ଡିଆରଡିଓର ସଫଳତା: ସମନ୍ୱିତ ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ସମ୍ପନ୍ନ ହେଲା ପ୍ରଥମ ପରୀକ୍ଷଣ
ଭୁବନେଶ୍ୱର: ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଏକ ବଡ଼ ସଫଳତା ହାସଲ କରିଛି। ସଂଗଠନର ସମନ୍ୱିତ ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀ (ଆଇଏଡିଡବ୍ଲୁଏସ)ର ପ୍ରଥମ ସଫଳ ପରୀକ୍ଷଣ ୨୩ ଅଗଷ୍ଟରେ ଓଡ଼ିଶା ଉପକୂଳରେ ସମ୍ପନ୍ନ ହୋଇଛି। ଏହି ପରୀକ୍ଷଣ ପ୍ରାୟ ୧୨ଟା ୩୦ ମିନିଟ୍ରେ ଆରମ୍ଭ ହୋଇଥିଲା ଏବଂ ଏଥିରେ ସମସ୍ତ ସ୍ୱଦେଶୀ କ୍ଷେପଣାସ୍ତ୍ର ପ୍ରଣାଳୀର କ୍ଷମତା ପ୍ରମାଣିତ ହୋଇଛି। ଆଇଏଡିଡବ୍ଲୁଏସ ହେଉଛି ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଯେଉଁଥିରେ ଦ୍ରୁତ ମୁକାବିଲା…
