ଆକାଶ ଛୁଇଁଲେ ଶୁଭାଂଶୁ: ମୋଦୀଙ୍କ ଭେଟ ଓ ସଂସଦର ପ୍ରଶଂସା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର କ୍ୟାପଟେନ ତଥା ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ଐତିହାସିକ ଆକ୍ସିଅମ-୪ ମିଶନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସ ଯାତ୍ରା ଭାରତର ମହାକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ଏହି ସଫଳତା ପାଇଁ ସୋମବାର ସଂସଦରେ ଶୁକ୍ଳାଙ୍କୁ ବିପୁଳ ପ୍ରଶଂସା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ନୂଆଦିଲ୍ଲୀ ଫେରିବାର ଗୋଟିଏ ଦିନ ପରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନାରେ, ବିରୋଧୀ ଦଳଗୁଡ଼ିକର ବହିଷ୍କାର ସତ୍ତ୍ୱେ, ସାଂସଦମାନେ ଶୁକ୍ଳାଙ୍କ ସଫଳତାକୁ ଜାତୀୟ ଗୌରବର ପ୍ରତୀକ ଭାବେ ପ୍ରଶଂସା କରିଥିଲେ।…

Read More

‘ହସ୍ପିଟାଲ ନୁହେଁ ନବୀନ ନିବାସ ଆସନ୍ତୁ

ଭୁବନେଶ୍ବର: ବିଜୁ ଜନତା ଦଳ ସଭାପତି ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥତା ଯୋଗୁଁ ଭୁବନେଶ୍ବରର ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ସନ୍ଧ୍ୟା ୫ଟା ୧୫ରେ ଡିହାଇଡ୍ରେସନ୍‌ ଯୋଗୁଁ ତାଙ୍କୁ ଏହି ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି | ନବୀନ ପଟ୍ଟନାୟକ ହସ୍ପିଟାଲ ବେଡରୁ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, “ମୋତେ ଦେଖିବାକୁ ଚାହିଁଲେ…

Read More

ଓଡ଼ିଶାରେ ଶୀଘ୍ର ଆରମ୍ଭ ହେବ ଏସଆଇଆର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶାରେ ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସଆଇଆର) ଶୀଘ୍ର ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଗୋପାଳନ ଘୋଷଣା କରିଛନ୍ତି। ରାଜ୍ୟରେ ୭,୦୦୦ ଏପିକ ନମ୍ବର ଥିବା ଭୋଟର କାର୍ଡ ପରିବର୍ତ୍ତନ କରାଯାଇ ନୂଆ ଭୋଟର କାର୍ଡ ଜାରି କରାଯାଇଛି। ଏଥିରୁ ୫,୦୦୦ ଏପିକ ନମ୍ବର ବାଙ୍କୀ ଅଞ୍ଚଳର ଥିଲା। ଏହି ଏପିକ ନମ୍ବରଗୁଡ଼ିକ କେବଳ ଭୋଟର ପରିଚୟ ପତ୍ର ପାଇଁ ବ୍ୟବହୃତ ହୋଇଛି ଏବଂ ଏହାଦ୍ୱାରା କେହି ଭୋଟ ଦେଇପାରିବେ ନାହିଁ।…

Read More

ସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରସ୍ତାବ ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।କେନ୍ଦ୍ର କୃଷି ବିଶ୍ୱ ବିଦ୍ୟାଳୟ ଅଧିନିୟମ, ୧୯୯୨ ଅନୁଯାୟୀ ସମ୍ବଲପୁରରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା କରାଯାଇଛି । କୃଷି ଓ ଆନୁଷଙ୍ଗିକ ବିଜ୍ଞାନରେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ସ୍ନାତକ ଓ ସ୍ନାତକୋତ୍ତର…

Read More

କଲେଜମାନଙ୍କରେ ଧୀମା ପଡିଯାଇଛି ନିର୍ବାଚନ ପ୍ରସ୍ତୁତି

ଭୁବନେଶ୍ୱର: ଏବେ ଚର୍ଚ୍ଚାରେ କଲେଜ କ୍ୟାମ୍ପସ |ବର୍ତ୍ତମାନ କ୍ୟାମ୍ପସରେ ରାଜନୀତି ସରଗରମ ରହିଛି | ମାତ୍ର ପିଲାମାନଙ୍କ ମଧ୍ୟରେ ଛାତ୍ର ନିର୍ବାଚନକୁ ନେଇ ଏ ଯାଏଁ କୌଣସି ସ୍ପଷ୍ଟତା ପରିଲକ୍ଷିତ ହୋଇନାହିଁ | ଏହି ଶିକ୍ଷାବର୍ଷ ଆରମ୍ଭରୁ ରାଜ୍ୟର ଅନେକ କଲେଜ୍‌ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ୟା, ଅସନ୍ତୋଷ, ଗୋଳମାଳ, ହିଂସା ଘଟଣା ବଢିଥିବାରୁ ଛାତ୍ର ସଂଗଠନଗୁଡ଼ିକ ଠିକଭାବେ ପ୍ରସ୍ତୁତ ହୋଇପାରୁନାହାନ୍ତି | ଭୁବନେଶ୍ୱରର ବିଭିନ୍ନ କ୍ୟାମ୍ପସରେ ବିଜୁ ଛାତ୍ର ଜନତା ଦଳ, ଏବିଭିପି ଓ…

Read More

ଉପରାଷ୍ଟ୍ରପତି ନିର୍ବାଚନରେ କଣ କରିବ ବିଜେଡି?

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି | ଆଉ ଏହାକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି | କେନ୍ଦ୍ରରେ ଏନଡିଏ ପକ୍ଷରୁ ସିପି ରାଧାକୃଷ୍ଣନଙ୍କ ନାମ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି | ସିପି ରାଧାକୃଷ୍ଣନ ଗୁଜୁରାଟର ରାଜ୍ୟପାଳ ଥିବାବେଳେ ସେ ବାସ୍ତବରେ ତାମିଲନାଡୁର ଅଧିବାସୀ | ତେବେ ଏହି ନିର୍ବାଚନରେ ବିଜେଡି ବା ବିଜୁ ଜନତା ଦଳ କଣ କରିବ? ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଗଲାଣି…

Read More

ଓଡ଼ିଶାରେ ୨୦ ଟନ୍ ସୁନା ଭଣ୍ଡାର ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାର ମାଟି ତଳେ ବ୍ୟାପକ ସୁନା ଭଣ୍ଡାର ଥିବା ଜଣାପଡ଼ିଛି। ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସ୍‌ଆଇ) ରାଜ୍ୟର ବିଭିନ୍ନ ଅଞ୍ଚଳରେ ସୁନା ଖଣି ଥିବା ସ୍ପଷ୍ଟ କରିଛି। ଆକଳନ ଅନୁସାରେ, ଓଡ଼ିଶାରେ ୧୦ରୁ ୨୦ ଟନ୍ ସୁନା ଭଣ୍ଡାର ରହିଛି, ଯାହାର ଅନ୍ବେଷଣ ବର୍ତ୍ତମାନ ବିଭିନ୍ନ ପର୍ଯ୍ୟାୟରେ ଚାଲିଛି। ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା ଅନୁଯାୟୀ, ଦେବଗଡ଼ର ଅଡ଼ଶ-ରାମପଲ୍ଲୀ, ସୁନ୍ଦରଗଡ଼, ନବରଙ୍ଗପୁର, କେନ୍ଦୁଝର, ଅନୁଗୁଳ ଓ କୋରାପୁଟ ଜିଲ୍ଲାରେ ସୁନା ଭଣ୍ଡାର…

Read More

ଚିଙ୍ଗୁଡ଼ି ଧରିବା ପାଇଁ ନଦୀରେ ବିଷ : ୭୩ ମଇଁଷି ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ଏକମାଣିଆ ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀର ଶାଖା ‘ଗଳିଆ’ରେ ଚରିବାକୁ ଯାଇଥିବା ୮୮ଟି ମଇଁଷିଙ୍କ ମଧ୍ୟରୁ ୭୩ଟିର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ତିନିଜଣ ଚାଷୀ ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି। ଅଭିଯୋଗ ହୋଇଛି ଯେ, କେତେକ ଦୁର୍ବୃତ୍ତ ବାଗଦା ଚିଙ୍ଗୁଡ଼ି ଧରିବା ପାଇଁ ନଦୀରେ ବିଷ ପକାଇଥିଲେ, ଯାହା ଫଳରେ ମଇଁଷିଗୁଡ଼ିକ ବିଷାକ୍ତ ପାଣି ପିଇ ମରିଗଲେ। ସୂଚନା ଅନୁଯାୟୀ, ଗତକାଲି…

Read More

ଏହି କାରଣରୁ ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ନବୀନ

ଭୁବନେଶ୍ବର: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ଡିହାଇଡ୍ରେସନ ଯୋଗୁଁ ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ଭୁବନେଶ୍ବର ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍ରେ ନବୀନଙ୍କୁ ଭର୍ତ୍ତି କରାଯାଇଥିବାବେଳେ ସୂଚନା ଥାଉ କି ଗତ ଜୁଲାଇ ମାସରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ସର୍ଭାଇକାଲ୍ ଆର୍ଥ୍ରାଇଟିସର ଅସ୍ତ୍ରୋପଚାର ହୋଇଥିଲା |…

Read More

ଅପରେସନ ଗରୁଡ଼ରେ ପୋଲିସକୁ ମିଳିଲା ବଡ ସଫଳତା

ଭୁବନେଶ୍ୱର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପରେସନ “ଗରୁଡ଼” ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା । ଏହି ଅଭିଯାନର ଦ୍ଵିତୀୟ ସପ୍ତାହ ଅର୍ଥାତ ଚଳିତ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା, ନିଶା…

Read More