ଆରଆଇ ଓ ଅମିନଙ୍କୁ ମିଳିବ ଲାପଟପ୍

ଓଡିଶାରେ ହେବ ବସୁନ୍ଧରା ଯୋଜନାରେ ପରିବର୍ତ୍ତନ । ବସୁନ୍ଧରା ଯୋଜନାରେ ପାଇଥିବା ଜମି ବିକ୍ରି ହୋଇ ପାରିବନି। ରାଜସ୍ବ ଆଇନ ଓ ସେବାରେ ହେବ ପରିବର୍ତ୍ତନ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେପଟେ ୪ ଡିସିମିଲରୁ କମ ଜମି ଥିବା ଲୋକେ ଭୂମିହୀନରେ ଗଣତି ହେବେ । ୪ ଡିସମିଲ ହେବା ଯାଏଁ ଜମି ପ୍ରଦାନ କରାଯିବ । ରାଜସ୍ବ ବିଭାଗ ଦ୍ବାରା ଆରଆଇ ଓ ଅମିନଙ୍କୁ ଦିଆଯିବ ଲାପଟପ୍ । ବିଭାଗ ଆଧୁନିକିକରଣ…

Read More

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ମାଲକାନଗିରିରେ ନିର୍ମାଣ ହେବ ଓଡିଶାର ସବୁଠାରୁ ବଡ ଇକୋନୋମି କରିଡର

ମାଲକାନଗିରିବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ମାଲକାନଗିରି ଜିଲ୍ଲାରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ନିର୍ମାଣ ହେବ ୬ ଲେନ୍ ବିଶିଷ୍ଟ ହାଇୱେ । ଯାହା ଓଡିଶାର ସବୁଠାରୁ ବଡ ଇକୋନୋମି କରିଡର ହେବ । ତେବେ ମାଲକାନଗିରିରେ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ବଡ ଘୋଷଣା କରୁଛନ୍ତି। ସେହିପରି ମାଟାପାକା ଠାରେ ଖୁବ୍ ଶୀଘ୍ର ସ୍ଥାପନ ହେବ ସିମେଣ୍ଟ କମ୍ପାନୀ । ଯେଉଁଠି ନିଯୁକ୍ତି ପାଇବେ ଦୁଇ ହଜାରରୁ ଉର୍ଦ୍ଧ୍ବ ଆଦିବାସୀ ଯୁବକ ଯୁବତୀ…

Read More

IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ

ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ । ଦିଲ୍ଲୀ ସିବିଆଇରୁ ଆସିଛି ସମନ । ଗତ ୧୦ ତାରିଖରେ ସିବିଆଇ ତରଫରୁ ଏହି ସମନ ପଠାଇଥିବା ସୂଚନା ମିଳିଛି । ଟେଣ୍ଡର ଫିକ୍ସିଂ ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ଆକାଉଣ୍ଟରୁ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ସୂଚନା ରହିଛି । ଏହି ମାମଲାରେ ବିଷ୍ଣୁପଦଙ୍କ ଠାରୁ ତାଙ୍କ ଡ୍ରାଇଭରଙ୍କ ବିଷୟରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଛି ସିବିଆଇ ।…

Read More

ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ସ୍ବାସ୍ଥ୍ୟ ଏବଂ ଉଚ୍ଚ ଶିକ୍ଷା ବିଭାଗର ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସଭା ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୮୫ ହୋମିଓପାଥିକ ମେଡିକାଲ ଅଫିସର ଏବଂ ୨୩୯ ରେଡିଓଗ୍ରାଫରଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ପ୍ରଦାନ କରି କାମ କରିବାର ସୁଯୋଗ ଦେଇଛନ୍ତି। ସେହିପରି ୫୨ଜଣ ଉଚ୍ଚ ଶିକ୍ଷା ବିଭାଗ ଅଧ୍ୟାପକଙ୍କୁ ମଧ୍ୟ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ…

Read More

ଏଣିକି ଓଡ଼ିଆ ଭାଷାରେ ଅନୁବାଦ ହେବ ହାଇକୋର୍ଟ ଓ ସୁପ୍ରମକୋର୍ଟଙ୍କ ରାୟ

ଏଣିକି ଓଡ଼ିଆ ଭାଷାରେ ଅନୁବାଦ ହେବ ହାଇକୋର୍ଟ ଓ ସୁପ୍ରମକୋର୍ଟଙ୍କ ରାୟ। ନିଯୁକ୍ତ ହେବେ ୨୩ ଜଣ ଓଡ଼ିଆ ଅନୁବାଦକ । ଆଞ୍ଚଳିକ ଭାଷାକୁ ସୁପ୍ରିମକୋର୍ଟ ଗୁରୁତ୍ବାରୋପ ପରେ ଯୁଦ୍ଧକାଳୀନ ଭିତ୍ତିରେ ଏ ଦିଗରେ ଓଡିଶା ହାଇକୋର୍ଟରେ କାର୍ଯ୍ଯଚାଲିଛି । ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଅଧ୍ଯକ୍ଷତାରେ ଗଠିତ ଅନୁବାଦ କମିଟି କାର୍ଯ୍ଯକୁ ତ୍ବରାନ୍ବିତ କରୁଛନ୍ତି ।୨୦୨୩ ରୁ ସୀମିତ ସଂଖ୍ଯକ କର୍ମଚାରୀଙ୍କୁ ନେଇ ଓଡିଆ ଅନୁବାଦ କାର୍ଯ୍ଯ ଆରମ୍ଭ ହୋଇଥିଲା । ଏହାରି ଭିତରେ…

Read More

ଟ୍ୱିନସିଟିରେ ଆରମ୍ଭ ହେଲା ERSS ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ ହେଲା ନୂତନ ସେବା ERSS। ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ସେବା କ୍ଷେତ୍ରରେ ଆରମ୍ଭ ହେଲା ନୂଆ ଅଧ୍ୟାୟ। କମିଶନରେଟ ପୁଲିସ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇ ERSSର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇବା ପାଇଁ ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ERSS) ଲୋକାର୍ପିତ ହୋଇଛି। କଟକ ଓ ଭୁବନେଶ୍ବର କମିଶନରେଟ୍‌ ଅଞ୍ଚଳରେ ସୁବିଧା…

Read More

ଏଣିକି ଭଡ଼ାରେ ଲାଗିବ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ସରକାରୀ କୋଠା

ଏଣିକି ଭଡ଼ାରେ ଲାଗିବ ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିଥିବା ସରକାରୀ କୋଠା । ଖୋଲିବ ଦୋକାନ, କାଫେ ଓ ବ୍ୟବସାୟୀକ ପ୍ରତିଷ୍ଠାନ। ଏନେଇ ରାଜ୍ୟରେ ସରକାରୀ ଜମି ଓ ଘର ବା କୌଣସି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ସରକାରୀ ସମ୍ପତ୍ତିକୁ ବ୍ୟବହାର ଉପଯୋଗୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଦେଇଛନ୍ତି ୧୧ଟି ବିଭାଗକୁ ଚିଠି । ଏନେଇ ଗୃହ ବିପଭାଗ ପକ୍ଷରୁ ଚିଠି ଜାରି କରାଯାଇଛି ।ଗତ ୫…

Read More

ମାଲକାନଗିରିରେ NIAର ରେଡ୍

ମାଲକାନଗିରିରେ NIAର ରେଡ୍ । ମାଲକାନଗିରିର ମୋଟୁ ଥାନା ଅନନ୍ତପାଲି ଗାଁରେ ଓ ସୁକମାର ୨ଟି ସ୍ଥାନରେ NIAର ରେଡ୍ ଚାଲିଥିବା ସୂଚନା ମିଳିଛି । ତେବେ ନକ୍ସଲ ଲିଙ୍କ୍ ଥିବା ନେଇ ସୂଚନା ମିଳିବା ପରେ ଏନଆଇଏ ରେଡ୍ କରାଯାଉଥିବା ନେଇ ସୂଚନା ରହିଛି ।

Read More

ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା କଲେ ଦୁବୃର୍ତ୍ତ

ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲାରେ । ବଣାଇ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲି ଗାଁରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଲୁଟ ଉଦ୍ୟମ ସମୟରେ ଗର୍ଭବତୀ ମହିଳା ଚିତ୍କାର କରିବାରୁ ଧରାପଡିବା ଭୟରେ ଦୁଇ ଲୁଟେରା ଛାତିକୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ହେଲେ ଝିର୍ଡାପାଲି ଗାଁର ଦେବେନ ବେହେରାଙ୍କ ସ୍ତ୍ରୀ ସୌମ୍ୟାମୟୀ ବେହେରା । ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ…

Read More

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଆସନ୍ତା ୩୧ରୁ ଆରମ୍ଭ ହେବ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହେବ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ଉଦ୍ଦେଶ୍ୟରେ ମାଧୋ ସିଂଙ୍କ ସହିଦ୍‌ ଦିବସରେ ତାଙ୍କ ଜନ୍ମସ୍ଥାନ ବରଗଡରୁ ଏହି ଯୋଜନା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ…

Read More