ବିଶ୍ୱବିଦ୍ୟାଳୟରେ ବଢୁଛି ବିବାଦ: ଛାତ୍ରଛାତ୍ରୀମାନେ VC ଅଫିସ୍ ଘେରାଉ କରି ରଖିଲେ ଦାବି
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ବିବାଦ ବଢୁଛି। ଗତକାଲି ଅଣଛାତ୍ରମାନଙ୍କୁ କ୍ୟାମ୍ପସ୍ରୁ ହଟାଇବା ପରେ ଆଜି କିଛି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରମାନେ VC ଅଫିସ୍ ଘେରାଉ କରିବା ସହ VCଙ୍କ ସହ ଆଲୋଚନା କରି ଦାବି ରଖିଛନ୍ତି। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ମିଶନ ଅଲ୍ ଆଉଟ୍ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି VCଙ୍କୁ। ଜବରଦଖଲ ଉଛେଦ, ଭଡାରେ ଲାଗିଥିବା କ୍ୱାର୍ଟରକୁ ଉଛେଦ ସହ ଯିଏ କ୍ୱାର୍ଟର ଭଡାରେ ଲଗାଇଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…
