ପାକିସ୍ତାନ ସବୁଠାରୁ ବଡ଼ ରନ ଚେଜ୍‌, ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ତ୍ରି-ସିରିଜ ଫାଇନାଲରେ ପାକିସ୍ତାନ ।

PAK vs SA ତ୍ରି-ସିରିଜ ତୃତୀୟ ODI ହାଇଲାଇଟ୍ସ: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ, ପାକିସ୍ତାନ ଦଳ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଟାଇ ସିରିଜ୍ ଖେଳୁଛି । ସିରିଜର ତୃତୀୟ ଏକଦିବସୀୟ ମ୍ୟାଚ୍ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ, ପାକିସ୍ତାନ ODIରେ ତାର ସର୍ବୋଚ୍ଚ ସ୍କୋରକୁ ପିଛା କରି ଫାଇନାଲରେ ପ୍ରବେଶ କରିଥିଲା । ମ୍ୟାଚ୍‌ରେ ପାକିସ୍ତାନ ରନ୍‌ର ପିଛା କରି ୩୫୫ ରନ୍…

Read More

IND vs ENG: ତୃତୀୟ ODIରେ ଭାରତ ଏବଂ ଇଂଲଣ୍ଡର ଏହା ହୋଇପାରେ ପ୍ଲେଇଂ ଇଲେଭେନ

IND vs ENG ପ୍ଲେଇଂ ଇଲେଭେନ, ପିଚ୍ ରିପୋର୍ଟ ଏବଂ ମ୍ୟାଚ୍ ପୂର୍ବାନୁମାନ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ୍ ବୁଧବାର ଖେଳାଯିବ। ଉଭୟ ଦଳ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପରସ୍ପରକୁ ମୁହାଁମୁହିଁ ହେବେ। ସେହିପରି, ଭାରତୀୟ ସମୟ ଅନୁଯାୟୀ, ମ୍ୟାଚ୍ ଅପରାହ୍ନ ୧.୩୦ ରେ ଆରମ୍ଭ ହେବ। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ୨-୦ ରେ ଆଗୁଆ ଅଛି। ତେଣୁ, ଭାରତୀୟ ଦଳ…

Read More

ପତ୍ନୀ ଆରତୀଙ୍କୁ ଛାଡ଼ପତ୍ର ଦେବେ କି ବୀରେନ୍ଦ୍ର ସେହଓ୍ୱାଗ?

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ଏବଂ ତାଙ୍କ ପତ୍ନୀ ଆରତୀ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଥିବା ଖବର ସାମ୍ନାକୁ ଆସିଛି। ଜାନୁଆରୀ ୨୩, ଗୁରୁବାର ଏକାଧିକ ରିପୋର୍ଟରେ ଦାବି କରାଯାଇଛି ଯେ ବିବାହର ୨୦ ବର୍ଷ ପରେ ଦୁହେଁ ଛାଡ଼ପତ୍ର ଦେବା ପାଇଁ ଯାଉଛନ୍ତି । କାରଣ ସେମାନେ ଅନେକ ମାସ ଧରି ଅଲଗା ରହୁଛନ୍ତି। ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ଏହି ଦମ୍ପତି ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ପରସ୍ପରକୁ ଫଲୋ କରିବା ମଧ୍ୟ ବନ୍ଦ…

Read More

ରଣଜୀରେ ବି ହିଟ୍ ମ୍ୟାନଙ୍କ ଫ୍ଲପ ଶୋ, ବିପଦରେ ଟେଷ୍ଟ କ୍ୟାରିଅର!

ନୂଆଦିଲ୍ଲୀ: ରୋହିତ ଶର୍ମା ଟେଷ୍ଟ କ୍ରିକେଟରେ ଲଗାତାର ସଂଘର୍ଷ କରୁଛନ୍ତି। ଗତ ୧୫ ଟି ଟେଷ୍ଟ ଇନିଂସରେ ସେ ୧୦.୯୩ ହାରରେ ମାତ୍ର ୧୬୪ ରନ୍ କରିଛନ୍ତି। ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖରାପ ପ୍ରଦର୍ଶନ ପରେ ତାଙ୍କର କ୍ୟାରିଅର ଉପରେ ପ୍ରଶ୍ନ ଉଠିଛି। ଏହାପରେ ସେ ନିଜର ଫର୍ମ ଫେରିପାଇବା ପାଇଁ ଘରୋଇ କ୍ରିକେଟକୁ ଯାଇଥିଲେ। ପ୍ରାୟ ୧୦ ବର୍ଷ ପରେ ଭାରତୀୟ ଦଳର ଅଧିନାୟକ ଗୁରୁବାର ୨୩ ଜାନୁଆରୀରେ ଜମ୍ମୁ-କଶ୍ମୀର ବିପକ୍ଷ ରଣଜୀ…

Read More

ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ ପାଇଁ ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ

କଟକ: ଆସନ୍ତା ଫେବ୍ରୁଆରି ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଟିକେଟ୍ କିଣିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଆକାଉଣ୍ଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମ୍ଓ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, କଟକ ବାରବାଟୀ ଷ୍ଟାଡିୟମରେ ଫେବ୍ରୁଆରି ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟମ୍ୟାଚ୍ ଖେଳାଯିବ। କାର୍ଯ୍ୟକାରୀ ସଭାପତି ପଙ୍କଜ…

Read More

ଚାମ୍ପିୟନ୍ସ ଟ୍ରଫି ଦଳକୁ ନେଇ ଗୌତମ ଗମ୍ଭୀର ଓ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ!

ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ସଞ୍ଜୁ ସାମସନଙ୍କୁ ଦଳରେ ସ୍ଥାନ ଦିଆଯାଇନଥିବା ବେଳେ ଶୁଭମନ ଗିଲଙ୍କୁ ଉପଅଧିନାୟକ କରାଯାଇଛି। ଏହାକୁ ନେଇ କୋଚ ଗୌତମ୍ଭ ଗମ୍ଭୀର ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ଯରେ ମତଭେଦ ରହିଛି। ଦୈନିକ ଜାଗରଣର ରିପୋର୍ଟ ଅନୁଯାୟୀ କୋଚ୍ ଗୌତମ ଗମ୍ଭୀର ଶୁଭମନ ଗିଲଙ୍କୁ ଉପଅଧିନାୟକ କରିବା ସପକ୍ଷରେ ନଥିଲେ। ରିପୋର୍ଟରେ କୁହାଯାଇଛି ଯେ ଗମ୍ଭୀର ଚାହୁଁଥିଲେ ହାର୍ଦ୍ଦିକଙ୍କୁ ଉପଅଧିନାୟକ ଦିଆଯାଉ କିନ୍ତୁ ଅଧିନାୟକ ରୋହିତ ଶର୍ମା…

Read More

ଟିମକୁ ଫେରିଲେ ମହମ୍ମଦ ସାମି, ସୂର୍ଯ୍ୟକୁମାର ଯାଦବ, ଘୋଷଣା ହେଲେ ପ୍ଲେଇିଂ ଇଲେଭେନ୍

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ମହମ୍ମଦ ସାମିଙ୍କୁ ଦଳରେ ସାମିଲ କରାଯାଇଛି। ଅଧିନାୟକ ଭାବେ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱ ନେବେ। ପାଖାପାଖି ୨ ବର୍ଷ ପରେ ସାମି ଦଳକୁ ଫେରିଛନ୍ତି। ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ କିନ୍ତୁ ଋଷଭ ପନ୍ତଙ୍କୁ ସୁଯୋଗ ଦିଆଯାଇନାହିଁ। ବିଶ୍ୱକପ୍ ୨୦୨୩ ପରେ ମହମ୍ମଦ ସାମି ପ୍ରଥମ ଥର ପାଇଁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଆଘାତରୁ ସୁସ୍ଥ ହେବା ପରେ ସେ ରଣଜୀ ଟ୍ରଫି…

Read More

ଗମ୍ଭୀର କୋଚ ହେବା ପରେ କେଉଁ ସ୍ଥିତିରେ ଟିମ୍ ଇଣ୍ଡିଆ?

ମୁମ୍ବାଇ: ବର୍ଡର-ଗାଭାସ୍କର ଟ୍ରଫିର ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହା ସହିତ ଭାରତ ମଧ୍ୟ ଶୃଙ୍ଖଳା ହାରିଛି ଏବଂ ଟିମ୍ ଇଣ୍ଡିଆ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ୨୦୨୫ ଦୌଡ଼ରୁ ବାଦ୍ ପଡ଼ିଛି।  ଟିମ୍ ଇଣ୍ଡିଆର ବଡ଼ ପରାଜୟ ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଟିମ୍…

Read More

ବିରାଟ କୋହଲିଙ୍କ ସମେତ ଏହି ୩ ଖେଳାଳି ଅଷ୍ଟ୍ରେଲିଆରେ ଶେଷ କଲେ କ୍ୟାରିଅର!

ସିଡନୀ: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ରେ ଅଷ୍ଟ୍ରେଲିଆ ଟିମ୍ ଇଣ୍ଡିଆକୁ ୩-୧ରେ ପରାସ୍ତ କରିଛି। ଏହି ସିରିଜ୍ ଭାରତୀୟ ଖେଳାଳିଙ୍କ ପାଇଁ ବହୁତ ଖରାପ ଥିଲା। ଯଶପ୍ରୀତ ବୁମ୍ରାଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ଖେଳାଳି ସିରିଜରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିପାରିନଥିଲେ। ଟିମ୍ ଇଣ୍ଡିଆକୁ ଏବେ ୫ ମାସ ପରେ ପରବର୍ତ୍ତୀ ଟେଷ୍ଟ ସିରିଜ୍ ଖେଳିବାକୁ ପଡ଼ିବ। ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ଏକ ବଡ଼ ପରିବର୍ତ୍ତନର ସମୟ ଦେଇ ଗତି କରିବ ବୋଲି…

Read More

ଏକ ଦଶନ୍ଧି ପରେ ବର୍ଡର-ଗାଭାସ୍କର ଟ୍ରଫି ହାତେଇଲା ଅଷ୍ଟ୍ରେଲିଆ, ଭାରତର ଶୋଚନୀୟ ପରାଜୟ

ମେଲବର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଶେଷ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଏକତରଫା ଢଙ୍ଗରେ ଟିମ୍ ଇଣ୍ଡିଆ ବିପକ୍ଷରେ ବିଜୟୀ ହୋଇଛି। ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ପରାଜୟ ହୋଇଛି। ଟିମ୍ ଇଣ୍ଡିଆ ଗୋଟିଏ ବି ମ୍ୟାଚ୍ ଜିତି ପାରିନଥିବାରୁ ଏହା ଲଜ୍ୟାଜନକ ପରାଜୟ ବୋଲି କୁହାଯାଉଛି। ଏହି ପରାଜୟ ଟିମ୍ ଇଣ୍ଡିଆକୁ ବହୁତ କଷ୍ଟ ଦୋଇଛି। ବାସ୍ତବରେ ଭାରତୀୟ ଦଳ ୧୦…

Read More