
ସଂସଦରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଉଠାଇବାକୁ ଦଳୀୟ ସାଂସଦଙ୍କୁ କହିଲେ ନବୀନ
ଭୁବନେଶ୍ୱର: ବଜେଟ୍ ଅଧିବେଶନରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ସଂସଦରେ ଦୃଢ଼ ସ୍ୱର ଉତ୍ତୋଳନ କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସାଂସଦମାନଙ୍କୁ କହିଛନ୍ତି। ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକରେ ଅଧ୍ୟକ୍ଷତା କରି ନବୀନ ୭ ଜଣ ରାଜ୍ୟସଭା ସଦସ୍ୟଙ୍କୁ ସଂସଦରେ ଓଡ଼ିଶାର ସ୍ୱର ହେବାକୁ କହିଛନ୍ତି। ପ୍ରତ୍ୟେକ ସାଂସଦ ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ଅଧିକାର ଓ ସମ୍ମାନ ପାଇଁ ଲଢ଼େଇ କରିବା ଦରକାର। ବଜେଟ୍ ଅଧିବେଶନରେ…