ସି.ପି. ରାଧାକୃଷ୍ଣନ ନୂଆ ଉପରାଷ୍ଟ୍ରପତି ଭାବେ ହେଲେ ନିର୍ବାଚିତ
ନୂଆଦିଲ୍ଲୀ: ଭାରତର ୧୫ତମ ଉପରାଷ୍ଟ୍ରପତି ଭାବେ ଏନଡିଏ ପ୍ରାର୍ଥୀ ତଥା ମହାରାଷ୍ଟ୍ରର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ନିର୍ବାଚିତ ହୋଇଛନ୍ତି। ସେ ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟରେ ପରାସ୍ତ କରିଛନ୍ତି। ରାଧାକୃଷ୍ଣନ ୪୫୨ ଭୋଟ ପାଇଥିବା ବେଳେ ରେଡ୍ଡୀଙ୍କୁ ୩୦୦ ଭୋଟ ମିଳିଛି। ମୋଟ ୭୬୭ ଜଣ ସାଂସଦ ଭୋଟ ଦେଇଥିବା ବେଳେ ୧୫ଟି ଭୋଟ ଅବୈଧ ଘୋଷିତ ହୋଇଛି। ଏହି ନିର୍ବାଚନ ନୂଆ ସଂସଦ ଭବନରେ…
