ସାଂସଦ ପ୍ରତାପ ଷଢଙ୍ଗୀ ଆହତ ଘଟଣାକୁ ନେଇ ରାହୁଲ ଦେଲେ ଏଭଳି ପ୍ରତିକ୍ରିୟା

ଆଜି ସଂସଦରେ କଂଗ୍ରେସ ଏବଂ ବିଜେପି ସାଂସଦଙ୍କ ମଧ୍ୟରେ ଠେଲାପେଲା ପରିସ୍ଥତି ସୃଷ୍ଟି ହେବା କାରଣରୁ ବାଲେଶ୍ବର ସାଂସଦ ପ୍ରତାପ ଷଢଙ୍ଗୀ ଆହତ ହୋଇଯାଇଥିବା ସୂଚନା ମିଳିଛି । ଠେଲାପେଲା ମଧ୍ୟରେ ସାଂସଦ ପ୍ରତାପ ତଳେ ପଡିଯିବାରୁ ତାଙ୍କ ମୁଣ୍ଡ ଫାଟିଥିବା ଜଣାପଡିଛି ।ପରେ ରକ୍ତସ୍ରାବ ହେବାରୁ ତାଙ୍କୁ ନିକଟସ୍ଥ ମେଡିକାଲରେ ପ୍ରତାପ ଷଡଙ୍ଗୀଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ବର୍ତମାନ ତାଙ୍କ ସ୍ଥିତି ଭଲ ରହିଥିବା ସୂଚନା ମିଳିଛି । ତେବେ ଆଜି ସଂସଦରେ ବିଜେପି ନେତୃତାଧିନ…

Read More

ଦରଦାମ ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଦରଦାମ ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ଆସନ୍ତା ଜାନୁଆରୀ ୬ ତାରିଖରେ ରାଜଧାନୀ ରାଜରାସ୍ତାରେ ଦରଦାମ ବୃଦ୍ଧିକୁ ନେଇ ଗର୍ଜିବ । ଏନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବରରେ ମଧ୍ୟ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହେବ । ଯେଉଁଥିରେ ଲୋକଙ୍କ ସ୍ବାର୍ଥରେ ଲଢିବା ପାଇଁ ମୁଖିଆ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସମସ୍ତ କର୍ମ କର୍ତ୍ତା ସଂକଳ୍ପ ନେବେ । ତେବେ ଏନେଇ ବିଜେଡି…

Read More

ଚର୍ଚ୍ଚାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ବ୍ୟାଗ୍

ପୁଣି ଚର୍ଚ୍ଚାରେ ହ୍ୟାଣ୍ଡବ୍ୟାଗକୁ ନେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ । ପାଲେଷ୍ଟାଇନ ପରେ ଏବେ ବାଂଲାଦେଶୀ ହିନ୍ଦୁଙ୍କ ସମର୍ଥନ ଲେଖାଥିବା ହ୍ୟାଣ୍ଡବ୍ୟାଗ ଧରି ସଂସଦରେ ପହଞ୍ଚିଥିଲେ ପ୍ରିୟଙ୍କା । ଗତକାଲି ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସଂସଦ ଆସିବା ବେଳେ ଏକ ହ୍ୟାଣ୍ଡବ୍ୟାଗ୍ ଧରି ଆସିଥିଲେ, ଯେଉଁଥିରେ ‘ପାଲେଷ୍ଟାଇନ୍’ଲେଖାଥିଲା । ପାଲେଷ୍ଟାଇନ ସମର୍ଥନ ବ୍ୟାଗ ନେଇ ସଂସଦରେ ପହଞ୍ଚିବା ପରେ ବିଜେପି ଏହାର ବିରୋଧ କରିଥିଲା । ସେପଟେ ବାଂଲାଦେଶୀ ହିନ୍ଦୁଙ୍କ ସମର୍ଥନରେ ସଂସଦ ପରିସରରେ…

Read More

ନିର୍ବାଚନ ଲଢିବେ ଅରବିନ୍ଦ କେଜ୍ରିୱାଲ

ନିର୍ବାଚନ ଲଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦ୍‌ମୀ ପାର୍ଟି ତାର ଶେଷ ପ୍ରାର୍ଥୀ ତାଲିକା ଜାରି କରିଛି। ତେବେ ୩୮ ଜଣିଆ ପ୍ରାର୍ଥୀ ତାଲିକାରେ ରହିଛି ଅରବିନ୍ଦ କେଜ୍ରିୱାଲଙ୍କ ନାମ। ସେ ନୂଆ ଦିଲ୍ଲୀରୁ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି। ସେହିପରି ସୌରଭ ଭରଦ୍ବାଜ ଗ୍ରେଟର କୈଳାସ ଓ ସତୈନ୍ଦ୍ର ଜୈନ୍ ଶକୁର ବସ୍ତିରୁ ନିର୍ବାଚନ ଲଢିବେ। ମୁଖ୍ୟମନ୍ତ୍ରୀ ଆତିଶି କାଲ୍‌କାଜିରୁ ପ୍ରାର୍ଥୀ…

Read More

ବିଧାୟକ ପାଇବେ ୨ ଲକ୍ଷ ୭୫ ହଜାର ଟଙ୍କା ଦରମା !

ଏଣିକି ବିଧାୟକମାନେ ଦରମା ପାଇବେ ୨ ଲକ୍ଷ ୭୫ ହଜାର ଟଙ୍କା । ତେବେ ବଜାରରେ ଦରଦାମ ବଢୁଥିବା ନେଇ ବିଧାୟକଙ୍କ ଚଳଣିରେ ଅସୁବିଧା ହେଇଥିବା ନେଇ ଦାବି କରାଯିବା ପରେ ଏହି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି । ସବୁ ଦଳ ଦରମା ବୃଦ୍ଧି ନେଇ ଦାବି କରିବାରୁ ପରିଶେଷରେ ବାଚସ୍ପତି ମଧ୍ୟ ହସ୍ତକ୍ଷେପ କଲେ । ତୁରନ୍ତ କମିଟି ଗଠନ ହୋଇଗଲା । ଚଟାପଟ କମିଟିର ବୈଠକ ବସିଲା । ବୈଠକରେ ସର୍ବସମ୍ମତ ନିଷ୍ପତ୍ତି…

Read More

ରାଜନୈତିକ ମହଲରେ ଆରମ୍ଭ ହେଉଛି କି ନୂଆ ସମୀକରଣ ?

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କିଛିଦିନ ଭିତରେ ରାଜ୍ୟସଭାରେ ବିଜେଡି ଶୁନ ହୋଇଯିବ ବୋଲି ଦଳକୁ ଟାର୍ଗେଟ କରି କହିଛନ୍ତି । ସେ କହିଛନ୍ତି ଖୁବଶୀଘ୍ର ୨ ଜଣ ବିଜେଡି ରାଜ୍ୟସଭା ସାଂସଦ ବିଜେପିରେ ମିଶିବାକୁ ଯାଉଛନ୍ତି । ଜଣେ ବରିଷ୍ଠ, ଆଉ ଜଣେ ଯୁବ ନେତା । ସେମାନେ ଦେଖୁଛନ୍ତି ବିଜେଡ଼ିରେ ଆଉ କୌଣସି ଭବିଷ୍ୟତ ନାହିଁ । ସେଥିପାଇଁ ତାଙ୍କର ପାଖରେ ଆଉ କୌଣସି ବିକଳ୍ପ ନାହିଁ । କିଛିଦିନ ଭିତରେ ରାଜ୍ୟସଭାରେ ବିଜେଡିର…

Read More

ବିଶ୍ୱଭୂଷଣଙ୍କୁ ମିଳିଲା ନୂଆ ଦାୟିତ୍ୱ

ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷ ହେଲେ ବିଶ୍ୱଭୂଷଣ । ରାଜଧାନୀ ଦିଲ୍ଲୀରେ ଏହି ଅଧ୍ୟୟନ କେନ୍ଦ୍ର ଖୋଲାଯାଇଛି । ଏ ନେଇ ଅଧ୍ୟୟନ କେନ୍ଦ୍ର ଏକ୍ସ ଅଫିସିଆଲ ସାଇଟରେ ପୋଷ୍ଟ ଶେୟାର କରାଯାଇଛି । ବିଶ୍ୱଭୂଷଣଙ୍କ ୫ ଦଶନ୍ଧୀର ରାଜନୈତିକ ଜୀବନରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିଥିବା କଥା ଏଥିରେ ଉଲ୍ଲେଖ କରାଯାଇଛି । ର୍ପୁୂବରୁ ସେ ଆନ୍ଧ୍ର ପ୍ରଦେଶ, ଏବଂ ଛତିଶଗଡ଼ ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶା…

Read More

ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱରର ନବ ନିର୍ମିତ ଜୁଡିସିଆଲ କମ୍ପ୍ଲେକ୍ସର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଇ ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଉପସ୍ଥିତ ରହିଥିଲେ।୧୭୦ କୋଟି ଟଙ୍କାରେ ନିର୍ମିତ ଏହି ଅତ୍ୟାଧୁନିକ କୋର୍ଟ ବିଲ୍ଡିଂରେ ୫୫ଟି କୋର୍ଟରୁମ୍‌ ସହିତ ବିଚାରପତିମାନଙ୍କ ପାଇଁ ୫୫ଟି ଚାମ୍ବର ରହିଛି। କୋଠାଟି ସେଣ୍ଟ୍ରାଲ ଏୟାର କଣ୍ଡିଶନର୍‌ ଲାଗିଛି।

Read More

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିନ୍ଦେ

ଦେବେନ୍ଦ୍ର ଫଡ୍‌ନବିସ ଗୁରୁବାର ମୁମ୍ବାଇର ଆଜାଦ ମଇଦାନରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ଫଡନ୍‌ବିସଙ୍କୁ ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଫଡ୍‌ନବିସଙ୍କ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଏକନାଥ ଶିନ୍ଦେ ଏବଂ ଅଜିତ ପାୱାର ମଧ୍ୟ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।ଏକନାଥ ଶିନ୍ଦେ ଶେଷ ମୁହୂର୍ତ୍ତରେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଅଜିତ ପାୱାରଙ୍କ ସହ ସେ ଶପଥ ଗ୍ରହଣ କରିଥିଲେ ମଧ୍ୟ…

Read More

ଆଜି ମହାରାଷ୍ଟ୍ର ପାଇବ ନୂଆ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ମହାୟୁତିର ଆଶାତୀତ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ ଗୁରୁବାର ମହାରାଷ୍ଟ୍ରର ଅଷ୍ଟାଦଶ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇ ତୃତୀୟ ପାଳି କାର୍ଯ୍ୟକାଳ ଆରମ୍ଭ କରିବେ। ଭାଜପା ନେତୃବୃନ୍ଦଙ୍କ ନିଷ୍ପତ୍ତି ଅନୁଯାୟୀ, ବୁଧବାର ବିଧାୟକ ଦଳ ବୈଠକରେ ଫଡ୍‌ନବିସଙ୍କୁ ନେତା ବଛାଯାଇଛି। ଫଡ୍‌ନବିସ ନେତା ନିର୍ବାଚିତ ହେବା ପରେ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ଏବଂ ଜାତୀୟତାବାଦୀ କଂଗ୍ରେସ…

Read More