କେନ୍ଦ୍ର ଆଣିଛି ମହିଳାଙ୍କ ପାଇଁ ଖୁସି ଖବର

ମହିଳାଙ୍କ ବିକାଶରେ ସମାଜ ତଥା ରାଷ୍ଟ୍ରର ବିକାଶ । ଏହା ବୁଝିଛି ମୋଦି ସରକାର । ତେଣୁ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ କରିବାକୁ ଅନେକ ଯୋଜନାର ଶୁଭାରମ୍ଭ କରାଯାଇଛି । ଏଥିରେ ଗୋଟିଏ ପ୍ରଧାନମନ୍ତ୍ରୀ ସିଲେଇ ମେସିନ ସ୍କିମ । କୌଣସି ମହିଳା ପୋଷାକ ସିଲେଇ ମାଧ୍ୟମରେ ସ୍ୱାବଲମ୍ବୀ ହେବାକୁ ଚାହୁଁଥିଲେ ଏହି ଯୋଜନାର ସୁଫଳ ନେଇ ପାରିବେ । ଏଥିରେ ରହିଛି ଅନେକ ପ୍ରୋତ୍ସାହନ ସୁବିଧା ।ମହିଳାଙ୍କୁ ମେସିନ କିଣିବାକୁ ୧୫ ହଜାର ଟଙ୍କା…

Read More

ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା 

୨୪ ଘଣ୍ଟା ଧରି ଉପକୂଳ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ମୂଷଳଧାରରେ ବର୍ଷା ସହ କେତେକ ଅଞ୍ଚଳରେ ଅତିଭୀଷଣ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉପକୂଳ ତାମିଲନାଡ଼ୁର ୯ ଜିଲ୍ଲାରେ ଭୀଷଣ ବର୍ଷା ହେଉଛି। ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ଜଳବନ୍ଦୀ ପିରସ୍ଥିତି ସୃଷ୍ଟି ହୋଇଛି । ଚେନ୍ନାଇ ବିମାନବନ୍ଦରରେ ବିମାନ ଚଳାଚଳ ଓ ଲୋକାଲ ଟ୍ରେନ୍ ଚଳାଚଳ…

Read More

ୱାକଫ ବୋର୍ଡକୁ ଭଙ୍ଗ କଲେ ଆନ୍ଧ୍ର ସରକାର

ଖୁବଶୀଘ୍ର ଆନ୍ଧ୍ର ପ୍ରଦେଶରେ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ସରକାର ଅମଳରେ ଗଠନ ହୋଇଥିବା ୱାକଫ ବୋର୍ଡକୁ ଭଙ୍ଗ କରିଛନ୍ତି ଏନ. ଚନ୍ଦ୍ରବାବୁ ନାଇଡ଼ୁଙ୍କ ନେତୃତ୍ୱାଧୀନ ଟିଡିପି ସରକାର । ୱାକଫ ବୋର୍ଡକୁ ନେଇ ପୂର୍ବ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅର୍ଡରକୁ ବର୍ତ୍ତମାନର ଟିଡିପି ସରକାର ପ୍ରତ୍ୟାହାର କରିନେଇଛନ୍ତି । ୨୦୨୩ ମାର୍ଚ୍ଚ ମାସ ଠାରୁ ବୋର୍ଡ ନିଷ୍କ୍ରିୟ ରହିବା ସହ କୌଣସି କାର୍ଯ୍ୟ କରାଯାଇ ନଥିଲା । ବୋର୍ଡରେ ପୂର୍ବ ସାଂସଦଙ୍କୁ ସାମିଲ କରାଯାଇ…

Read More

ପବନରେ ଟଳମଟଳ ହେଲା ବିମାନ,ଭାଇରାଲ ହେଲା ଭିଡିଓ

ବାତ୍ୟା ‘ଫେଙ୍ଗଲ୍’ ପ୍ରଭାବରେ ପ୍ରବଳ ପବନ ହେତୁ ଇଣ୍ଡିଗୋର ଏକ ବିମାନ ରନୱେରେ ସଠିକ୍ ଅବତରଣ କରିପାରି ନାହିଁ । ରନୱେରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ବିମାନଟି ଆକାଶରେ ଦୋହଲିଥିଲା ।ଯଦିଓ ଶେଷ ମୁହୂର୍ତ୍ତରେ ପାଇଲଟ୍ ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ପୁଣିଥରେ ଟେକ୍ ଅଫ୍ କରାଇବାକୁ ନିଷ୍ପତ୍ତି ନେଇଥିଲେ, ଯାହାଫଳରେ ଶହ ଶହ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଥିଲା । ପ୍ରବଳ ପବନ ଏବଂ ରନୱେରେ ପାଣି ଜମା ହୋଇଥିବା ଯୋଗୁ ବିମାନ ଲ୍ୟାଣ୍ଡ…

Read More

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର

ଗତ ସପ୍ତାହରେ ବାଂଲାଦେଶ ପୁଲିସ ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିବା ପରେ ତାହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବାଂଲାଦେଶରେ ନିୟମିତଭାବେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବାକୁ ଭାରତ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଭାରତରେ ଦାବି ହେଉଛି । ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟ ସମସ୍ତ ସଂଖ୍ୟାଲଘୁଙ୍କ ଉପରେ ଇସଲାମିକ ମୌଳବାଦୀଙ୍କ ଦ୍ୱାରା ଆକ୍ରମଣ, ହତ୍ୟା, ଲୁଟ୍, ନିଆଁ ଲଗାଇବା ଏବଂ ମହିଳାଙ୍କ ଉପରେ ଅମାନବୀୟ…

Read More

ଚେନ୍ନାଇରେ ପ୍ରବଳ ବର୍ଷା

ଚେନ୍ନାଇ : ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଫେଞ୍ଜଲ ରଚିବ ତାଣ୍ଡବ । ଏବେ ଠାରୁ ଆକାଶକୁ ଘୋଡିଆସିଲାଣି ବର୍ଷା । ଚେନ୍ନାଇ ଓ ପୁଡୁଚେରୀ ସମେତ ତାମିଲନାଡୁର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବର୍ଷା ସହ ପ୍ରାୟ ୯୦ କିମି ବେଗରେ ପବନ ବହିବା ଯୋଗୁ ଜନଜୀବନ ବ୍ୟାହତ ହୋଇଛି।   ପ୍ରାୟ ୪ ଘଣ୍ଟା ଭିତରେ ବାତ୍ୟା ତାମିଲନାଡ଼ୁ ଅତିକ୍ରମ କରିଥିବା ଜଣାପଡ଼ିଛି। ଚେନ୍ନାଇ ବିମାନବନ୍ଦରରେ ବିମାନ ଚଳାଚଳ ଓ ଲୋକାଲ ଟ୍ରେନ୍ ଚଳାଚଳ…

Read More

କେଜ୍ରିୱାଲଙ୍କ ଉପରେ ଆକ୍ରମଣ

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟୀର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ ହୋଇଛି । ଶନିବାର ଦିନ ଗ୍ରେଟର କୈଳାଶ ଅଞ୍ଚଳରେ ପଦଯାତ୍ରା ସମୟରେ ତାଙ୍କ ଉପରକୁ ଆକ୍ରମଣ କରାଯିବାର ପ୍ରୟାସ କରାଯାଇଛି । ଜଣେ ବ୍ୟକ୍ତି ତାଙ୍କ ଉପରକୁ ତରଳ ପଦାର୍ଥ ଫୋପାଡିବା ପାଇଁ ଚେଷ୍ଟା କରିଛି । ହେଲେ ସୁରକ୍ଷା କର୍ମୀ ସଙ୍ଗେ ସଙ୍ଗେ ସେହି ବ୍ୟକ୍ତି ଧରିନେଇଛନ୍ତି । ହେଲେ ଏହି ଘଟଣାରେ କେଜ୍ରିୱାଲଙ୍କର କୌଣସି କ୍ଷତି…

Read More

ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ମୋଦି

ଭୁବନେଶ୍ୱର : ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପୋଲିସ ମହାନିର୍ଦ୍ଦେଶକଙ୍କ ମହାସମ୍ମିଳନୀ। ଏହି ତିନି ଦିନିଆ ସର୍ବଭାରତୀୟ ସମ୍ମିଳନୀରେ ବିଭିନ୍ନ ରାଜ୍ୟର ପୋଲିସ ମୁଖିଆ ଯୋଗ ଦେଇଥିବାବେଳେ, ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତେବେଏହି କନଫରେନ୍ସରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ମୋଦିଙ୍କ ସ୍ବତନ୍ତ୍ର ସଚିବ ପିକେ ମିଶ୍ରଙ୍କ ସହ ପରାମର୍ଶଦାତା ତରୁଣ କପୁର। ମହାସମ୍ମିଳନୀରେ ବି ଯୋଗ ଦେଉଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ କେନ୍ଦ୍ର ଗୃହ…

Read More

ଦିଲ୍ଲୀରେ ୩ ଦିନ ଲାଗୁ ରହିବ ଗ୍ରାପ୍-୪

ଦିଲ୍ଲୀରେ ଆହୁରି ୩ ଦିନ ଲାଗୁ ରହିବ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ (GRAP)ର ୪ର୍ଥ ପର୍ଯ୍ୟାୟ ନିୟମ । ଗ୍ରାପ୍-୪ ଅଧୀନରେ ଜରୁରୀକାଳୀନ ପଦକ୍ଷେପଗୁଡ଼ିକୁ କୋହଳ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଡିସେମ୍ବର ୨ ଯାଏ ନିୟମ ଲାଗୁ ରହିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦିଓ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ନ ହେବା ପାଇଁ ବିଦ୍ୟାଳୟ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ କରାଯାଇଛି ।ଗ୍ରାପ୍-୪ ଅଧୀନରେ ସ୍କୁଲ ନିୟମକୁ କୋର୍ଟ ଢିଲା…

Read More

ଆଫଗାନିସ୍ତାନ, ଜମ୍ମୁ-କଶ୍ମୀରରେ ଭୂକମ୍ପ ଝଟକା

ଶ୍ରୀନଗର : ଜମ୍ମୁ କଶ୍ମୀରର କିଛି ଅଞ୍ଚଳରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଆଫଗାନିସ୍ତାନରେ ୫.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି।ରାତି ପ୍ରାୟ ୪ଟା ୧୯ରେ ହିମାଳୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ସାମାନ୍ୟ କମ୍ପନ ଅନୁଭୂତ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ର ହେଉଛି ଆଫଗାନିସ୍ତାନ-ତାଜିକିସ୍ତାନ ସୀମା ଅଞ୍ଚଳ। ତାଜିକିସ୍ତାନର ପାମିର ମାଉଣ୍ଟ ରେଞ୍ଜର ‘ଗରମ ଚଶମା’ ହଟ୍‌ ସ୍ପ୍ରିଙ୍ଗସ୍‌ ନିକଟରେ ଏହି…

Read More