ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେଲା ଜାତୀୟ କଣ୍ଢେଇ ନାଟ ଉତ୍ସବ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ହେଉଛି ଜାତୀୟ କଣ୍ଢେଇ ନାଟ ଉତ୍ସବ। ଡିସେମ୍ବର ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ଭଞ୍ଜକଳା ମଣ୍ଡପ ଠାରେ ଏହି କଣ୍ଢେଇ ନାଟ ଉତ୍ସବର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ଆଠଗୋଟି ଓ ଭାରତବର୍ଷର କେରଳ, କର୍ଣ୍ଣାଟକ, ରାଜସ୍ଥାନ ଓ ପଶ୍ଚମବଙ୍ଗ ରାଜ୍ୟର ପାଞ୍ଚଗୋଟି କଣ୍ଢେଇନାଟ ଦଳ ଅଂଶଗ୍ରହଣ କରିଛନ୍ତି। ଆଜି କାର୍ଯ୍ୟକ୍ରମର ଉଦ୍ଘାଟନୀ…
