ଖାନ୍ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା

ବିହାରର ସେଲିବ୍ରେଟୀ ଟିଚର ଖାନ୍ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ଡିହାଇଡ୍ରେସନ ଓ ଫିଭର ପରେ ତାଙ୍କୁ ପ୍ରଭାବତ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ସେ ବିହାର ଲୋକସେବା ଆୟୋଗ (ବିପିଏସସି) ଆଶାୟୀଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ । ବିପିଏସସି ପ୍ରିଲିମିନାରୀ ପରୀକ୍ଷା ନିୟମରେ ପରିବର୍ତ୍ତନକୁ ନେଇ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବା କାରଣରୁ ଖାନ ସାରଙ୍କୁ ପୋଲିସ ଗିରଫ କରିଥିଲା । ଖାନ ସାରଙ୍କୁ ପୋଲିସ ଗାଡ଼ିରେ ବସାଇ ଥାନାକୁ ନେବା ପରେ…

Read More

ତୁରନ୍ତ ଦେଶ ଛାଡ

ସିରିଆରେ ବିଦ୍ରୋହୀଙ୍କ ଦ୍ୱାରା ବୃଦ୍ଧି ପାଉଥିବା ଆକ୍ରମଣ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାର ନାଗରିକଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛନ୍ତି। ଏଥିରେ ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଯିବା ପର୍ଯ୍ୟନ୍ତ ସିରିଆ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଏହାସହ ସେଠାରେ ଥିବା ନାଗରିକ ତୁରନ୍ତ ଦେଶ ଛାଡିବାକୁ ପରାମର୍ଶ ଦିଆଯାଇଛି।ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ,…

Read More

କୃଷକଙ୍କ ପାଇଁ ଖୁସିଖବର

ଦେଶର କୋଟି ଲୋକ ଏହି ସରକାରୀ ଯୋଜନାର ଲାଭ ପାଇଛନ୍ତି। ଭାରତ ଏକ କୃଷି ପ୍ରଧାନ ଦେଶ, ଭାରତର ୫୦% ରୁ ଅଧିକ ଲୋକ ଚାଷରୁ ରୋଜଗାର କରନ୍ତି। ସେଥିପାଇଁ ସରକାର ବିଶେଷକରି କୃଷକମାନଙ୍କ ପାଇଁ ଅନେକ ଯୋଜନା ମଧ୍ୟ ଆଣିଛନ୍ତି।ଯେଉଁମାନେ ଚାଷ କରି ପର୍ଯ୍ୟାପ୍ତ ଅର୍ଥ ରୋଜଗାର କରିବାକୁ ସକ୍ଷମ ନୁହଁନ୍ତି । ସେହି କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଚଲାଉଛନ୍ତି। ଯେଉଁଥିରେ କୃଷକମାନଙ୍କୁ ବାର୍ଷିକ…

Read More

ଦିଲ୍ଲୀରେ ବାୟୁ ପ୍ରଦୂଷଣ ପ୍ରତିବନ୍ଧକ ହଟିଲା

ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ସୂଚକାଙ୍କରେ ଉନ୍ନତି ହେବା ସହିତ ସୁପ୍ରିମକୋର୍ଟ CAQMକୁ ଗ୍ରାପ୍-୪ ପ୍ରତିବନ୍ଧକକୁ ଢିଲା ଦେବାକୁ ଅନୁମତି ଦେଇଛନ୍ତି । ଗ୍ରାପ୍-୪ ଅଧୀନରେ ବ୍ୟବସାୟିକ ଟ୍ରକ୍ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଥିଲା । ଡିଜେଲ ଚାଳିତ ମଧ୍ୟମ ଏବଂ ଭାରୀ ଯାନ ଉପରେ ମଧ୍ୟ ରୋକ୍ ଲଗାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହା ହଟିବା ପରେ ସମସ୍ତ ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି AQI ୩୫୦ରୁ ଅଧିକ ଜଣାପଡ଼େ, ତା’…

Read More

ବାଂଲାଦେଶରେ କମୁନି ହିନ୍ଦୁଙ୍କ ଉପରେ ହିଂସା

ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହିଂସା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ୟୁନୁସ ସରକାରଙ୍କ ହସ୍ତକ୍ଷେପ ସତ୍ତ୍ୱେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ମୌଳବାଦୀଙ୍କ ଏକ ଦଳ ସୁମଙ୍ଗଞ୍ଜ ଜିଲାର ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରିଥିବା ଜଣାପଡିଛି।ବୁଧବାର ପୁଣିଥରେ ହିନ୍ଦୁଙ୍କ ଘରେ ଆକ୍ରମଣ କରାଯାଇଛି। ଜଣେ ହିନ୍ଦୁ ଯୁବକ ଫେସବୁକ ପୋଷ୍ଟରେ ଏହାର ନିନ୍ଦା କରିଥିବା ଅଭିଯୋଗ ହେବା ପରେ ଏହି ହିଂସା କରାଯାଇଥିଲା।ଏହି ଆକ୍ରମଣକାରୀ ୧୦୦ରୁ ଅଧିକ ହିନ୍ଦୁଙ୍କ ଘରେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।…

Read More

ସାଟେଲାଇଟରେ ସମସ୍ୟା

PROBA-3 ମିଶନକୁ ବୈଷୟିକ ତ୍ରୁଟି କାରଣରୁ ସ୍ଥଗିତ ରଖାଯାଇଛି । ଏହି ମିଶନକୁ ଆସନ୍ତାକାଲି ପାଇଁ ପୁନଃନିର୍ଦ୍ଧାରିତ କରାଯାଇଛି । କାଲି ସନ୍ଧ୍ୟା ୪ଟା ୧୨ରେ ISRO ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ମିଶନକୁ ଲଞ୍ଚ୍ କରିବ ।PROBA-3 ହେଉଛି ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA) ର ଏକ ମିଶନ୍ । PROBA-3 ମିଶନ୍ ସୂର୍ଯ୍ୟଙ୍କ କରୋନା ଅଧ୍ୟୟନ କରିବ । ESA ମୁତାବକ, ଏହି ମିଶନ୍ ସୂର୍ଯ୍ୟଙ୍କ ବାୟୁମଣ୍ଡଳର ବାହ୍ୟ ଏବଂ ଉତ୍ତପ୍ତ ସ୍ତରକୁ ଅଧ୍ୟୟନ କରିବ…

Read More

ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହିଂସା ଜାରି 

ଦେଶରେ ହୋଇଥିବା ଆକ୍ରମଣ ପରେ ଶେଖ ହସିନା ଭାରତରେ ଅଛନ୍ତି। ବର୍ତ୍ତମାନ ଶେଖ ହସିନା ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେଉଥିବା ମହମ୍ମଦ ୟୁନୁସଙ୍କ ଉପରେ ବହୁ ହତ୍ୟା ଏବଂ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବାଂଲାଦେଶରେ ଘଟିଥିବା ନରସଂହାର ପାଇଁ ମହମ୍ମଦ ୟୁନୁସ ଦାୟୀ। ନ୍ୟୁୟର୍କରେ ଏକ ଆୱାମି ଲିଗ ଇଭେଣ୍ଟକୁ ସମ୍ବୋଧିତ କରି ହସିନା ମନ୍ଦିର, ଚର୍ଚ୍ଚ ଏବଂ ଧାର୍ମିକ ସଂଗଠନ ଇସ୍କନ ଉପରେ ବାରମ୍ବାର ଆକ୍ରମଣ କରିଥିବାରୁ…

Read More

ଲଞ୍ଚ ହେବ ପ୍ରୋବା-୩ ମିଶନ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଆଜି ସନ୍ଧ୍ୟା ୪ଟା ୮ ମିନିଟ ସମୟରେ ୟୁରୋପୀୟ ମହାକାଶ ଏଜେନ୍ସି ର ପ୍ରୋବା-୩ ମିଶନ ଲଞ୍ଚ କରିବ ଇସ୍ରୋ । ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ ସେଣ୍ଟରର ଲଞ୍ଚପ୍‌ୟାଡ ୧ରୁ ପିଏସଏଲଭି ଏକ୍ସଏଲ ରକେଟରେ ଏହାକୁ ଉତକ୍ଷେପଣ କରାଯିବ । ତେବେ ଯେଉଁମାନେ ଚାହିଁବେ ସେମାନେ ସିଧାପ୍ରସାରଣ ମଧ୍ୟ ଦେଖିପାରିବେ । ୟୁଟ୍‌ୟୁବ କିମ୍ବା ଇସ୍ରୋ ୱେବସାଇଟରେ ଏହାକୁ ଦେଖି ହେବ । ଏହି ବ୍‌ୟବହୃତ ହେଉଥିବା…

Read More

ଦୁର୍ଘଟଣାରେ ଚାଲିଗଲା ଯୁବ ଆଇପିଏସ୍‌ଙ୍କ ଜୀବନ

୨୬ ବର୍ଷୀୟ ଯୁବ ଆଇପିଏସ୍‌ ଅଫିସର୍‌ ହର୍ଷ ବର୍ଦ୍ଧନ ରବିବାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ମଧ୍ୟପ୍ରଦେଶର ସିଙ୍ଗରୌଲୀ ଜିଲା ନିବାସୀ ହର୍ଷବର୍ଦ୍ଧନ କର୍ନାଟକ କ୍ୟାଡର ୨୦୨୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଥିଲେ। ସେ ହୋଲେନ୍‌ରାସିପୁରର ପ୍ରୋବେଶ୍‌ନାରି ଆସିଷ୍ଟାଣ୍ଟ ଏସ୍‌ପି ଭାବେ ନିଜ ଡ୍ୟୁଟିରେ ରିପୋର୍ଟ କରିବାକୁ ଏକ ପୋଲିସ ଗାଡ଼ିରେ ହାସନ୍‌ ଯାଉଥିଲେ। ଏହି ସମୟରେ ଗାଡ଼ିର ଏକ ଟାୟାର ଫାଟିଯାଇଥିଲା ଏବଂ ଏହା ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ହର୍ଷବର୍ଦ୍ଧନଙ୍କର ମୃତ୍ୟୁ…

Read More

ବିମାନବନ୍ଦରରେ ଫସିଛନ୍ତି ଭାରତୀୟ ଯାତ୍ରୀ

ମୁମ୍ବାଇରୁ ମାଞ୍ଚେଷ୍ଟର ଯାଉଥିବା ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ପ୍ରାୟ ୨୦ ଘଣ୍ଟା ହେବ କୁଏତ୍ ବିମାନବନ୍ଦରରେ ଫସି ରହିଛନ୍ତି ଭାରତୀୟ ଯାତ୍ରୀ । ବିମାନ ଇଂଜିନରେ ନିଆଁ ଲାଗିଯିବାରୁ କୁଏତ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ବିମାନ । ଭାରତୀୟ ଯାତ୍ରୀଙ୍କ ସହିତ ଅନେକ ଯାତ୍ରୀ ଫସିଛନ୍ତି । ଫସିଥିବା ଯାତ୍ରୀଙ୍କ ସହାୟତା ପାଇଁ ଭାରତୀୟ ଦୂତାବାସ ତତ୍ପରତା ଦେଖାଇଛି । ଗଲ୍ଫ ଏୟାର ଯାତ୍ରୀମାନେ କୁଏତ୍ ବିମାନବନ୍ଦରର ଅଧିକାରୀଙ୍କ ସହ ଏନେଇ ଯୁକ୍ତିତର୍କ କରୁଥିବା…

Read More