ଜିଓ-ଭିଆଇର ବଢିଲେ, ଏୟାରଟେଲର କମିଲେ
ଭୁବନେଶ୍ୱର: ଜୁନ୍ ମାସରେ ରାଜ୍ୟରେ ୭୩୨୪୦ ନୂଆ ମୋବାଇଲ ଫୋନ୍ ଗ୍ରାହକ ଯୋଡ଼ି ହୋଇଛନ୍ତି। ଏଥିଯୋଗୁ ଓଡ଼ିଶାରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୫୩ ଲକ୍ଷ ୨୧ ହଜାର ୨୩୬ରେ ପହଞ୍ଚିଛି। ମେ ମାସ ସୁଦ୍ଧା ଏମାନଙ୍କ ସଂଖ୍ୟା ୩ କୋଟି ୫୨ ଲକ୍ଷ ୪୭ ହଜାର ୯୯୬ ରହିଥିଲା। ଓଡ଼ିଶାରେ ଏବେ ୪ଟି କମ୍ପାନି ମୋବାଇଲ ଫୋନ ସେବା ପ୍ରଦାନ କରୁଛନ୍ତି। ସେଗୁଡ଼ିକ ମଧ୍ୟରେ ବିଏସ୍ଏନ୍ଏଲ, ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍…
