ରାଜ୍ୟପାଳ ପଦରୁ ଇସ୍ତଫା, ଏବେ ରଘୁବର ଦାସ କରିବେ କ’ଣ, ମିଳିଲା ବଡ଼ ଆଭାସ!

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ରାଷ୍ଟ୍ରପତି ଭବନରୁ ମିଳିଥିବା ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି ରଘୁବର ଦାସଙ୍କ ଇସ୍ତଫାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ମିଜୋରାମର ବର୍ତ୍ତମାନର ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତିଙ୍କୁ ଓଡ଼ିଶାରେ ତାଙ୍କର ଉତ୍ତରାଧିକାରୀ ଭାବେ ନିଯୁକ୍ତ କରାଯାଇଛି। ମିଳିଥିବା ସୂତ୍ରରୁ ଜଣାପଡିଛି ଯେ ରାଜ୍ୟପାଳ ପଦରେ ରଘୁବର ଦାସ ରହିବା ପରେ ତାଙ୍କ ରାଜନୈତିକ କ୍ୟାରିୟର ସହ…

Read More

ବଦଳିଲେ ଓଡ଼ିଶାର ରାଜ୍ୟପାଳ, ଆରିଫ ମହମ୍ମଦ ଖାନ ହେଲେ ବିହାରର ନୂଆ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରଘୁବର ଦାସଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି। ରଘୁବର ଦାସଙ୍କ ସ୍ଥାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡଃ ହରିବାବୁ କମ୍ଭାମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ଦେଇଛନ୍ତି। ଡ. କମ୍ଭାମପତି ମିଜୋରାମର ରାଜ୍ୟପାଳ ଥିଲେ। ରଘୁବର ଦାସ୨୦୨୩ ଅକ୍ଟୋବର ୧୮ତାରିଖରେ ରାଜ୍ୟପାଳ ପଦରେ ନିଯୁକ୍ତ ହୋଇଥିଲେ । ରଘୁବର ଦାସ ତାଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନକୁ ବୁଲି ସରକାରୀ…

Read More

ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଲେଖନୀ ମୁନରେ ନବୀନଙ୍କ ରାଜନୈତିକ ଜୀବନୀ; ରାଜନୈତିକ ମହଲରେ ତର୍କ

ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଶାସନ ପରେ ୨୦୨୪ ନିର୍ବାଚନରେ ବିଜେଡିର ପରାଜୟକୁ ନେଇ ବରିଷ୍ଠ ସାମ୍ବାଦିକ ତଥା ଆଉଟଲୁକ୍ ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ରୁବେନ ବାନାର୍ଜୀଙ୍କ ବହି “Naveen Patnaik- The authorative biography revised after ୨୦୧୪ elections” ପ୍ରକାଶିତ ହୋଇଛି । ଯେଉଁଥିରେ ୨୪ ବର୍ଷ ସରକାରର ପତନ ଆଉ ଏଥିରେ ଆଇଏଏସ୍ ଭିକେ ପାଣ୍ଡିଆନଙ୍କ ଭୂମିକା ବିଷୟରେ ଆଲୋକପାତ କରାଯାଇଛି । ଏହାପରେ ରାଜନୀତି ମହଲରେ ଆଲୋଡନ ସୃଷ୍ଟି କରିଛି…

Read More

ପ୍ରତାପ ଷଡ଼ଙ୍ଗୀଙ୍କୁ ଜୟା ବଚ୍ଚନଙ୍କ ଟାର୍ଗେଟ; ଷଡ଼ଙ୍ଗୀଜୀଙ୍କ ଅଭିନୟ ପାଇଁ ଅସ୍କାର ପୁରସ୍କାର ମିଳିବା ଦରକାର

ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଟାର୍ଗେଟ କଲେ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ । ସଂସଦରେ ଗତକାଲି ଧକ୍କା କାଣ୍ଡକୁ ନେଇ ଜୟା ବଚ୍ଚନ କହିଛନ୍ତି ଯେ, କ୍ୟାମେରା ଆଗରେ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଯେଉଁଭଳି ଭାବେ ଆହତର ଅଭିନୟ କରିଛନ୍ତି, ସେମାନଙ୍କୁ ଅସ୍କାର ଠାରୁ ଆରମ୍ଭ କରି ସବୁ ପ୍ରକାରର ପୁରସ୍କାର ମିଳିବା ଦରକାର । ବିଜେପି ଆଣିଥିବା ଅଭିଯୋଗ ଉପରେ ଜୟା ବଚ୍ଚନ କହିଛନ୍ତି, “ଷଡ଼ଙ୍ଗୀଜୀ କେବଳ ଡ୍ରାମା…

Read More

ସାଂସଦ ପ୍ରତାପ ଷଢଙ୍ଗୀ ଆହତ ଘଟଣାକୁ ନେଇ ରାହୁଲ ଦେଲେ ଏଭଳି ପ୍ରତିକ୍ରିୟା

ଆଜି ସଂସଦରେ କଂଗ୍ରେସ ଏବଂ ବିଜେପି ସାଂସଦଙ୍କ ମଧ୍ୟରେ ଠେଲାପେଲା ପରିସ୍ଥତି ସୃଷ୍ଟି ହେବା କାରଣରୁ ବାଲେଶ୍ବର ସାଂସଦ ପ୍ରତାପ ଷଢଙ୍ଗୀ ଆହତ ହୋଇଯାଇଥିବା ସୂଚନା ମିଳିଛି । ଠେଲାପେଲା ମଧ୍ୟରେ ସାଂସଦ ପ୍ରତାପ ତଳେ ପଡିଯିବାରୁ ତାଙ୍କ ମୁଣ୍ଡ ଫାଟିଥିବା ଜଣାପଡିଛି ।ପରେ ରକ୍ତସ୍ରାବ ହେବାରୁ ତାଙ୍କୁ ନିକଟସ୍ଥ ମେଡିକାଲରେ ପ୍ରତାପ ଷଡଙ୍ଗୀଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ବର୍ତମାନ ତାଙ୍କ ସ୍ଥିତି ଭଲ ରହିଥିବା ସୂଚନା ମିଳିଛି । ତେବେ ଆଜି ସଂସଦରେ ବିଜେପି ନେତୃତାଧିନ…

Read More

ଦରଦାମ ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଦରଦାମ ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ଆସନ୍ତା ଜାନୁଆରୀ ୬ ତାରିଖରେ ରାଜଧାନୀ ରାଜରାସ୍ତାରେ ଦରଦାମ ବୃଦ୍ଧିକୁ ନେଇ ଗର୍ଜିବ । ଏନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବରରେ ମଧ୍ୟ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହେବ । ଯେଉଁଥିରେ ଲୋକଙ୍କ ସ୍ବାର୍ଥରେ ଲଢିବା ପାଇଁ ମୁଖିଆ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସମସ୍ତ କର୍ମ କର୍ତ୍ତା ସଂକଳ୍ପ ନେବେ । ତେବେ ଏନେଇ ବିଜେଡି…

Read More

ଚର୍ଚ୍ଚାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ବ୍ୟାଗ୍

ପୁଣି ଚର୍ଚ୍ଚାରେ ହ୍ୟାଣ୍ଡବ୍ୟାଗକୁ ନେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ । ପାଲେଷ୍ଟାଇନ ପରେ ଏବେ ବାଂଲାଦେଶୀ ହିନ୍ଦୁଙ୍କ ସମର୍ଥନ ଲେଖାଥିବା ହ୍ୟାଣ୍ଡବ୍ୟାଗ ଧରି ସଂସଦରେ ପହଞ୍ଚିଥିଲେ ପ୍ରିୟଙ୍କା । ଗତକାଲି ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସଂସଦ ଆସିବା ବେଳେ ଏକ ହ୍ୟାଣ୍ଡବ୍ୟାଗ୍ ଧରି ଆସିଥିଲେ, ଯେଉଁଥିରେ ‘ପାଲେଷ୍ଟାଇନ୍’ଲେଖାଥିଲା । ପାଲେଷ୍ଟାଇନ ସମର୍ଥନ ବ୍ୟାଗ ନେଇ ସଂସଦରେ ପହଞ୍ଚିବା ପରେ ବିଜେପି ଏହାର ବିରୋଧ କରିଥିଲା । ସେପଟେ ବାଂଲାଦେଶୀ ହିନ୍ଦୁଙ୍କ ସମର୍ଥନରେ ସଂସଦ ପରିସରରେ…

Read More

ନିର୍ବାଚନ ଲଢିବେ ଅରବିନ୍ଦ କେଜ୍ରିୱାଲ

ନିର୍ବାଚନ ଲଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦ୍‌ମୀ ପାର୍ଟି ତାର ଶେଷ ପ୍ରାର୍ଥୀ ତାଲିକା ଜାରି କରିଛି। ତେବେ ୩୮ ଜଣିଆ ପ୍ରାର୍ଥୀ ତାଲିକାରେ ରହିଛି ଅରବିନ୍ଦ କେଜ୍ରିୱାଲଙ୍କ ନାମ। ସେ ନୂଆ ଦିଲ୍ଲୀରୁ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି। ସେହିପରି ସୌରଭ ଭରଦ୍ବାଜ ଗ୍ରେଟର କୈଳାସ ଓ ସତୈନ୍ଦ୍ର ଜୈନ୍ ଶକୁର ବସ୍ତିରୁ ନିର୍ବାଚନ ଲଢିବେ। ମୁଖ୍ୟମନ୍ତ୍ରୀ ଆତିଶି କାଲ୍‌କାଜିରୁ ପ୍ରାର୍ଥୀ…

Read More

ବିଧାୟକ ପାଇବେ ୨ ଲକ୍ଷ ୭୫ ହଜାର ଟଙ୍କା ଦରମା !

ଏଣିକି ବିଧାୟକମାନେ ଦରମା ପାଇବେ ୨ ଲକ୍ଷ ୭୫ ହଜାର ଟଙ୍କା । ତେବେ ବଜାରରେ ଦରଦାମ ବଢୁଥିବା ନେଇ ବିଧାୟକଙ୍କ ଚଳଣିରେ ଅସୁବିଧା ହେଇଥିବା ନେଇ ଦାବି କରାଯିବା ପରେ ଏହି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି । ସବୁ ଦଳ ଦରମା ବୃଦ୍ଧି ନେଇ ଦାବି କରିବାରୁ ପରିଶେଷରେ ବାଚସ୍ପତି ମଧ୍ୟ ହସ୍ତକ୍ଷେପ କଲେ । ତୁରନ୍ତ କମିଟି ଗଠନ ହୋଇଗଲା । ଚଟାପଟ କମିଟିର ବୈଠକ ବସିଲା । ବୈଠକରେ ସର୍ବସମ୍ମତ ନିଷ୍ପତ୍ତି…

Read More

ରାଜନୈତିକ ମହଲରେ ଆରମ୍ଭ ହେଉଛି କି ନୂଆ ସମୀକରଣ ?

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କିଛିଦିନ ଭିତରେ ରାଜ୍ୟସଭାରେ ବିଜେଡି ଶୁନ ହୋଇଯିବ ବୋଲି ଦଳକୁ ଟାର୍ଗେଟ କରି କହିଛନ୍ତି । ସେ କହିଛନ୍ତି ଖୁବଶୀଘ୍ର ୨ ଜଣ ବିଜେଡି ରାଜ୍ୟସଭା ସାଂସଦ ବିଜେପିରେ ମିଶିବାକୁ ଯାଉଛନ୍ତି । ଜଣେ ବରିଷ୍ଠ, ଆଉ ଜଣେ ଯୁବ ନେତା । ସେମାନେ ଦେଖୁଛନ୍ତି ବିଜେଡ଼ିରେ ଆଉ କୌଣସି ଭବିଷ୍ୟତ ନାହିଁ । ସେଥିପାଇଁ ତାଙ୍କର ପାଖରେ ଆଉ କୌଣସି ବିକଳ୍ପ ନାହିଁ । କିଛିଦିନ ଭିତରେ ରାଜ୍ୟସଭାରେ ବିଜେଡିର…

Read More