ଚାଟ୍ ଜିପିଟି ନୂଆ ଅଧ୍ୟାୟ: ନୂଆଦିଲ୍ଲୀରେ ଓପନଏଆଇ କାର୍ଯ୍ୟାଳୟ
ନୂଆଦିଲ୍ଲୀ: ଚାଟଜିପିଟିର ମୂଳ ସଂସ୍ଥା ଓପନଏଆଇ ଭାରତରେ ନିଜର ପ୍ରଥମ କାର୍ଯ୍ୟାଳୟ ନୂଆଦିଲ୍ଲୀରେ ଖୋଲିବାକୁ ଯୋଜନା କରୁଛି। ଏହା ସହିତ ସଂସ୍ଥାଟି ଓଡ଼ିଶାର ଶୀଲାଦିତ୍ୟ ମହାନ୍ତିଙ୍କୁ ମାର୍କେଟିଂ ଲିଡ୍ ଭାବେ ନିଯୁକ୍ତ କରିଛି। ଶୀଲାଦିତ୍ୟଙ୍କ ପାଖରେ ନୋକିଆ, ମାଇକ୍ରୋସଫ୍ଟ ଏବଂ ମେଟା ଭଳି ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକରେ ୧୬ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ପୂର୍ବରୁ ସେ ମେଟାରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ମେଟା ଏଆଇ ଏବଂ ଫେସବୁକର ମାର୍କେଟିଂ ଲିଡ୍ ଭାବେ କାର୍ଯ୍ୟ କରିଥିଲେ।…
