ଚାକିରି ଆଶାରେ ଡିଗ୍ରୀ ଧରି ଘରେ ବସିଛନ୍ତି ଲକ୍ଷେ ଯୁବପିଢି
ଭୁବନେଶ୍ୱର : ରାଜ୍ୟରେ ଉଚ୍ଚଶିକ୍ଷିତ ଯୁବକ-ଯୁବତୀଙ୍କ ମଧ୍ୟରେ ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଇଞ୍ଜିନିୟରିଂ, ମେଡିକାଲ, ଆଇନ, କୃଷି ଓ ପ୍ରାଣୀ ଚିକିତ୍ସା ଭଳି ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ସ୍ନାତକୋତ୍ତର (ପିଜି) ଡିଗ୍ରି ହାସଲ କରିଥିବା ହଜାର ହଜାର ଯୁବକ-ଯୁବତୀ ଚାକିରି ଅପେକ୍ଷାରେ ଅଛନ୍ତି। ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜୀକରଣ କରିଥିବା ପ୍ରାୟ ୧୨ ଲକ୍ଷ ଯୁବକ-ଯୁବତୀ ନିଯୁକ୍ତିର ଅପେକ୍ଷାରେ ରହିଛନ୍ତି, କିନ୍ତୁ ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ ନିଯୁକ୍ତି ପାଇବା ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ…
