ବସ୍ତା-ଜଳକା ନଦୀରେ ବନ୍ୟା ସ୍ଥିତି: ଜଳସ୍ତର କମୁଛି, କିନ୍ତୁ ବଢୁଛି ଚାଷୀଙ୍କ ଚିନ୍ତା
ଭଦ୍ରକ: ଜଳକା ନଦୀର ଜଳସ୍ତର ଧୀରେ ଧୀରେ କମୁଥିବା ସୂଚନା ମିଳିଛି। ମଥାନୀ ଠାରେ ନଦୀର ବିପଦ ସଂକେତ ସ୍ତର ୬.୫୦ ମିଟର ରହିଥିବା ବେଳେ, ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୬.୫୮ ମିଟର ରହିଛି। ଗତକାଲି ଏହା ୬.୭୯ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା, ଯାହା ଫଳରେ ବସ୍ତା ବ୍ଲକର ମଥାନୀ, ଚଟାଣ ଓ ପଳାସିଆ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିଲା। କୁଡ଼ିଆ ଗାଁରେ କିଛି ଲୋକଙ୍କ ଘରେ ପାଣି ପଶିଥିବା…
