ଓଡ଼ିଶା ଅପରାଧ ଶାଖାର ବଡ଼ ସଫଳତା: ୭ କୋଟି ଟଙ୍କାରୁ ଅଧିକ ନିବେଶ ଠକେଇ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

କଟକ: ଓଡ଼ିଶା ପୋଲିସର ଅପରାଧ ଶାଖା (ସିଆଇଡି-କ୍ରାଇମ ବ୍ରାଞ୍ଚ) ଦୁଇଟି ପୃଥକ ନିବେଶ ଠକେଇ ମାମଲାରେ ବିଶାଳ ସଫଳତା ହାସଲ କରିଛି। ପଞ୍ଜାବର ଲୁଧିଆନା ଓ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଦୁଇ ମାମଲାରେ ମୋଟ ପ୍ରାୟ ୭.୧୮ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ରହିଛି। ପ୍ରଥମ ମାମଲା (ସାଇବର କ୍ରାଇମ ଥାନା କେସ୍ ନଂ. ୩୮/୨୦୨୪)ରେ ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ କରେନ୍ସି, ଆଇପିଓ ଓ ଓଟିସି ଟ୍ରେଡିଂରେ ଅଧିକ ଲାଭ…

Read More

ବିହାରରେ ରାହୁଲ ଓ ତେଜସ୍ୱୀଙ୍କ ବୁଲେଟ ରାଲି: ତେଜପ୍ରତାପଙ୍କ କଟାକ୍ଷ, ବିଜେପିର ତୀବ୍ର ସମାଲୋଚନା

ପାଟନା: କଂଗ୍ରେସ ଯୁବରାଜଙ୍କ ଭିନ୍ନ ଅନ୍ଦାଜ୍। ଲୋକଙ୍କ ପାଖରେ ପହଞ୍ଚିବାକୁ ଭିନ୍ନ ପ୍ରୟାସ।ବିହାରରେ ଚାଲୁଥିବା ‘ଭୋଟର ଅଧିକାର ଯାତ୍ରା’ ସମୟରେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ରବିବାର ପୁର୍ଣ୍ଣିଆରେ ବୁଲେଟ ବାଇକ୍ ଚଲାଇ ଜନସାଧାରଣଙ୍କ ମଧ୍ୟରେ ପହଞ୍ଚିଛନ୍ତି। ହେଲମେଟ ପିନ୍ଧି ରାହୁଲ ବୁଲେଟ ଚଳାଉଥିବା ବେଳେ ତେଜସ୍ୱୀ ମଧ୍ୟ ପାଖରେ ପୂର୍ଣ୍ଣ ଉତ୍ସାହରେ ଦେଖାଗଲେ। ଶତାଧିକ ସମର୍ଥକଙ୍କ ଗହଣରେ ଏହି ବାଇକ୍ ରାଲି…

Read More

ଆଉ ଚଳିବନି ମନମାନି, ଏଥର ଦିଲ୍ଲୀରୁ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ: ଓଡ଼ିଶାରେ କଂଗ୍ରେସ ଦଳକୁ ସଶକ୍ତ କରିବା ପାଇଁ ଦିଲ୍ଲୀରେ ଅନୁଷ୍ଠିତ ହେବ ଏକ ମହତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନେତୃତ୍ୱ ନେବେ। କଂଗ୍ରେସ ସଭାପତି ମଳିକାର୍ଜୁନ ଖର୍ଗେ, ସଂଗଠନ ସମ୍ପାଦକ କେ. ସି. ଭେନୁଗୋପାଳ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏବଂ ଓଡ଼ିଶା ପ୍ରଭାରୀ ଅଜୟ ଲଲୁ ଏହି ବୈଠକରେ ଉପସ୍ଥିତ ରହିବେ। ଏହା ସହିତ ସଙ୍ଗଠନର ୩୫ ଜଣ ସଦସ୍ୟ…

Read More

ପୁରୀରେ ଅଭାବନୀୟ ଦୁର୍ଘଟଣା: ଜଗନ୍ନାଥ ବଲ୍ଲଭ ପାର୍କିଂରେ ବୋଲେରୋ ଗାଡ଼ି ଖସିଲା, ଡ୍ରାଇଭର ଗୁରୁତର

ପୁରୀ:ପୁରୀ ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ କାର୍ ପାର୍କିଂ ରେ ଅଭାବନୀୟ ଘଟଣା। ପାର୍କିଂ ର ଏକ ତାଲା ଉପରୁ ତଳକୁ ଖସିଲା ବୋଲେରୋ ଗାଡ଼ି। ବୋଲେରୋ ଗାଡି ଟି ତଳକୁ ଖସି ଯିବାରୁ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି। ଗାଡ଼ି ଭିତରେ ଥିବା ଡ଼୍ରାଇଭରଙ୍କୁ ଉପସ୍ଥିତ ଲୋକମାନେ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଗୁରୁତର ଡ୍ରାଇଭର ଜଣକ ହେଉଛନ୍ତି ଧାମରା ମେରାଇନ ଥାନା ଅଞ୍ଚଳର ସଞ୍ଜୟ ସେଠୀ। ଖବରପାଇ ଘଟଣାସ୍ଥଳରେ…

Read More

ଓଡ଼ିଶାରେ ବନ୍ୟା ଓ ପ୍ରବଳ ବର୍ଷା: ସୁବର୍ଣ୍ଣରେଖା ଓ ବୈତରଣୀରେ ବିପଦ ସଂକେତ ,କେନ୍ଦୁଝରରେ ଭୂସ୍ଖଳନ

ଭୁବନେଶ୍ୱର : ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସୁବର୍ଣ୍ଣରେଖା ନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଦେଖାଦେଇଛି, ଯେଉଁଠାରେ ରାଜଘାଟ ନିକଟରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେହିପରି ବୈତରଣୀ ନଦୀରେ ଛୋଟ ଧରଣର ବନ୍ୟା ସହ ଆଖୁଆପଦା ନିକଟରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ବଂଶଧରା ଓ ବୁଢାବଳଙ୍ଗ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଥିଲେ…

Read More

ମହାନଦୀରେ ଡେଇଁ ଥିବା ନବମ ଶ୍ରେଣୀ ଛାତ୍ରୀ ଉଦ୍ଧାର

ସମ୍ବଲପୁର: ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁପଡ଼ିଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ଏହି ଘଟଣା ଆଜି ସକାଳେ ଘଟିଥିବା ଜଣାପଡ଼ିଛି। ନାବାଳିକା ଜଣକ ନବମ ଶ୍ରେଣୀର ଛାତ୍ରୀ ଅଟନ୍ତି ଏବଂ ସେ ସ୍କୁଲ୍ ଯିବା ବେଳେ ଏହି ପଦକ୍ଷେପ ନେଇଥିଲେ। ଘଟଣା ସ୍ଥଳରେ ପହଞ୍ଚିଥିବା ପୁଲିସ୍ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ବ୍ରିଜ୍ ଉପରେ…

Read More

ରାଜଭବନରେ ଉଚ୍ଚସ୍ତରୀୟ ବୈଠକ: ଜନଜାତି ଯୋଜନାରେ ମାନବିକ ଆଭିମୁଖ୍ୟର ଉପଦେଶ

ଭୁବନେଶ୍ୱର: ରାଜ୍ୟର ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ସ୍ପଷ୍ଟ କରିଛନ୍ତି। ରାଜଭବନର ନ୍ୟୁ ଅଭିଷେକ ହଲରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ତଥା ପଂଚାୟତିରାଜ ବିଭାଗର କାର୍ଯ୍ୟାବଳୀ ଉପରେ ବିସ୍ତୃତ…

Read More

ଚାନ୍ଦା ମାଗୁଥିଲେ ସାବଧାନ, ବାନ୍ଧିନେବ ପୋଲିସ

ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ  ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଜିଲ୍ଲା ଏସପିଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଚାନ୍ଦା ଆଦାୟକାରୀଙ୍କ…

Read More

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା

ଭୁବନେଶ୍ୱର :ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ପ୍ରଥମେ ପହଞ୍ଚିଥାନ୍ତି ଆମ ଅଗ୍ନିଯୋଦ୍ଧାମାନେ । ସେମାନେ ହେଉଛନ୍ତି ପ୍ରଥମ ରେସ୍ପଣ୍ଡର୍। ବିପନ୍ନ ଲୋକଙ୍କ ପାଖରେ ସେମାନେ ସରକାରଙ୍କ ଚେହେରା ବୋଲି ଆଜି ଭୁବନେଶ୍ବର ବରମୁଣ୍ଡା ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ୬୧ ତମ ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ସମୁଦାୟ ୯୧୧ ଜଣ ଅଗ୍ନିଯୋଦ୍ଧା ପାସିଙ୍ଗ ଆଉଟ…

Read More

ଅଣ୍ଟା ଭିଡିଲାଣି କଂଗ୍ରେସ, ଆଗକୁ ଆସିବେ ଯୁବନେତା

ଭୁବନେଶ୍ୱର: ଶକ୍ତିଶାଳୀ ହେବ କଂଗ୍ରେସ ଆଉ ବିଜେପି ବିରୋଧରେ ହେବ ଜୋରଦାର ଲଢେଇ | କିଛି ଏମିତି ଉଦ୍ଦେଶ୍ୟ ନେଇ କଂଗ୍ରେସ ଏବେ ଯୁବନେତାମାନଙ୍କୁ ଦଳରେ ସାମିଲ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି | ମିଳିଥିବା ସୂଚନା କ୍ରମେ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାକୁ ରାଜ୍ୟବ୍ୟାପୀ ଆହୁରି ତ୍ବରାନ୍ବିତ କରିବାକୁ ଇତିମଧ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଦଳର ଯୁବବର୍ଗଙ୍କୁ ନେଇ ଏକ ‘ଯୁବ ସଂଯୋଗ’ କମିଟି…

Read More