ବିଶ୍ୱଭୂଷଣଙ୍କୁ ମିଳିଲା ନୂଆ ଦାୟିତ୍ୱ

ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷ ହେଲେ ବିଶ୍ୱଭୂଷଣ । ରାଜଧାନୀ ଦିଲ୍ଲୀରେ ଏହି ଅଧ୍ୟୟନ କେନ୍ଦ୍ର ଖୋଲାଯାଇଛି । ଏ ନେଇ ଅଧ୍ୟୟନ କେନ୍ଦ୍ର ଏକ୍ସ ଅଫିସିଆଲ ସାଇଟରେ ପୋଷ୍ଟ ଶେୟାର କରାଯାଇଛି । ବିଶ୍ୱଭୂଷଣଙ୍କ ୫ ଦଶନ୍ଧୀର ରାଜନୈତିକ ଜୀବନରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିଥିବା କଥା ଏଥିରେ ଉଲ୍ଲେଖ କରାଯାଇଛି । ର୍ପୁୂବରୁ ସେ ଆନ୍ଧ୍ର ପ୍ରଦେଶ, ଏବଂ ଛତିଶଗଡ଼ ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶା…

Read More

ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱରର ନବ ନିର୍ମିତ ଜୁଡିସିଆଲ କମ୍ପ୍ଲେକ୍ସର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଇ ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଉପସ୍ଥିତ ରହିଥିଲେ।୧୭୦ କୋଟି ଟଙ୍କାରେ ନିର୍ମିତ ଏହି ଅତ୍ୟାଧୁନିକ କୋର୍ଟ ବିଲ୍ଡିଂରେ ୫୫ଟି କୋର୍ଟରୁମ୍‌ ସହିତ ବିଚାରପତିମାନଙ୍କ ପାଇଁ ୫୫ଟି ଚାମ୍ବର ରହିଛି। କୋଠାଟି ସେଣ୍ଟ୍ରାଲ ଏୟାର କଣ୍ଡିଶନର୍‌ ଲାଗିଛି।

Read More

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିନ୍ଦେ

ଦେବେନ୍ଦ୍ର ଫଡ୍‌ନବିସ ଗୁରୁବାର ମୁମ୍ବାଇର ଆଜାଦ ମଇଦାନରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ଫଡନ୍‌ବିସଙ୍କୁ ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଫଡ୍‌ନବିସଙ୍କ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଏକନାଥ ଶିନ୍ଦେ ଏବଂ ଅଜିତ ପାୱାର ମଧ୍ୟ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।ଏକନାଥ ଶିନ୍ଦେ ଶେଷ ମୁହୂର୍ତ୍ତରେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଅଜିତ ପାୱାରଙ୍କ ସହ ସେ ଶପଥ ଗ୍ରହଣ କରିଥିଲେ ମଧ୍ୟ…

Read More

ଆଜି ମହାରାଷ୍ଟ୍ର ପାଇବ ନୂଆ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ମହାୟୁତିର ଆଶାତୀତ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ ଗୁରୁବାର ମହାରାଷ୍ଟ୍ରର ଅଷ୍ଟାଦଶ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇ ତୃତୀୟ ପାଳି କାର୍ଯ୍ୟକାଳ ଆରମ୍ଭ କରିବେ। ଭାଜପା ନେତୃବୃନ୍ଦଙ୍କ ନିଷ୍ପତ୍ତି ଅନୁଯାୟୀ, ବୁଧବାର ବିଧାୟକ ଦଳ ବୈଠକରେ ଫଡ୍‌ନବିସଙ୍କୁ ନେତା ବଛାଯାଇଛି। ଫଡ୍‌ନବିସ ନେତା ନିର୍ବାଚିତ ହେବା ପରେ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ଏବଂ ଜାତୀୟତାବାଦୀ କଂଗ୍ରେସ…

Read More

୨୦ରେ ନିର୍ବାଚନ

ଆସନ୍ତା ୨୦ରେ ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ପତ୍ରର ଶେଷ ତାରିଖ ଡିସେମ୍ବର ୧୦ ତାରିଖ ରହିଛି। ଏହାସହ ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୧୩ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି। ଏହାପରେ ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ବିଜେଡି ଟିକେଟ୍‌ରୁ ରାଜ୍ୟ ସଭାକୁ ଯାଇଥିବା ସୁଜିତ କୁମାର ରାଜ୍ୟ ସଭାର ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏମ୍‌ପି ପଦରୁ ଇସ୍ତଫା ଦେବା ପରେ ପରେ ବିଜେଡି ତାଙ୍କ ବିରୋଧରେ…

Read More

ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହିଂସା ଜାରି 

ଦେଶରେ ହୋଇଥିବା ଆକ୍ରମଣ ପରେ ଶେଖ ହସିନା ଭାରତରେ ଅଛନ୍ତି। ବର୍ତ୍ତମାନ ଶେଖ ହସିନା ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେଉଥିବା ମହମ୍ମଦ ୟୁନୁସଙ୍କ ଉପରେ ବହୁ ହତ୍ୟା ଏବଂ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବାଂଲାଦେଶରେ ଘଟିଥିବା ନରସଂହାର ପାଇଁ ମହମ୍ମଦ ୟୁନୁସ ଦାୟୀ। ନ୍ୟୁୟର୍କରେ ଏକ ଆୱାମି ଲିଗ ଇଭେଣ୍ଟକୁ ସମ୍ବୋଧିତ କରି ହସିନା ମନ୍ଦିର, ଚର୍ଚ୍ଚ ଏବଂ ଧାର୍ମିକ ସଂଗଠନ ଇସ୍କନ ଉପରେ ବାରମ୍ବାର ଆକ୍ରମଣ କରିଥିବାରୁ…

Read More

ହସ୍ପିଟାଲରେ ଶିନ୍ଦେ

ମହାରାଷ୍ଟ୍ରରେ ନୂତନ ସରକାରଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ପ୍ରସ୍ତୁତି ସମ୍ପର୍କରେ ମଙ୍ଗଳବାର ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଏକ ବୈଠକ କରିଛନ୍ତି। ମହୁୟୁତିର ନେତାମାନେ ଆଜାଦ ମଇଦାନକୁ ମଧ୍ୟ ଯାଞ୍ଚ କରିଥିଲେ। ଏହି ସମୟରେ ଶିବସେନା, ଭାଜପା ଏବଂ ଏନସିପି ନେତାମାନେ ଉପସ୍ଥିତ ଥିଲେ। ସମସ୍ତ ତିନୋଟି ଦଳ ଏକତା ଦେଖାଇବାକୁ ଚେଷ୍ଟା କରିଥିଲେ।ଅନ୍ୟପକ୍ଷରେ ଅଜିତ ପାୱାର ଦିଲ୍ଲୀରେ ପହଞ୍ଚିଛନ୍ତି। କୁହାଯାଉଛି ଯେ, ଏଠାରେ ସେ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ବିଷୟରେ ଆଲୋଚନା…

Read More

ବଢ଼ିବ ବିଧାୟକଙ୍କର ଦରମା ଓ ପେନସନ୍

ରାଜ୍ୟର ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି ପାଇଁ ନୂଆ କମିଟି ଗଠନ କରାଯାଇଛି । ଏହି କମିଟିରେ ଅନେକ ସଦସ୍ୟ ସ୍ଥାନ ପାଇଛନ୍ତି । ଏହି କମିଟିରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ ଦେବ, ତାରା ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେନ, ନିହାର ମହାନନ୍ଦ, ପୂର୍ଣ୍ଣ ସେଠି ସଦସ୍ୟ ରହିବେ । ସୂଚନାଯୋଗ୍ୟ ଯେ, ରାଜ୍ୟର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ଦରମା, ପେନସନ୍ ବୃଦ୍ଧି…

Read More

ଗାଁରେ ପହଞ୍ଚିବ ମୋବାଇଲ ନେଟୱାର୍କ

ଗାଁରେ ପହଞ୍ଚିବ ମୋବାଇଲ ନେଟୱାର୍କ ସେବା । ବର୍ତ୍ତମାନ ରାଜ୍ୟରେ ୪୭ ହଜାର ୯୦୨ଟି ମୋବାଇଲ ଟାୱାର ଅଛି । ସେଥିରୁ ୧୨ ହଜାର ୬୦୨ଟି 5G ଟାୱାର ରହିଛି । ଅଧିକ 5G ଟାୱାର ଅପଗ୍ରେଡ୍ କରାଯାଉଛି । ୨୦୨୫ ମାର୍ଚ୍ଚ ସୁଦ୍ଧା ଅପହଞ୍ଚ ଗାଁକୁ ସେବା ପହଞ୍ଚାଇବା ଲକ୍ଷ ରହିଛି ବୋଲି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି । ରାଜ୍ୟରେ ମୋବାଇଲ ଇଣ୍ଟରନେଟ ସେବାରୁ ବଞ୍ଚିତ ଓ ଏହାର ସମସ୍ୟାକୁ…

Read More

ଦିଲ୍ଲୀରୁ ଲଢ଼ିପାରନ୍ତି ଅୱଧ ଓଝା

ଆମ୍ ଆଦମୀ ପାର୍ଟି(ଆପ୍‌)ରେ ସାମିଲ ହୋଇଛନ୍ତି ଅୱଧ ଓଝା। ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ତାଙ୍କୁ ଦଳର ସଦସ୍ୟତା ଦେଇଛନ୍ତି । ଏହି ସମୟରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉପସ୍ଥିତ ଥିଲେ । ଦିଲ୍ଲୀର ଶିକ୍ଷା କ୍ରାନ୍ତିରୁ ପ୍ରଭାବିତ ହୋଇ ଅୱଧ ଦଳରେ ସାମିଲ ହୋଇଥିବା ମନୀଷ ଦଳ ତରଫରୁ କହିଥିଲେ । ଆମ ପ୍ରୟାସକୁ ଆହୁରୀ ଆଗକୁ ନେବା ପାଇଁ ତାଙ୍କୁ ଆପ୍ ପରିବାରକୁ ସ୍ୱାଗତ ଜଣାଉଛି । ଦଳରେ ସାମିଲ…

Read More