ଉପ-ରାଷ୍ଟ୍ରପତି ନିର୍ବାଚନ: ବିଜେଡିର ନୀରବତା ନେଇ ଚର୍ଚ୍ଚା, ନବୀନଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର: ଉପ-ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ମହଲରେ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଆସନ୍ତା ୯ ତାରିଖରେ ହେବାକୁ ଥିବା ଭୋଟଗ୍ରହଣ ପୂର୍ବରୁ ସମସ୍ତଙ୍କ ନଜର ବିଜୁ ଜନତା ଦଳ (ବିଜେଡି) ଉପରେ ରହିଛି। ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ସହଜ ସ୍ଥିତିରେ ଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସାଧାରଣ ନୀରବତା ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ବିଜେଡି ତରଫରୁ କାହାକୁ ସମର୍ଥନ କରାଯିବ, ତାହା ସ୍ପଷ୍ଟ…

Read More

ଓଡିଶା ରାଜନୀତିରେ କଂଗ୍ରେସକୁ ମିଳୁଛି ନୂଆ ସମ୍ଭାବନା:ଭୂପିନ୍ଦରଙ୍କ ବୟାନ

ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଭୂପିନ୍ଦର ସିଂହ ରାଜ୍ୟ ରାଜନୀତିକୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ବିଜୁ ଜନତା ଦଳ ମୁଖ୍ୟ ବିରୋଧୀ ଦଳ ଭାବେ ନିଜର ଭୂମିକା ଠିକ୍‌ ଭାବେ ତୁଲାଇ ପାରୁନଥିବାରୁ କଂଗ୍ରେସ ଦଳ ଏହାର ଫାଇଦା ଉଠାଇ ରାଜ୍ୟରେ ନିଜର ସ୍ଥିତିକୁ ମଜବୁତ କରୁଛି। ଭୂପିନ୍ଦର କହିଛନ୍ତି, “ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ। ମୋର ଭବିଷ୍ୟତ କଣ…

Read More

ମେଲୋଡ଼ିରେ ଅଶ୍ଳୀଳତାକୁ ରୋକ, DJ ମୁକ୍ତ ଭସାଣୀ, ଏଥର ପ୍ରଥମେ ଖୋଲିବ ‘ହେଲ୍ପ ଡେସ୍କ’

କଟକ: ଆସନ୍ତା ଦୁର୍ଗାପୂଜାକୁ ସୁରକ୍ଷା, ଶାନ୍ତି ଏବଂ ଆନନ୍ଦମୟ ପରିବେଶରେ ପାଳନ କରିବା ପାଇଁ କଟକ କମିଶନରେଟ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି। ଏହି ସମ୍ବନ୍ଧରେ ଆୟୋଜିତ ବୈଠକରେ ପୋଲିସ ପକ୍ଷରୁ କିଛି ମୁଖ୍ୟ ପଦକ୍ଷେପ ନେଇଥିବା କୁ ସୂଚନା ମିଳିଛି। ମେଲୋଡ଼ିରେ ଅଶ୍ଳୀଳତାକୁ ରୋକିବା ପାଇଁ କଠୋର ବ୍ୟବସ୍ଥା ନିଆଯିବ। ସେହିପରି DJ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ, ପାରମ୍ପରିକ ବାଦ୍ୟ ସହିତ ମାତ୍ର ଭସାଣି କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ଏହି…

Read More

ଓଡ଼ିଶାରେ ଲଗାଣ ବର୍ଷାର ସୁଅ ଛୁଟିବାରେ ଲାଗିଛି କିନ୍ତୁ କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ

ଭୁବନେଶ୍ୱର:ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିଲେ ମଧ୍ୟ କୌଣସି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଖୁଆପଦାରେ ବୈତରଣୀ ନଦୀ ସତର୍କ ସଂକେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ଏହା ବିପଦ ସଂକେତକୁ ଅତିକ୍ରମ କରିବ ନାହିଁ । ଗତକାଲି ରାଜ୍ୟର ୧୬ଟି ବ୍ଲକ୍ ମୁଖ୍ୟାଳୟରେ ୫୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ତଥାପି, ନଦୀଗୁଡ଼ିକର ଜଳସ୍ତର…

Read More

ଆସୁଛି ହାଇଡ୍ରୋଜେନ୍ ବୋମା : ପାଟଣାରେ କହିଲେ ଭୋଟ ଚୋରିର ରହସ୍ୟ ଫାଶ ହେବ

ପାଟଣା: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପାଟଣାରେ ଏକ ଜନସଭାରେ ବିଜେପି ଉପରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ ସେ ଏକ “ହାଇଡ୍ରୋଜେନ୍ ବୋମା” ପରି ରହସ୍ୟ ଉନ୍ମୋଚନ କରିବେ, ଯାହା ବିଜେପିର ଭୋଟ ଚୋରିର ସତ୍ୟତାକୁ ଦେଶ ସାମ୍ନାରେ ଆଣିବ। ‘ଭୋଟର ଅଧିକାର ଯାତ୍ରା’ ଅବସରରେ ପାଟଣାରେ ଜନତାଙ୍କୁ ସମ୍ବୋଧିତ କରି ରାହୁଲ ଅଭିଯୋଗ କରିଛନ୍ତି ଯେ ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସ, ଏନସିପି ଓ ଶିବସେନାଙ୍କଠାରୁ ଭୋଟ ଚୋରି ହୋଇଛି। ସେ…

Read More

ଅତି ପ୍ରବଳ ବର୍ଷାକୁ ନେଇ ରେଡ଼ ଆଲର୍ଟ, ନଦୀ-ବାରେଜରେ ଜଳସ୍ତର ବୃଦ୍ଧି, ପ୍ରଶାସନ ସତର୍କ

ଭୁବନେଶ୍ୱର: ରାଜ୍ୟରେ ଅତି ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେଓଗଡ଼ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି। ଗତ ୨୪ ଘଣ୍ଟାରେ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ ନଦୀ-ନାଳାରେ ଜଳସ୍ତର ବୃଦ୍ଧି ପାଇଛି। ଗତକାଲି ସୁବର୍ଣ୍ଣରେଖାରେ 20.97 ମି.ମି., ବୁଢାବଳଙ୍ଗରେ 43.07 ମି.ମି. ଓ ବୈତରଣୀରେ 30.65 ମି.ମି. ବର୍ଷା ହୋଇଥିଲା। ଫଳରେ ବୈତରଣୀ, ବୁଢାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇଛି ଏବଂ ସତର୍କ…

Read More

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୪ ଦିନିଆ ଦିଲ୍ଲୀ ଗସ୍ତ: ସେମିକନ୍‌ ଇଣ୍ଡିଆରେ ଯୋଗଦେବେ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସେମିକନ୍‌ ଇଣ୍ଡିଆ ୨୦୨୫ ସମ୍ମିଳନୀରେ ଯୋଗଦେବା। ଏହି ସମ୍ମିଳନୀ ସେପ୍ଟେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ଭାରତକୁ ସେମିକଣ୍ଡକ୍ଟର ପାୱାର ହାଉସ୍‌ କରିବା ସମ୍ପର୍କରେ ଶୀର୍ଷସ୍ତରୀୟ ଆଲୋଚନା ହେବ। ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ ଓଡ଼ିଶାର ଶିଳ୍ପ ବିକାଶ ଏବଂ ପୁଞ୍ଜି…

Read More

ଭୁବନେଶ୍ୱର ପାଇଁ ମେଟ୍ରୋ ଆବଶ୍ୟକ, ରିଙ୍ଗ୍ ରୋଡ଼କୁ ମିଳିଲା ଅନୁମୋଦନ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପାଇଁ ଭବିଷ୍ୟତରେ ମେଟ୍ରୋର ଆବଶ୍ୟକତା ରହିଛି। ରାଜ୍ୟ ସରକାର ବି ମେଟ୍ରୋ ସିଟି ପାଇଁ ଇଛୁକ ଅଛନ୍ତି। ପୂର୍ବ ମେଟ୍ରୋ ପ୍ରକଳ୍ପ ପାଇଁ ଟ୍ରାଫିକ୍ ସମସ୍ୟା ଉପୁଜୁଥିଲା, ଫଳରେ ଯାତାୟାତ ନେଇ ସମସ୍ୟା ଦେଖା ଦେଇଥିଲା। ଟେଷ୍ଟିଙ୍ଗ୍ ସମୟରେ ଏଭଳି ସମସ୍ୟା ହେବା ଦ୍ୱାରା ସ୍ଥିତି ଜଟିଳ ହୋଇପାରିଥାନ୍ତା। ଯାତାୟାତକୁ ଅଧିକ ସୁବିଧାଜନକ କରିବା ପାଇଁ ନିକଟରେ, କ୍ୟାବିନେଟରେ ରିଙ୍ଗ୍ ରୋଡ୍କୁ ଅନୁମୋଦନ ମିଳିଛି। ଏହି ରିଙ୍ଗ୍ ରୋଡ୍ ଖୋର୍ଦ୍ଧାରୁ ଆରମ୍ଭ ହୋଇ…

Read More

ଚାଷୀଙ୍କ ସମସ୍ୟା ନେଇ ବିଜେଡିର ଚେତାବନୀ: ଦୁଇ ଦିନରେ ସମାଧାନ ନହେଲେ ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ସାରର କଳାବଜାରୀ ଏବଂ ସରକାରୀ ଦରଠାରୁ ଅଧିକ ମୂଲ୍ୟରେ ବିକ୍ରି ହେବା ଘଟଣାକୁ ନେଇ ବିରୋଧୀ ଦଳ ବିଜୁ ଜନତା ଦଳ କଡା ଚେତାବନୀ ଦେଇଛି। ବିଜେଡି କହିଛି ଯେ, ଆଗାମୀ ଦୁଇ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନହେଲେ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ। ଏହି ଘଟଣାରେ ସରକାରଙ୍କୁ ସିଧାସଳଖ ଦାୟୀ କରି ବିଜେଡି କହିଛି ଯେ, ସମବାୟ ବିଭାଗ ଏବଂ କୃଷି ବିଭାଗ ମଧ୍ୟରେ ଆଭ୍ୟନ୍ତରୀଣ ଲଢେଇ…

Read More

ଦେଶରେ ବର୍ଷାର ଡବଲ ମାଡ୍‌, ତାୱୀ ନଦୀରେ ୧୨ ଘଣ୍ଟାରେ ବ୍ରିଜ୍ ପୁନଃନିର୍ମାଣ କଲା ସେନା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବର୍ଷାର ଡବଲ ମାଡ୍‌ରେ ଲୋକମାନେ ବହୁତ ଅସୁବିଧାରେ ପଡ଼ୁଛନ୍ତି। ମୌସୁମୀ ବର୍ଷା ସହିତ ଲଘୁଚାପର ପ୍ରଭାବରେ ଦେଶର ଅଧିକାଂଶ ରାଜ୍ୟର ସ୍ଥିତି ବେହାଲ ହୋଇପଡ଼ିଛି। ବିଶେଷତଃ ଉତ୍ତର ଓ ଉତ୍ତରପୂର୍ବ ଭାରତର ଅବସ୍ଥା ଅଧିକ ସଂଗୀନ ହେବାରେ ଲାଗିଛି। ଜମ୍ମୁକାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର ସହିତ ମୁମ୍ବାଇ ପର୍ଯ୍ୟନ୍ତ ଲଗାତାର ବର୍ଷାରେ ଜୀବନ ଯାପନ କଷ୍ଟକର ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ସାଧାରଣ ଜୀବନରୁ ଆରମ୍ଭ କରି ଯାତାୟାତ ପର୍ଯ୍ୟନ୍ତ…

Read More