ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଶ୍ୱନାଥଙ୍କ ଘର ସମେତ ୬ଟି ସ୍ଥାନରେ ମଙ୍ଗଳବାର ସକାଳୁ ଚଢାଉ କରିଛି ଭିଜିଲାନ୍ସ ଟିମ। ଜୟପୁରରେ ଥିବା ତିନି ମହଲା ବିଶିଷ୍ଟ କୋଠା, ଗଞ୍ଜାମ ବେଲଗୁଣ୍ଠାରେ ଥିବା ପୈତୃକ ଦୁଇ ମହଲା ବିଶିଷ୍ଟ କୋଠା, ଜୟପୁର ବ୍ଲକରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟ, ଜୟପୁର ପୌରପାଳିକାରେ ଥିବା ତାଙ୍କ କାର୍ଯ୍ୟାଳୟ,ଜଯ଼ପୁରର ଡିଆଇଇଟିରେ…

Read More

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ପଦକ୍ଷେପ

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ୫ ମାସ ମଧ୍ୟରେ ୯୦ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି। ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଗୃହରେ ଏହି ଲିଖିତ ଉତ୍ତର ରଖିଛନ୍ତି।ରୁଜୁ ହୋଇଥିବା ମାମଲା ମଧ୍ୟରେ ରାଜସ୍ୱ ବିଭାଗରେ ସର୍ବାଧିକ ୨୦ ଅଧିକାରୀ ଅଛନ୍ତି।

Read More

ଓଡିଆ ସାମ୍ବାଦିକଙ୍କୁ ପନ୍ନୁର ଧମକ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଧମକ । ଡିଜିପି କନଫରେନ୍ସକୁ ପୁଣି ପନ୍ନୁ ଟାର୍ଗେଟ କରିଛି । ଗୁରପତୱନ୍ତ ପନ୍ନୁ ନାଁରେ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍ ଆସିଥିବା ଅଭିଯୋଗ ହୋଇଛି । ଖଲିସ୍ତାନୀ ପତାକା ଉଡାଇଲେ ୨୫ ଲକ୍ଷ ଟଙ୍କା ପୁରୁସ୍କାର ଦେବା ପାଇଁ କୁହାଯାଇଥିବା ବେଳେ ମେଲରେ ଡିଜିପି ସମ୍ମିଳନୀ ଭଣ୍ଡୁର ପାଇଁ ମେଲ ଆସିଥିବା ଜଣାପଡିଛି । ଏହାସହିତ ଅଡିଓ ମେସେଜରେ ଭୁବନେଶ୍ବର ଏୟାରପୋର୍ଟକୁ ଟାର୍ଗେଟ କରାଯାଇଥିବା ମଧ୍ୟ ଜଣାପଡିଛି…

Read More

ପାଟପୁର ଥାନାକୁ ମିଳିଲା ପୁରସ୍କାର

ସମଗ୍ର ଦେଶରେ ୨ୟ ଶ୍ରେଷ୍ଠ ଥାନା ଭାବେ ୨୦୨୪ ଆର୍ଥିକ ବର୍ଷ ପାଇଁ ଗଞ୍ଜାମ ଜିଲା ପାଟପୁର ଥାନାକୁ ପୁରସ୍କୃତ କରାଯାଇଛି।ଆଜି ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ମହାନିର୍ଦ୍ଦେଶକ ପୋଲିସର ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଟ୍ରଫି ପୋଲିସ ଷ୍ଟେସନର ଇନ୍ସପେକ୍ଟରଙ୍କୁ ପ୍ରଦାନ କରିଛନ୍ତି । ଏନେଇ ପୂର୍ବରୁ ଯୁଗ୍ମ ନିର୍ଦ୍ଦେଶକ ତଥା ସମ୍ମିଳନୀ ସଚିବ, ଏମଏଚଏର ଇଣ୍ଟେଲିଜେନ୍ସ ବ୍ୟୁରୋ ସମୀର ଏସ ଆଇଏମ ଓଡ଼ିଶା ମହାନିର୍ଦ୍ଦେଶକ ୱାୟୀ.ବି. ଖୁରାନିଆଙ୍କୁ ଦେଶର ସର୍ବୋତ୍ତମ ପୋଲିସ…

Read More

ବିଷାକ୍ତ ଖାଦ୍ୟ ଖାଇ ୧୦ ଅସୁସ୍ଥ

ବିଷାକ୍ତ ଖାଦ୍ୟ ଖାଇ ରାଜଧାନୀରେ ୧୦ ଅସୁସ୍ଥ । ଏକ ଘରୋଇ ନର୍ସିଙ୍ଗ କଲେଜ ହଷ୍ଟେଲର ୧୦ଜଣ ଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡିଛନ୍ତି। ସମସ୍ତେ ଗତକାଲି ରାତିରେ ବିଷାକ୍ତ ଖାଦ୍ୟ ଖାଇଥିବା ଅନୁମାନ କରାଯାଉଛି। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ବିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

Read More