ପିଏମଏୱାଇ (ସହରାଞ୍ଚଳ) ୨.୦ ଅଧୀନରେ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦ ଅଧୀନରେ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ସରକାର ସମସ୍ତ ପୌର ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଏକ ସରକାରୀ ବିବୃତିରେ ଏହି ସୂଚନା ଦିଆଯାଇଛି। ଏ ନେଇ ଓଡ଼ିଶା ସହରାଞ୍ଚଳ ଗୃହ ନିର୍ମାଣ ମିଶନ (ଓୟୁଏଚ୍ଏମ୍) ପକ୍ଷରୁ ସମସ୍ତ ପୌର ସଂସ୍ଥାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆବେଦନ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ସେମାନଙ୍କ କାର୍ଯ୍ୟାଳୟରେ ହେଲ୍ପଡେସ୍କ…

Read More

ବର୍ଷା ପାଇଁ ନଷ୍ଟ ହୋଇଛି ଫସଲ, ଚାଷୀଙ୍କୁ ସରକାର ଦେଲେ ବଡ଼ ଆଶ୍ୱାସନା

ଭୁବନେଶ୍ୱର: ନିକଟରେ ବର୍ଷାରେ ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଛି । ଏହାକୁ ନେଇ ଚାଷୀମାନେ ଚିନ୍ତିତ । ଏପରି ସ୍ଥିତି ଫସଲ ବୀମା ଅଧୀନରେ ଚାଷୀମାନେ ସୁରକ୍ଷିତ ଏବଂ ରାଜ୍ୟ ସରକାର ଖୁବ୍ ଶୀଘ୍ର ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବେ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି। ଖୁବଶୀଘ୍ର ଏକ ସ୍ୱତନ୍ତ୍ର କମିଟି ଫସଲ କ୍ଷୟକ୍ଷତି ଆକଳନ କରିବା ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସରକାରୀ…

Read More

ଓଡ଼ିଶାରେ ଲଗାଣ ବର୍ଷା ଜାରି, ଆଉ ଦୁଇ ଦିନ ପାଇଁ ସତର୍କ ସୂଚନା ଜାରି କଲା ଆଇଏମଡି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଦକ୍ଷିଣ ଆନ୍ଧ୍ରପ୍ରଦେଶ-ଉତ୍ତର ତାମିଲନାଡୁ ଉପକୂଳ ନିକଟରେ ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଶକ୍ତିଶାଳୀ ଲଘୁଚାପ ପ୍ରଭାବରେ ଏହି ବର୍ଷା ହେଉଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏହି ସିଷ୍ଟମ୍ ଦୁର୍ବଳ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଇଏମଡିର ସୂଚନା ଅନୁଯାୟୀ, ଖୋର୍ଦ୍ଧା ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇଥିବା…

Read More

ମାର୍ଚ୍ଚରେ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି

ମାର୍ଚ୍ଚରେ ମିଳିବ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା । ଜାନୁଆରୀ ଶେଷ ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ମାର୍ଚ୍ଚରେ ଏକସଙ୍ଗେ କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୮୦ ଲକ୍ଷ ହିତାଧିକାରୀଙ୍କୁ କିସ୍ତି ଟଙ୍କା ପ୍ରଦାନ କରାଯାଇଛି । ତେବେ ଏହି ଟଙ୍କାର ଉପଯୁକ୍ତ ବିନିଯୋଗ ହେଉଛି କି ନାହିଁ…

Read More

ସ୍ୱାମୀର ମୃତ୍ୟୁକୁ ସାହିପାରିଲେନି ପତ୍ନୀ, ଗୋଟିଏ ଯୁଇରେ ଜଳିଲା ଦୁହିଁଙ୍କ ଶବ

ବିବାହ ବେଦୀରେ ହୋମ ନିଆଁକୁ ସାକ୍ଷୀ ରଖି ଜନ୍ମ ଜନ୍ମାନ୍ତର ପାଇଁ ସାଥୀ ପାଇଁ କଥା ଦେଇଥିଲେ। ସୁଖ ଦୁଃଖରେ ଏକାଠି ରହିବେ ବୋଲି କଥା ଦେଇଥିଲେ । ସେଥିପାଇଁ ଜଣେ ଦୁନିଆରୁ ଚାଲିଗଲା ଦେଖି ଆଉ ଜଣେ ତାଙ୍କ ସହ ମଧ୍ୟ ଚାଲିଗଲେ । ସ୍ୱାମୀର ଆରପାରିକୁ ଯିବା ଦେଖି ସାହିପାରିଲେଣି ପତ୍ନୀ, ତାଙ୍କ ପଛେ ପଛେ ଆଖି ବୁଜିଲେ। ଗୋଟିଏ ଯୁଇରେ ଜଳିଲା ଦୁହିଁଙ୍କ ଶବ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା…

Read More

ମାଣିକେଶ୍ୱରୀ ୟୁନିଭରସିଟିର କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ

କଳାହାଣ୍ଡି ଭବାନୀପାଟଣା ମାଣିକେଶ୍ୱରୀ ୟୁନିଭରସିଟିର ପ୍ରଥମ କୁଳପତି ସଞ୍ଜୟ ଶତପଥୀଙ୍କ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ମୃତ୍ୟୁ ହୋଇଛି । ସେ ବହୁଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ସେ ପ୍ରଥମ ଭିସି ଭାବରେ ଯୋଗଦାନ କରି ବିଶ୍ବବିଦ୍ୟାଳୟର ବହୁତ ଉନ୍ନତି କରିବା ସହ ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀ ବିଭିନ୍ନ ବିଭାଗରେ ସଫଳ ହୋଇଥିଲେ। ସେ ଜଣେ ସୁ ବକ୍ତା, ଉଦ୍ଘୋଷକ ଓ ଭଲ ଗୀତ ବି ଗାଉଥିଲେ ।…

Read More

ରାସନ ହିତାଧିକାରୀଙ୍କୁ ଝଟକା; ଜାନୁଆରି ମାସରୁ ମିଳିବନି ପିଡିଏସ୍ ଗହମ

ରାସନ ପାଉଥିବା ହିତାଧିକାରୀଙ୍କୁ ଝଟକା। ଚାଉଳ ସହ ମିଳିବନି ଗହମ ପିଡିଏସ୍ ଗହମ। ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଜାନୁଆରି ମାସରୁ ଗହମ ଦେବେ ବୋଲି କହିଥିଲେ। ହିତାଧିକାରୀଙ୍କୁ ୪ କିଲୋ ଚାଉଳ ସହ କିଲେ ଗହମ ଦେବାକୁ ବ୍ୟବସ୍ଥା ହୋଇଥିଲା। କେନ୍ଦ୍ର ସରକାର କିଛି ପରିମାଣର ଗହମ ମଞ୍ଜୁର କରିଥିଲେ ବି ପରିବହନ ଏବଂ ଗୋଦାମ ପ୍ରସ୍ତୁତ କରିବାକୁ ସମୟ ଲାଗୁଛି। ଯେତେଶୀଘ୍ର ଏସବୁ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଯିବ ହିତାଧିକାରୀଙ୍କୁ ସରକାର ଦେଇଥିବା…

Read More

ବଦଳିଲେ ଓଡ଼ିଶାର ରାଜ୍ୟପାଳ, ଆରିଫ ମହମ୍ମଦ ଖାନ ହେଲେ ବିହାରର ନୂଆ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରଘୁବର ଦାସଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି। ରଘୁବର ଦାସଙ୍କ ସ୍ଥାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡଃ ହରିବାବୁ କମ୍ଭାମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ଦେଇଛନ୍ତି। ଡ. କମ୍ଭାମପତି ମିଜୋରାମର ରାଜ୍ୟପାଳ ଥିଲେ। ରଘୁବର ଦାସ୨୦୨୩ ଅକ୍ଟୋବର ୧୮ତାରିଖରେ ରାଜ୍ୟପାଳ ପଦରେ ନିଯୁକ୍ତ ହୋଇଥିଲେ । ରଘୁବର ଦାସ ତାଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନକୁ ବୁଲି ସରକାରୀ…

Read More

ଚିଟ୍ ଫଣ୍ଡ ସ୍କାମର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ପ୍ରତ୍ୟେକ ଲୋକେ ଅଧିକ ଲାଭ ଆଶାରେ ଚିଟ୍ ଫଣ୍ଡରେ ଟଙ୍କା ନିବେଶ କରି ଠକାମିର ଶିକାର ହୋଇଥିଲେ। ଏଥିରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବର୍ତ୍ତିପାରିନାହାନ୍ତି। ଅଧିକ ଲାଭ ଆଶାରେ ମୁଖ୍ୟମନ୍ତ୍ରୀ ମଧ୍ୟ ଚିଟ୍ ଫଣ୍ଡ ସ୍କାମରେ ଟଙ୍କା ହରାଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।ମଙ୍ଗଳବାର ଜାତୀୟ ଉପଭୋକ୍ତା ଦିବସରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି। ସେ କହିଥିଲେ ‘ଏକ ସମୟରେ ମୁଁ ଚିଟ୍ ଫଣ୍ଡ…

Read More

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବ୍ରୋଞ୍ଜ୍ ପ୍ରତିମୂର୍ତ୍ତି ଲୋକାର୍ପିତ

କଟକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ୍ ପ୍ରତିମୂର୍ତ୍ତି ଲୋକାର୍ପିତ। ବେଲଭ୍ୟୁ ଛକରେ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକାର୍ପଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ଏମ୍ପି ଭର୍ତ୍ତୃହରି ମହତାବ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ରହିଥିଲେ।କଟକର ବେଲିଭ୍ୟୁ ଛକରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି । ଶିଳ୍ପୀ ସଞ୍ଜିବ ବିଶ୍ୱାଳଙ୍କ ତତ୍ତ୍ୱାବଧନାରେ ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ଲକ୍ଷ୍ମୀଧର…

Read More