ଦକ୍ଷିଣ ଓଡ଼ିଶାରେ ବିଜେଡିକୁ ବଡ଼ ଝଟକା: ପ୍ରତିଷ୍ଠାତା ସଦସ୍ୟ ଏନ ଭାସ୍କର ରାଓ ଓ ଲାଲ ବିହାରୀ ହିମାରିକା ଛାଡ଼ିଲେ ଦଳ

ରାୟଗଡ଼ା: ଦକ୍ଷିଣ ଓଡ଼ିଶାରେ ବିଜୁ ଜନତା ଦଳ ପାଇଁ ଏକ ବଡ଼ ଝଟକା ଲାଗିଛି। ଦଳର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଏବଂ ରାୟଗଡ଼ାର ତିନି ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମାରିକା ବିଜେଡି ଛାଡ଼ିଛନ୍ତି। ଏହା ସହିତ ଏନ ଭାସ୍କର ରାଓଙ୍କ ସମର୍ଥକମାନେ ଦଳ ବିରୋଧରେ ଅସନ୍ତୋଷ ପ୍ରକାଶ କରି ବିନା ବ୍ୟାନରରେ ଏକ ସଭା କରିଛନ୍ତି। ଏନ ଭାସ୍କର ରାଓ ରାୟଗଡ଼ା ଜିଲ୍ଲା…

Read More

ଭାରତରେ ଉପରାଷ୍ଟ୍ରପତି ନିର୍ବାଚନ ୨୦୨୫: ଆଜି ଆସିବ ଭୋଟଗଣନା ଫଳାଫଳ

ନୂଆଦିଲ୍ଲୀ: ଆଜି ଭାରତରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେଉଛି। ସଂସଦ ଭବନ ପରିସରରେ ଆଜି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟଗ୍ରହଣ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା କରାଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଭୋଟ୍ ଦେବେ ଏବଂ ଭୋଟଗଣନା ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ। ଏନ୍ଡିଏର ପ୍ରାର୍ଥୀ ଏବଂ ମହାରାଷ୍ଟ୍ରର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ଏବଂ ପୂର୍ବତନ ସୁପ୍ରିମ୍ ନ୍ୟାୟାଧୀଶ ବି. ସୁଦର୍ଶନ୍ ରେଡ୍ଡି ମଧ୍ୟରେ…

Read More

ବିଜେଡି ବିଜେପିରୁ ଅଲଗା ନୁହେଁ: ଭକ୍ତ

ଭୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ବାଚନରେ ଆଜି ବିଜେଡି ଭାଗ ନେଉ ନାହିଁ। ଦଳର ୭ ରାଜ୍ୟସଭା ସାଂସଦ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁନାହାଁନ୍ତି । ଏନ୍‌ଡିଏ ଓ ୟୁପିଏ ଠାରୁ ସମଦୂରତାର ଦ୍ବାହି ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି। ବିଜେପିକୁ କୌଣସି ପରିସ୍ଥିତିରେ ଅସନ୍ତୁଷ୍ଟ କରିବାକୁ ନବୀନ ଚାହୁ ନାହାନ୍ତି, ତାହା ଏକପ୍ରକାର ସ୍ପଷ୍ଟ ହୋଇଛି। ଏହାକୁ ନେଇ ଦଳ ଭିତରେ ଭୀଷଣ ଅସନ୍ତୋଷ ସୃଷ୍ଟି ହୋଇଛି। ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ…

Read More

ନେପାଳରେ ରାଜନୈତିକ ସଙ୍କଟ: ରାଷ୍ଟ୍ରପତିଙ୍କ ଘର ଉପରକୁ ପଥର ମାଡ କଲେ ଉତ୍ୟକ୍ତ ଜନତା

କାଠମାଣ୍ଡୁ: ନେପାଳରେ ରାଜନୈତିକ ସଙ୍କଟ ଗଭୀର ହେବାରେ ଲାଗିଛି। ମଙ୍ଗଳବାର କେପି ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସରକାରର ୯ ଜଣ ମନ୍ତ୍ରୀ ଏବଂ ଜଣେ ଉପପ୍ରଧାନମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆ ନିଷେଧାଦେଶକୁ ନେଇ ହଜାର ହଜାର ନେପାଳୀ ଯୁବକ ସୋମବାର ରାଜରାସ୍ତାକୁ ଓହ୍ଲାଇଥିଲେ, ଯାହାକୁ ଜେନ୍-ଜି (୧୯୯୫-୨୦୧୦ ମଧ୍ୟରେ ଜନ୍ମିତ) ବିପ୍ଳବ ଭାବରେ ଦେଖାଯାଉଛି। ଏହା ମଧ୍ୟରେ ନେପାଳର ବୀରଗଞ୍ଜରେ ଆଇନ ମନ୍ତ୍ରୀ ଅଜୟ କୁମାର ଚୌରାସିଆଙ୍କ ଘରକୁ ହଜାର ହଜାର ନେପାଳୀ…

Read More

ଶୁଭମନ ଗିଲଙ୍କ ୨୬ତମ ଜନ୍ମଦିନ

ଭାରତୀୟ କ୍ରିକେଟ ଦଳର ଟେଷ୍ଟ ଅଧିନାୟକ ଶୁଭମନ ଗିଲ ଆଜି ୨୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ‘ଦି ପ୍ରିନ୍ସ’ କହି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଗିଲଙ୍କୁ ଆଧୁନିକ କ୍ରିକେଟରେ ସବୁଠାରୁ ସ୍ଟାଇଲିଶ ଓ ଭରସାଯୋଗ୍ୟ ବ୍ୟାଟସମ୍ୟାନ ଭାବେ ଗଣାଯାଏ। ମାତ୍ର ୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିଅରରେ ସେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଦଳର ଅଧିନାୟକ ହୋଇଥିବା ବେଳେ ସୀମିତ ଓଭର ଫର୍ମାଟରେ…

Read More

ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନିଧନ: ରାଜନୈତିକ ମହଲରେ ଶୋକର ଛାୟା

ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ ରାଜନେତା, ବିଜୁ ଜନତା ଦଳର ନେତା ତଥା ନୂଆପଡ଼ା ବିଧାନସଭା ଆସନର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ନିଧନ ରାଜ୍ୟ ରାଜନୀତିରେ ଏକ ବଡ଼ କ୍ଷତି ସୃଷ୍ଟି କରିଛି। ଦୀର୍ଘଦିନର ଅସୁସ୍ଥତା ପରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ନିଧନ ଖବର ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାରୁ ଚାରିଥର…

Read More

ଆଦିବାସୀଙ୍କ ପୈତୃକ ଭୂମି ଓ ସ୍ୱପ୍ନ ବିପଦରେ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ମୋଦି ସରକାରଙ୍କ ଗ୍ରେଟ୍ ନିକୋବର ମେଗା-ଇନଫ୍ରାଷ୍ଟକ୍ଚର ପ୍ରକଳ୍ପକୁ ତୀବ୍ର ସମାଲୋଚନା କରିଛନ୍ତି, ଏହାକୁ ଆଦିବାସୀ ଅଧିକାରର ଉଲ୍ଲଂଘନ ଏବଂ ପରିବେଶଗତ ବିପଦ ବୋଲି ଅଭିହିତ କରି। ଦି ହିନ୍ଦୁରେ ପ୍ରକାଶିତ ଏକ ଲେଖାରେ ସେ କହିଛନ୍ତି ଯେ, ଏହି ପ୍ରକଳ୍ପ ନିକୋବାରୀ ଏବଂ ଶୋମ୍ପେନ ଆଦିବାସୀ ସମ୍ପ୍ରଦାୟର ଅସ୍ତିତ୍ୱକୁ ବିପଦରେ ପକାଇଛି। ଗ୍ରେଟ୍ ନିକୋବର ଦ୍ୱୀପରେ ବସବାସ କରୁଥିବା ଏହି ଦୁଇ ମୁଖ୍ୟ ଆଦିବାସୀ ସମ୍ପ୍ରଦାୟ ଏହି ପ୍ରକଳ୍ପ ଯୋଗୁଁ…

Read More

ଦକ୍ଷିଣ ଓଡ଼ିଶାରେ ବିଜେଡି ଗଡ଼ ଭୁଶୁଡୁଛି, ବିଜେପି ମାଡ଼ି ଚାଲିଛି

ବିଜେଡି ଗଡରେ ମାଡ଼ିଚାଲିଛି ବିଜେପି। ଦକ୍ଷିଣ ଓଡ଼ିଶା ରାଜନୀତି ଏବେ କଡ଼ ଲେଉଟାଉଛି। ବିଜେପି ଧିରେ ଧିରେ ଗୋଟିଏ ପରେ ଗୋଟିଏ ସ୍ଥାନ କବଜା କରିଚାଲିଛି। ଦିନେ ଯେଉଁଠି ବିଜେଡି ରାଜ କରୁଥିଲା, ଦଳ ହାରିବା ପରେ ସେଠି ଏବେ ମୁହାଁମୁହିଁ ସ୍ଥିତି। ଯାହା ବିଜେପିକୁ ବେଶ୍ ସୁହାଉଛି। ରାୟଗଡ଼ା ଓ ଗଞ୍ଜାମରେ ପତିଆରା ବଢ଼ାଉଛି ପଦ୍ମ। ବିଜେଡି ଫାଟରୁ ଫାଇଦା ନେବା ଚକ୍କରରେ ବିଜେପି। ଆଗକୁ ପୌର ନିର୍ବାଚନ। ତା ପୂର୍ବରୁ ବିଜେପି ପ୍ରସ୍ତୁତି ଚଲେଇଛି।…

Read More

ଉପରାଷ୍ଟ୍ରପତି ଭୋଟ୍‌ ପୂର୍ବରୁ ମୋଦୀ-ନବୀନ ଭେଟ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବିଜେଡି ସୁପ୍ରିମୋ। ଆସନ୍ତାକାଲି ନିର୍ବାଚନ ଥିବାବେଳେ ମୋଦିଙ୍କୁ ଭେଟିଲେ ନବୀନ। ଯାହାକୁ ନେଇ ବଢିଲା ଚର୍ଚ୍ଚା। କଣ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ କି ଡିଲ୍?କାରଣ ବିଜେଡି କାହାକୁ ସମର୍ଥନ ଦେବ ସେ ନେଇ ନିଷ୍ପତ୍ତି ହେଇପାରୁନି। ସେପଟେ ୯ ତାରିଖରେ ନିର୍ବାଚନ ଥିବାବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୪ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ତେଣୁ ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ…

Read More

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ର ଉଚ୍ଛେଦ ପାଇଁ ବ୍ୟାପକ ପୋଲିସ ମୁତୟନ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କୁ ହଟାଇବା ପାଇଁ ଆଜି କମିଶନରେଟ୍ ପୋଲିସ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସକାଳ ୧୦:୩୦ରୁ ବିଶ୍ୱବିଦ୍ୟାଳୟର ହଷ୍ଟେଲ ନମ୍ବର ୧, ୨, ୩ ଓ ୫ରେ ପୋଲିସ ଛାପା ମାରି ଅଣଛାତ୍ରଙ୍କୁ ବାହାର କରିବ। ଏହି ରେଡ୍‌ରେ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ରହିବେ। ଜୋନ୍ ୫ର ଏସିପି ବିଶ୍ୱରଂଜନ ସେନାପତି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ…

Read More