ସ୍ୱାଧୀନତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ
ଭୁବନେଶ୍ୱର :ଆଜି ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ ହୋଇଯାଇଛି |ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିରେ ଯୋଗ ଦେଇ କହିଥିଲେ ଯେ ଭାରତୀୟ ସ୍ଵାଧୀନତା ସଂଗ୍ରାମ ବିଶ୍ଵର ଏକମାତ୍ର ସ୍ଵାଧୀନତା ଆନ୍ଦୋଳନ ଯାହା ମୁଖ୍ୟତଃ ଶାନ୍ତି ଓ ଅହିଂସା ମାଧ୍ୟମରେ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ, ବିଭିନ୍ନ ବିଚାରଧାରାର ବ୍ୟକ୍ତିତ୍ଵ ସମସ୍ତେ ଗୋଟିଏ ମଞ୍ଚରେ ଆସିଥିଲେ, ଏବଂ ସମସ୍ତଙ୍କର ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥିଲା, ଦେଶକୁ ବ୍ରିଟିଶ ଶାସନ କବଳରୁ ମୁକ୍ତ କରିବା…
