱାକାଂକ୍ଷୀ ଯୋଜନାରେ ୨୦୩୫ ସୁଦ୍ଧା ଏଲଏସିକୁ କେନ୍ଦ୍ର…

Read More

ଅନଲାଇନରେ ମହାପ୍ରସାଦ ବିକ୍ରିକୁ ନେଇ ସୃଷ୍ଟିହେଲା ବିବାଦ!

ପୁରୀ :ଶ୍ରୀମନ୍ଦିରର ପବିତ୍ର ‘ଅବଢ଼ା’ ମହାପ୍ରସାଦର ଅନଲାଇନ ବିକ୍ରି ବିଜ୍ଞାପନକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। ବାରମ୍ବାର ଏଭଳି କାର୍ଯ୍ୟ ବିରୋଧରେ ଚେତାବନୀ ଦିଆଯାଇଥିଲେ ମଧ୍ୟ, କେତେକ ସଂସ୍ଥା ଏହାକୁ ଅଣଦେଖା କରୁଛନ୍ତି। ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମହାପ୍ରସାଦର ପବିତ୍ରତା ଅକ୍ଷୁଣ୍ଣ ରହିବା ଉପରେ ଗୁରୁତ୍ୱ ଦେଇ କହିଛନ୍ତି, ମନ୍ଦିର ପ୍ରଶାସନ ଓ ଓଡ଼ିଶା ସରକାର ଅନଲାଇନରେ ମହାପ୍ରସାଦ ବିକ୍ରିକୁ ସମର୍ଥନ କରୁନାହାନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ମହାପ୍ରସାଦକୁ…

Read More

ହାତୀ ଦିବସ: ମହାନଦୀ ଓ ସମ୍ବଲପୁରରେ ନୂଆ ସଂରକ୍ଷଣ ଯୋଜନା

ଭୁବନେଶ୍ବର: ଓଡ଼ିଶାର ଜଙ୍ଗଲ ଅଞ୍ଚଳରେ ସର୍ବାଧିକ ୧,୮୦୦ ହାତୀ ରହିବାର କ୍ଷମତା ରହିଛି, କିନ୍ତୁ ୨୦୨୪ ହାତୀ ଗଣନା ଅନୁସାରେ ରାଜ୍ୟର ୨୮ଟି ଜିଲ୍ଲାର ୪୮ଟି ବନ ଡିଭିଜନରେ ୨,୦୯୮ ହାତୀ ରହୁଛନ୍ତି। ଅର୍ଥାତ୍‌, ଆବଶ୍ୟକତାଠାରୁ ୩୦୦ରୁ ଅଧିକ ହାତୀ ଚଳପ୍ରଚଳ କରୁଛନ୍ତି। ଏହି ହାତୀଙ୍କ ମଧ୍ୟରେ ୧,୦୩୦ଟି ସ୍ତ୍ରୀ, ୪୭୪ଟି ପୁରୁଷ ଓ ୫୯୪ଟି ଛୁଆ ହାତୀ ଅଛନ୍ତି। ଅନେକ ଅଞ୍ଚଳରେ ହାତୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି। ଅନୁଗୁଳ, ଆଠଗଡ଼, ଢେଙ୍କାନାଳ, ବାରିପଦା,…

Read More

ବୁଲା କୁକୁରଙ୍କ ଆତଙ୍କ ଉପରେ ସୁପ୍ରିମକୋର୍ଟଙ୍କ କଠୋର ନିର୍ଦ୍ଦେଶ: ଦିଲ୍ଲୀରୁ ହଟାଇ ଦିଅ ବୁଲା କୁକୁର

ନୂଆଦିଲ୍ଲୀ: ବୁଲା କୁକୁର ଆତଙ୍କକୁ ଗମ୍ଭୀରତାର ସହ ନେଇଛନ୍ତି ସୁପ୍ରିମକୋର୍ଟ, ଦିଲ୍ଲୀ-ଏନସିଆରରୁ ବୁଲା କୁକୁର ହଟାଇ ଆଶ୍ରୟସ୍ଥଳରେ ରଖିବାକୁ କଠୋର ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତି କିମ୍ବା ସଂଗଠନଙ୍କ ବିରୁଦ୍ଧରେ କାଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ଅଞ୍ଚଳକୁ ବୁଲା କୁକୁର ମୁକ୍ତ କରିବାକୁ କୋର୍ଟ ରାୟ ଦେଇ କହିଛନ୍ତି, ଏଥିରେ କୌଣସି ବୁଝାମଣା କରାଯିବ ନାହିଁ । ଦିଲ୍ଲୀ ସରକାର, ଏମସିଡି ଓ…

Read More

ଫ୍ରିଫାୟାର ଗମେ ପାଇଁ ଚାଲିଗଲା ଆଉ ଏକ ଜୀବନ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅଧୀନ ଗୁହାଳିପଦା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅନଲାଇନ୍ ଗେମ୍‌ରେ ଅତ୍ୟଧିକ ଆସକ୍ତି ଯୋଗୁଁ ଅଷ୍ଟମ ଶ୍ରେଣୀର ନାବାଳକ ଛାତ୍ର ସନ୍ତୋଷ କୁମାର ଜେନା ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ, ସନ୍ତୋଷ ପ୍ରତିଦିନ ବିଦ୍ୟାଳୟରୁ ଫେରିବା ପରେ ଅନଲାଇନ୍ ଗେମ୍ ‘ଫ୍ରି ଫାୟାର’ ଖେଳିବାରେ ବ୍ୟସ୍ତ ରହୁଥିଲେ। ପରିବାର ଲୋକେ ତାଙ୍କୁ ବାରମ୍ବାର ଏହି ଗେମ୍ ଖେଳିବାରୁ ବାରଣ କରୁଥିଲେ, କିନ୍ତୁ ସେ ଲୁଚିଛପି ଖେଳ ଜାରି…

Read More

ଇଜ୍ଜତ ଲୁଟିନେଲେ ସମ୍ପର୍କୀୟ ପିଉସା!

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ପୀଡ଼ିତାଙ୍କ ସଂପର୍କୀୟ ପିଉସାଙ୍କ ସମେତ ୫ ଜଣଙ୍କୁ ଅଟକ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ରାକ୍ଷୀ ପୂର୍ଣ୍ଣିମା ଦିନ ପୀଡ଼ିତାଙ୍କୁ ତାଙ୍କ ସଂପର୍କୀୟ ପିଉସା ଥଣ୍ଡା ପିଆଇବା ଲାଗି ପାଖ ଦୋକାନକୁ ନେଇଥିଲେ। ଏହି ସମୟରେ ପୂର୍ବ ଯୋଜନା ଅନୁସାରେ ଅପେକ୍ଷା…

Read More

ଭୋଟ ଚୋରି ପ୍ରସଙ୍ଗକୁ ନେଇ କଂଗ୍ରେସ ସହ ସ୍ୱର ମିଶାଇଲା ବିଜେଡି

ନୂଆଦିଲ୍ଲୀ: ଭୋଟ ଚୋରି ପ୍ରସଙ୍ଗକୁ ନେଇ ଏବେ ରାଜନୀତି ସରଗରମ ହୋଇଥିବାବେଳେ ଏହାକୁ ନେଇ ବିଜେଡି ନିଜର ମତ ରଖିଛି | ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ କହିଛନ୍ତି ଯେ ଭୋଟ ଚୋରି ନୁହଁ ଭୁଲ ହୋଇଛି। ଭୋଟର ତାଲିକା, ଫର୍ମ ୧୭ସିରେ ଦିଆଯାଇଥିବା ତଥ୍ୟରେ ତାଳମେଳ ନଥିବା ସନ୍ଦେହ ଦେଖାଦେଉଛି। ଓଡ଼ିଶା ନିର୍ବାଚନ ଫଳକୁ ନେଇ ଏଭଳି ଆଶଙ୍କା ପ୍ରକାଶ ପାଇଛି। କଂଗ୍ରେସ ଯାହା ଦାବି କରୁଛି ଆମେ…

Read More