୭୦ଟି ଦେଶରେ ୧୦,୫୭୪ ଭାରତୀୟ ବନ୍ଦୀ, ୧୧ଟି ଦେଶରେ ୪୩ ଜଣ ମୃତ୍ୟୁଦଣ୍ଡ ଅପେକ୍ଷାରେ
ନୂଆଦିଲ୍ଲୀ: ବିଶ୍ୱର ୭୦ଟି ଦେଶରେ ୧୦,୫୭୪ ଜଣ ଭାରତୀୟ ନାଗରିକ ଜେଲରେ ବନ୍ଦୀ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୧୧ଟି ଦେଶରେ ୪୩ ଜଣ ମୃତ୍ୟୁଦଣ୍ଡର ଅପେକ୍ଷାରେ ଅଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଲୋକସଭାରେ ସୂଚନା ଦେଇଛି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିର୍ତ୍ତି ବର୍ଦ୍ଧନ ସିଂହ ଲିଖିତ ଉତ୍ତରରେ ଏହି ତଥ୍ୟ ପ୍ରକାଶ କରିଛନ୍ତି। ବିଦେଶରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪୩ ଜଣ ଭାରତୀୟଙ୍କ ମଧ୍ୟରୁ ସର୍ବାଧିକ ୨୧ ଜଣ ସଂଯୁକ୍ତ ଆରବ ଏମିରେଟ୍ସରେ ଅଛନ୍ତି। ସାଉଦି ଆରବରେ…
