୨ ବର୍ଷର ଶିଶୁକୁ ରକ୍ତଦାନ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

କେନ୍ଦୁଝର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ୨ ବର୍ଷ ବୟସର ସାନଭି ମହାନ୍ତଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଏକ ୟୁନିଟ ରକ୍ତଦାନ କରିଛନ୍ତି ୧୦୮ ଆମ୍ବୁଲାନ୍ସ ଇ.ଏମ.ଟି ଯଶବନ୍ତ ମହନ୍ତ | ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ସାନଭି ମହାନ୍ତ ସିକିଲସେଲ ରେ ପୀଡିତ ଏବଂ ନିୟମିତ ବ୍ୟବଧାନରେ ରକ୍ତ ଆବଶ୍ୟକ କରନ୍ତି | ଆଜି ସକାଳ ପ୍ରାୟ ୧୦ ଟା ସମୟରେ ଅନ୍ୟ ଜଣେ ରୋଗୀଙ୍କୁ ନେଇ ଗୋଟିଏ ୧୦୮ ଆମ୍ବୁଲାନ୍ସ କେନ୍ଦୁଝର ଜିଲ୍ଲା…

Read More

ଅପରାଧମୁକ୍ତ ଏବଂ ସୁରକ୍ଷିତ ସମାଜ ଗଠନରେ ସହର ପୋଲିସ କର୍ମଚାରୀଙ୍କ ଅବଦାନକୁ ସମ୍ମାନିତ କରିବା ପାଇଁ ନମନ ୪.ଓ ଆୟୋଜିତ ହୋଇଛି

ଅପରାଧମୁକ୍ତ ଏବଂ ସୁରକ୍ଷିତ ସମାଜ ଗଠନରେ ସହର ପୋଲିସ କର୍ମଚାରୀଙ୍କ ଅବଦାନକୁ ସମ୍ମାନିତ କରିବା ପାଇଁ ନମନ ୪.ଓ ଆୟୋଜିତ ହୋଇଛି । କମିଶନରେଟ୍ ପୋଲିସ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ଆୟୋଜିତ ନମନ ୪. o ର ଚତୁର୍ଥ ସଂସ୍କରଣରେ ଷ୍ଟାର ପାୱାର ଥିଲା ମୁଖ୍ୟ ଆକର୍ଷଣ। ମୁମ୍ବାଇ ପୋଲିସ ଦ୍ୱାରା ଆୟୋଜିତ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଉମଙ୍ଗ’ ଧାରାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ୨୦୨୨ ରୁ ନମନ…

Read More

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ପକ୍ଷରୁ ନୂଆ ବର୍ଷ ୨୦୨୬ ପାଇଁ ପ୍ରକାଶିତ କ୍ୟାଲେଣ୍ଡର ଓ ଡାଏରୀ ଲୋକାର୍ପିତ କରିଛନ୍ତି

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୬ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି l କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଧନୁ ସଂକ୍ରାନ୍ତୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି । ଏହି ଦେବାର୍ପଣ ପରେ ଆଜି ଉଭୟ କ୍ୟାଲେଣ୍ଡରକୁ ବିଧିବଦ୍ଧ ଭାବେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ l ଉଭୟ କ୍ୟାଲେଣ୍ଡରରେ ବାଲୁକା କଳା, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ…

Read More

ରାଜ୍ୟରେ ଧାନ ସଂଗ୍ରହ ନେଇ ମନ୍ତ୍ରୀଙ୍କ ସମୀକ୍ଷା

ବର୍ତ୍ତମାନ ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି । ଏହାକୁ ଶୃଙ୍ଖଳିତ ଓ ସୁସଂଗଠିତ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ପ୍ରସ୍ତୁତି, ବର୍ତ୍ତମାନର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଅନୁଷ୍ଠିତ…

Read More

ଗତବର୍ଷ ତୁଳନାରେ ଆଜି ସୁଦ୍ଧା ସମ୍ବଲପୁରରେ ଅଧିକ ଚାଷୀଙ୍କଠାରୁ ଧାନ ସଂଗ୍ରହ

ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ବର୍ତ୍ତମାନ ସୁଦ୍ଧା ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରେ ଧାନ ସଂଗ୍ରହ ଜାରି ରହଛି । ପର୍ଯ୍ୟାୟକ୍ରମେ ସ୍ଥାନୀୟ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ କରାଯିବ । ବର୍ତ୍ତମାନ ସୁଦ୍ଧା ଏହି ଜିଲ୍ଲା ଗୁଡ଼ିକରୁ ୪୯,୦୫୧ ଜଣ ଚାଷୀଙ୍କଠାରୁ ଦୁଇ ଲକ୍ଷ ୨୪ ହଜାର ୭୦୪ ମେଟ୍ରିକ୍‌ ଟନ୍‌ ଧାନ…

Read More

୧ଲକ୍ଷ ୫୫ହଜ଼ାରରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୦ କୋଟିରୁ ଉର୍ଦ୍ଧ୍ୱ ସୁଧ ଫେରସ୍ତ

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନିୟମିତ ସୁଧ ଫେରସ୍ତ ସରକାରଙ୍କ ପ୍ରତିବଦ୍ଧତା ଓ ଏହା ସଦସ୍ୟାମାନଙ୍କ ଅର୍ଥନୈତିକ ଭାଗିଦାରୀକୁ ଆହୁରି ସଶକ୍ତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି। ଆଜି ମିଶନ ଶକ୍ତି ଭବନ ଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ କରକମଳରେ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ରାଜ୍ୟର ୧ଲକ୍ଷ ୫୫ହଜ଼ାର ୮୫୨ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୦ କୋଟି ୨୦ ଲକ୍ଷ ୫୨ହଜ଼ାର ୬୨୧ ଟଙ୍କା ବ୍ୟାଙ୍କ…

Read More

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅମୃତ ପିଢ଼ି ଛାତ୍ର ବିଶ୍ୱ ସମ୍ମିଳନୀ ଆୟୋଜିତ

ଉଚ୍ଚଶିକ୍ଷା ବିଭାଗ ସହାୟତାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜି ଉତ୍କଳ ବିଶ୍ୱ ବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ “ଅମୃତ ପିଢ଼ି ଛାତ୍ର ବିଶ୍ୱ ସମ୍ମିଳନୀ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଡିସେମ୍ବର ୧୮ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀର ଆୟୋଜନ କରାଯିବ। ଏହି ଛାତ୍ର ବିଶ୍ୱ ସମ୍ମିଳନୀର ଥିମ୍ ରହିଛି “କୃତ୍ରିମ ବୁଦ୍ଧିମତା ଓ ଏହାର ନୈତିକତା”। ଏହି ସମ୍ମିଳନୀରେ ୫୦୦ରୁ…

Read More

ଓସେପା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜିତ

ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ବା ଓସେପା ପକ୍ଷରୁ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜନ କରାଯାଇଛି । ଗତ ଡିସେମ୍ବର 9 ତାରିଖରୁ 18 ତାରିଖ ଯାଏଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ଏନଆଇସି, ଭୁବନେଶ୍ବରଠାରେ ଆୟୋଜନ କରାଯାଇଥିଲା । ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ ଜିଲ୍ଲାର ସିଟିସି ପ୍ରୋଗାମର୍,ବ୍ଲକର ଟିସି ଏବଂ ମିସ୍-କମ୍-ପିସି ମାନେ ଯୋଗ ଦେଇଥିଲେ । ଏଥିରେ 30ଗୋଟି ଜିଲ୍ଲାର ଏବଂ 314 ବ୍ଲକର 680 ଜଣ କର୍ମଚାରୀ କମ୍ପ୍ୟୁଟର ମାଧ୍ୟମରେ…

Read More

ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା

ସୁନ୍ଦରଗଡ଼ ଜିଲ୍ଲାର ନୋଡାଲ ଅଧିକାରୀ ତଥା ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଦୁଇ ଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପ, ଯୋଜନା ଆଦିର କାର୍ଯ୍ୟକାରିତା ତଥା ଅଗ୍ରଗତି ସମୀକ୍ଷା କରିବା ସହିତ ହିତାଧିକାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଏହା ସହିତ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ…

Read More

ଧଉଳି ଗଣଦୁଷ୍କର୍ମକୁ ନେଇ ରାଜନୀତି

ଧଉଳି ଗଣଦୁଷ୍କର୍ମକୁ ନେଇ ରାଜନୀତି ମୁହାଁମୁହିଁ ହେଲେ ଶାସକ ବିରୋଧୀ ନବୀନଙ୍କ ପୋଷ୍ଟରେ ସରକାରଙ୍କୁ ଟାର୍ଗେଟ କାଉଣ୍ଟର କଲେ ପ୍ରଭାତୀ ଧଉଳୀରେ ଘଟିଥିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇବା ସହିତ ଓଡ଼ିଶା ପାଇଁ ଲଜ୍ଜ୍ୟା ଆଣିଦେଇଛି। ଭୁବନେଶ୍ୱର ଛାତି ଉପରେ ଘଟିଥିବା ଘଟଣା ପୁଣି ସରକାରଙ୍କୁ କାଠ ଗଡ଼ାକୁ ଟାଣିଛି। ଧଉଳି ବୁଲିବାକୁ ଯାଉଥିବା ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଗଣଦୁଷ୍କର୍ମ କରିବା ଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି। ବିରୋଧୀ ଦଳ…

Read More