୧୧ ଜିଲ୍ଲାକୁ ନିଧୂମ ଛେଚିବ

ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ଆହୁରି ଘନୀଭୂତ ହୋଇ ଗତକାଲି ଅପରାହ୍ଣ ସାଢେ ୨ଟାରେ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହୋଇଥିଲା । ତେବେ ଏହି ପ୍ରଭାବରେ ଓଡ଼ିଶା ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅନେକ ଅଞ୍ଚଳରେ କୋହଲା ପାଗ ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହିଛି । ଏଥିସହ ଅନେକ ଜିଲ୍ଲାରେ ଝିପିଝିପି ବର୍ଷା ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନ ଆଞ୍ଚଳିକ ପାଣିପାଗ ବିଭାଗ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ…

Read More

ବଢିଲା ମଧ୍ୟାହ୍ନ ଭୋଜନ

ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ଦର ବଢାଇଲେ ରାଜ୍ୟ ସରକାର । ପ୍ରାଥମିକ ପିଲାଙ୍କ ପାଇଁ 7ଟଙ୍କା 64 ପଇସା ଖର୍ଚ୍ଚ ହେବ ।  ପୂର୍ବରୁ ଏହା 5 ଟଙ୍କା 90 ପଇସା ରହିଥିଲା । ଯଦି ଦେଖିବା ଏହି ମୂଲ୍ୟରେ ପାଖାପାଖି 2 ଟଙ୍କା ବୃଦ୍ଧି ହୋଇଛି । ସେହିପରି ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ଖର୍ଚ୍ଚ ହେବ 10 ଟଙ୍କା 94 ପଇସା । ପ୍ରଥମରୁ ଏହା 8 ଟଙ୍କା 82 ପଇସା…

Read More

ନଦୀକୁ ଖସିଲା ବସ୍

ସିକ୍କିମର ପାଙ୍କୟୋଗ ଜିଲ୍ଲାର ଅଟଳ ସେତୁ ପାଖରେ ଏକ ବସ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପାଞ୍ଚ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏଥିସହ ୧୫ ଜଣ ଆହତ ହୋଇଛନ୍ତି । ଏହି ବସଟି ସିଲୀଗୁଡ଼ିରୁ ଗଙ୍ଗଟୋକ ଯାଉଥିବା ବେଳେ ନଦୀ କୂଳରେ ଏହି ବସଟି ଖସି ପଡି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରୁ ମହିଳା ମଧ୍ୟ ସାମିଲ ଅଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ରଂଗୋପର ଏକ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଛି…

Read More

୨୦୨୭ରେ ଓଡ଼ିଶାରେ ଆରମ୍ଭ ହେବ ମେଟ୍ରୋ ଟ୍ରେନ

ଭୁବନେଶ୍ବର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ସୂଚନା ଦେଇଛନ୍ତି। ୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ଶେଷ ହେବ। ସମୀକ୍ଷା ପରେ ଅପରାଜିତା ଏହି ସୂଚନା ଦେଇଛନ୍ତି। ପ୍ରଥମେ ପର୍ଯ୍ୟାୟରେ ୨୬ କି.ମିରେ ମେଟ୍ରୋ ଚଳାଚଳ ଆରମ୍ଭ ହେବ । ଏପରିକି ୨୦ଟି ଷ୍ଟେଶନରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ବାର୍ତ୍ତା ରହିବ ବୋଲି ଅପରାଜିତା କହିଛନ୍ତି।ପ୍ରଥମ ପର୍ଯ୍ୟାୟରେ ୧୩ଟି ଟ୍ରେନ ଚାଲିବାକୁ ଥିବା ବେଳେ ପ୍ରତ୍ୟେକ ଟ୍ରେନରେ ୩ଟି…

Read More

ପରିବର୍ତ୍ତନ ଫାଉଣ୍ଡେସନ ତରଫରୁ ସଫେଇ କାର୍ଯ୍ୟକ୍ରମ

ପରିବେଶ ସୁନ୍ଦର ଓ ସୁସ୍ଥ ରହିଲେ ସମାଜ ମଧ୍ୟ ସୁସ୍ଥ ସୁନ୍ଦର ହୋଇପାରିବ l ଏକ ସୁସ୍ଥ ସମାଜ ପାଇଁ ପରିବେଶ ଯେପରି ଗୁରୁତ୍ୱ ପୂର୍ଣ୍ଣ ପରିବେଶ କୁ ସଫା ସୁତୁରା ରଖିବା ମଧ୍ୟ ସେତିକି ଗୁରୁତ୍ୱ ପୂର୍ଣ୍ଣ l ଏହି ଉଧେଶ୍ୟ ନେଇ ଆଜି ନବରଙ୍ଗପୁର ସାମାଜିକ ସଂଘଠନ “ପରିବର୍ତ୍ତନ ଫାଉଣ୍ଡେସନ ” ତରଫରୁ ସ୍ଥାନୀୟ ବିନୋଦ ବିହାର କଲେଜ,ନବରଙ୍ଗପୁର ଠାରେ ଏକ ସଫେଇ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ…

Read More

ପୁରୀରେ ନୌସେନା ଜୋରସୋରରେ ପ୍ରସ୍ତୁତି

ଡିସେମ୍ବର ୪ ତାରିଖ ସୋମବାର ଅପରାହ୍ଣରେ ପାଳିତ ହେବ ନୌସେନା ଦିବସ। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଆଗରେ ଯୁଦ୍ଧ କୌଶଳ ଦେଖାଇବେ ନୌବାହିନୀର ଦୁର୍ଦ୍ଦଷ କମାଣ୍ଡୋ ମାର୍କୋସ୍‌। ଏହା ପୂର୍ବରୁ ପୁରୀ ବ୍ଲୁ ଫ୍ଲାଗ‌ ବିଚ୍‌ରେ ଆରମ୍ଭ ହୋଇଛି ଯୁଦ୍ଧାଭ୍ୟାସ(ରିହର୍ସାଲ୍)। ଆଜି ଏହି ଯୁଦ୍ଧାଭ୍ୟାସର ଦ୍ବିତୀୟ ଦିନରେ କମାଣ୍ଡୋମାନେ ବିସ୍ଫୋରଣ ସହ ଗୁଳିଗୋଳା ବର୍ଷାର ଦୃଶ୍ୟ ଦେଖାଇଛନ୍ତି। ନୌସେନାର ଲଢ଼ୁଆ ହେଲିକପ୍ଟର୍‌ ସହ ଫାଇଟର୍‌ ଜେଟ୍‌ଗୁଡ଼ିକ ଆକାଶ ମାର୍ଗରେ ଚକ୍କର…

Read More

ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ

ତିନି ଦିନ ଧରି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦିପାବଳୀ ଉତ୍ସବ ।  ସତ୍ୟ, ଦ୍ୱାପର ଓ ତ୍ରେତୟା ଯୁଗର ପିତୃପୁରୁଷଙ୍କୁ ଠାକୁରେ ଶ୍ରାଦ୍ଧ ଦେବେ । ଏହି  ଅବସରରେ ଦୀପ ମାଳାରେ ସୁଶୋଭିତ ହେବ ଶ୍ରୀମନ୍ଦିର । ଦେବ ଦୀପାବଳି ଉତ୍ସବ  ଦିବସ ସନ୍ଧ୍ୟାରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ତିନି ଠାକୁର ଶୁଭ୍ରବସ୍ତ୍ର ପରିଧାନ କରିଥିବେ । ଠାକୁରମାନଙ୍କୁ ବହୁମୂଲ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯିବ ।  ଏହି ଅବସରରେ ପିତୃପୁରୁଷଙ୍କ ପାଇଁ ପିଣ୍ଡ…

Read More

ଡିଜି-ଆଇଜି ସମ୍ମିଳନୀର ଦ୍ବିତୀୟ ଦିନ

ଭୁବନେଶ୍ବର : ଆଜି ସର୍ବଭାରତୀୟ ପୋଲିସ ଡିଜି-ଆଇଜି ସମ୍ମିଳନୀର ଦ୍ବିତୀୟ ଦିନ । ଗତକାଲି ସମ୍ମିଳନୀକୁ ଅମିତ ଶାହ ଉଦଘାଟନ କରିଥିଲେ। ଭୁବନେଶ୍ବର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ସମ୍ମିଳନୀରେ ଯୋଗ ଦେବେ । ଦ୍ବିତୀୟ ଓ ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ୫୯ ତମ ପୋଲିସ ଡିଜି-ଆଇଜି ସମ୍ମିଳନୀକୁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ, ଦେଶର ପୂର୍ବ ସୀମାରେ…

Read More

ଆଜି ପ୍ରବଳ ଛେଚିବ

ଭୁବନେଶ୍ୱର : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗାଲ ଭୟଙ୍କର ରୂପ ଧାରଣ କରିଛି । ତେବେ ତାମିଲନାଡୁରେ ଯେଉଁ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି ହଠାତ୍‌ ଏହାର ଦିଗ ବଦଳାଇଥିବା ସୂଚନା ମିଳିଛି । ଏହା ଘଣ୍ଟା ପ୍ରତି ୩ କିଲୋମିଟରରୁ ୧୦ କିଲୋମିଟର ବେଗରେ ଗତି କରୁଛି । ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ କୋହଲା ରହିବା ସହିତ କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ମୟୂରଭଞ୍ଜ, କେନ୍ଦୁଝର,…

Read More

ପାଟପୁର ଥାନାକୁ ମିଳିଲା ପୁରସ୍କାର

ସମଗ୍ର ଦେଶରେ ୨ୟ ଶ୍ରେଷ୍ଠ ଥାନା ଭାବେ ୨୦୨୪ ଆର୍ଥିକ ବର୍ଷ ପାଇଁ ଗଞ୍ଜାମ ଜିଲା ପାଟପୁର ଥାନାକୁ ପୁରସ୍କୃତ କରାଯାଇଛି।ଆଜି ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ମହାନିର୍ଦ୍ଦେଶକ ପୋଲିସର ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଟ୍ରଫି ପୋଲିସ ଷ୍ଟେସନର ଇନ୍ସପେକ୍ଟରଙ୍କୁ ପ୍ରଦାନ କରିଛନ୍ତି । ଏନେଇ ପୂର୍ବରୁ ଯୁଗ୍ମ ନିର୍ଦ୍ଦେଶକ ତଥା ସମ୍ମିଳନୀ ସଚିବ, ଏମଏଚଏର ଇଣ୍ଟେଲିଜେନ୍ସ ବ୍ୟୁରୋ ସମୀର ଏସ ଆଇଏମ ଓଡ଼ିଶା ମହାନିର୍ଦ୍ଦେଶକ ୱାୟୀ.ବି. ଖୁରାନିଆଙ୍କୁ ଦେଶର ସର୍ବୋତ୍ତମ ପୋଲିସ…

Read More