ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହେବେ ଖ୍ୟାତନାମା ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ । ସେ ତାଙ୍କର ପ୍ରବନ୍ଧ ‘ଭୂତି ଭକ୍ତି ବିଭୂତି’ ଲାଗି ଏହି ପୁରସ୍କାର ପାଇବେ ବୋଲି ସୂଚନା ମିଳିଛି। ବୈଷ୍ଣବ ସାମଲ ଉତ୍କଳ ବିଶ୍ବବିଦ୍ୟାଳୟ ଓ ଶାନ୍ତିନିକେତନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପ୍ରଫେସର୍‌ ଭାବେ କାର୍ଯ୍ୟ କରିଛନ୍ତି। ଓଡ଼ିଆ ସାହିତ୍ୟର ଇତିହାସ, ଓ ଗଳ୍ପର ଇତିବୃତ୍ତ, ଓ ଗଳ୍ପ: ଉନ୍ମେଷ ଓ ଉଚ୍ଚାରଣ, ସମୀକ୍ଷାଲୋକ, ସମାଲୋଚନା: ସ୍ବର ଓ ସ୍ବାକ୍ଷର ଆଦି…

Read More

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡିର ରେଡ୍‌

ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡିର ରେଡ୍‌ । ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ଆଜି ସକାଳୁ ଚାଲିଛି ଏହି ରେଡ୍‌ । ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ସମ୍ବଲପୁର ସ୍ଥିତ ୩ଟି ସ୍ଥାନରେ ଏକକାଳୀନ ରେଡ୍‌ କରାଯାଉଛି । ଦିଲ୍ଲୀରେ ବି ଏକକାଳୀନ ରେଡ୍ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରକାଶ ଯେ, ବିଶ୍ବ ଏନଜିଓର ପ୍ରତିଷ୍ଠାତା ହେଉଛନ୍ତି ସ୍ୱର୍ଗତ କ୍ଷୀରୋଦ…

Read More

ପଦରୁ ହଟିଲେ, ଓଏସଡି ପଦକୁ ଗଲେ ବିଷ୍ଣୁପଦ ସେଠୀ

IAS ବିଷ୍ଣୁପଦ ସେଠୀଙ୍କୁ ପ୍ରମୁଖ ସଚିବ ପଦରୁ ହଟାଇ ଓଏସଡି ଭାବେ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର । ସେପଟେ ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସଞ୍ଜୀବ ମିଶ୍ରଙ୍କୁ ଦାୟିତ୍ବ ମିଳିଛି । ଏଥିସହ IAS ମନୋଜ ସାହୁଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦାୟିତ୍ବ । ୨୦୦୬ ବ୍ୟାଚର IAS, ଇଣ୍ଟର-କ୍ୟାଡର୍ ଡେପୁଟେସନରେ ଆସିଛନ୍ତି ମନୋଜ । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ନିଯୁକ୍ତ ହୋଇଛନ୍ତି ବିଷ୍ଣୁପଦ ।…

Read More

ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ହେଲେ ମନୋଜ କୁମାର ସାହୁ

IAS ସ୍ତରରେ ଅଦଳବଦଳ କରୁଛନ୍ତି ରାଜ୍ୟ ସରକାର। ମନୋଜ କୁମାର ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ । ପୂର୍ବରୁ ସେ କେନ୍ଦ୍ର ଉପ (ଡେପୁଟି) ନିର୍ବାଚନ କମିଶନର ଭାବେ କାର୍ଯ୍ୟରତ ଥିଲେ। ୨୦୦୬ ବ୍ୟାଚର ଆଇଏଏସ୍ ମନୋଜ କୁମାର ସାହୁ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କ୍ୟାଡର୍ ଅଧିକାରୀ।ମନୋଜ ସାହୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ସିଙ୍ଗାରପୁର ଗ୍ରାମର ବାସିନ୍ଦା। ସେ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ଜିଲ୍ଲାପାଳ, କେନ୍ଦ୍ର ଜଳ ଶକ୍ତି…

Read More

ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ

ଓଡ଼ିଶା ପୋଲିସର ବିଭିନ୍ନ ବର୍ଗରେ ବର୍ତମାନ ନିଯୁକ୍ତି ଚାଲିଥିବା ବେଳେ କିଛି ପଦବୀରେ ବୟସସୀମାକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି। ମଙ୍ଗଳବାର ଏକ ମାମଲାର ଶୁଣାଣି କରି କୋର୍ଟ ଡ୍ରାଇଭର ମାନଙ୍କୁ ନିଯୁକ୍ତି ଆଇନ ଚାଲିଥିବା ପ୍ରକ୍ରିୟାରେ ବୟସସୀମା କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ କାରଣରୁ ନିୟମିତ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସ କୋହଳ ଆବେଦନ ହୋଇଥିଲା। ଯାହାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ୨୦୨୧ ମସିହା ପରେ ପ୍ରଥମ ଥର ପାଇଁ…

Read More

ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଏଏସଆଇର ସ୍ବତନ୍ତ୍ର ଟିମ୍ ଦ୍ବିତୀୟ ଭୋଗମଣ୍ଡପ ପରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଦୁଇ ତିନି ଦିନ ଭିତରେ ଭାରା ବନ୍ଧା କାମ ସରିବା ପରେ ଚୁନ ଛଡ଼ା କାମ ଆରମ୍ଭ ହେବ। ଏହାପରେ ଆବଶ୍ୟକ ମରାମତି କରାଯିବ। ଛାତ ଓ କାନ୍ଥର ପଥର ଯୋଡ଼େଇ, ପଥର ପରିବର୍ତ୍ତନ ଓ ବିମ୍‌ ପରିବର୍ତ୍ତନ କାମ ହେବ। ରତ୍ନଭଣ୍ଡାର ଭିତର ପାର୍ଶ୍ବ ମରାମତି କାମ ଶେଷ ପରେ ବାହାର ପାର୍ଶ୍ବ…

Read More

ଏମ୍ସରେ ଜୀବନ ହାରିଲେ ରୋଗୀ !

ଭୁବନେଶ୍ବର ଏମସ ହସ୍ପିଟାଲରେ ଜଣେ ରୋଗୀ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଅର୍ଥୋପେଡ଼ିକ ବିଭାଗ ୱାର୍ଡ ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଫ୍ୟାନରେ ଗାମୁଛା ଲଗାଇ ଜୀବନ ହାରିଥିବା ଅଭିଯୋଗ ହୋଇଛି । ତେବେ ମୃତକ ଜଣଙ୍କ ହେଉଛନ୍ତି ଯାଜପୁର ଅଟଳପୁର ଗାଁର ୭୦ ବର୍ଷ ବୟସ୍କ ବୃଦ୍ଧ । ଡିସେମ୍ବର ୫ରେ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ ବୃଦ୍ଧ ଜଣକ ଜୀବନ ହାରିଥିବା ସନ୍ଦେହ କରାଯାଉଛି…

Read More

ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀରେ ୨ ଥର ଓଡ଼ିଶା ଆସିବେ ମୋଦି । ଏହି ସମୟରେ ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଜାନୁଆରୀ ୮,୯ ଓ ୧୦ରେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ଏହାପରେ ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ୱରରେ ଉତ୍ସର୍ଷ ଓଡ଼ିଶା କନକ୍ଲେଭ୍ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମରେ ମଧ୍ୟ…

Read More

ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା

ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା । ୬୯ତମ ପୁଲିସ୍ ଡ୍ୟୁଟି ମିଟର ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ ପ୍ରତି ଥାନାକୁ ୯ଟି ବାଇକ୍ ଦିଆଯିବ। ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ ହଜାର ପଦ ପୂରଣ କରାଯିବ। ସେହିପରି ୫ ହଜାର ଗୃହରକ୍ଷୀଙ୍କୁ ନିଯୁକ୍ତି କରାଯିବ। ୨୦୨୬ ସୁଦ୍ଧା ଓଡ଼ିଶା ମାଓ ମୁକ୍ତ ହେବା ନେଇ ସେ ଦୃଢ଼ୋକ୍ତ ପ୍ରକାଶ…

Read More

ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ମଧ୍ୟରେ ହାତାହାତି

ଶ୍ରୀମନ୍ଦିର ଭିତରେ ପୁଣି ସେବାୟତଙ୍କ ମଧ୍ୟରେ ହାତାହାତି ହୋଇଛନ୍ତି । ସୋମବାର ସେବକ-ସେବକ ହାତାହାତି ହୋଇଥିବା ଖବର ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ସେବାୟତ ପରିବାର ମଧ୍ୟରେ ପିଟାପିଟି ହୋଇଛନ୍ତି । ଦ୍ୱାର ନିକଟରେ ପାଦୁକ ବଣ୍ଟନକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଖବର ପାଇ ପୁଲିସ ପହଞ୍ଚି ଥାନାକୁ ଆଣିବା ପରେ ମଧ୍ୟ ଥାନାରେ ହାତାହାତି ହୋଇଛନ୍ତି । ପରସ୍ପରକୁ ଆକ୍ରମଣ ସମୟରେ ଜଣେ ବରିଷ୍ଠ ସେବାୟତ…

Read More