ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ ହେଲେ ଦୁଇ ଛାତ୍ର

ବାଲେଶ୍ୱର : ଫକୀର ମୋହନ କଲେଜର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ ଶେଷରେ ୨୦ ଦିନ ପରେ କ୍ରାଇମବ୍ରାଞ୍ଚ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଏଥିରେ ଦୁଇ ଛାତ୍ର – ଶୁଭ୍ର ସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କୁ ଗିରଫ କରାଯାଇଛି। ସୂଚନାଅନୁଯାୟୀ, ଛାତ୍ରୀଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ର ରହିଥିବା ଅଭିଯୋଗ ଥିଲା। ଗିରଫ ଦୁଇ ଛାତ୍ରଙ୍କ ଉପରେ ଅଭିଯୋଗ ଅଛି ଯେ ସେମାନେ ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବୃତ୍ତ କରିଥିଲେ, ଏବଂ ସେହି ସମୟରେ ମୋବାଇଲ…

Read More

ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଲେ କଂଗ୍ରେସ ଓ ବିଜେଡି

ଭୁବନେଶ୍ୱର: ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଓ ବିଜେଡି | କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ ପୀଡିତାଙ୍କ ବୟାନ ବାରମ୍ବାର ରେକର୍ଡ କରାଯାଇଛି। ୬ ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ସେ ଧୀରେ ଧୀରେ ସୁସ୍ଥ ହେଉଥିବା କଥା କହିଥିଲେ। କେମିତି ତାଙ୍କ ମୃତ୍ୟୁ ହେଲା ? ଏହା ଆତ୍ମହତ୍ୟା ନୁହେଁ। ଷଡଯନ୍ତ୍ର କରି ହତ୍ୟା। ଅନ୍ୟପଟେ କଂଗ୍ରେସ ନେତ୍ରୀ ମଧୁସ୍ମିତା ଆଚାର୍ଯ୍ୟ କହିଛନ୍ତି ଯେ ଝିଅର…

Read More

ବଳଙ୍ଗା ପୀଡିତାଙ୍କର କେମିତି ହେଲା ମୃତ୍ୟୁ? ପୁଳାଏ ରହସ୍ୟ, ଅନେକ ପ୍ରଶ୍ନ

ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ବ୍ଲକ୍‌ର ବାୟାବର ଗାଁରେ ୧୫ ଦିନ ପୂର୍ବେ ଏକ ନାବାଳିକା ଉପରେ କିରାସିନି ଢାଳି ହତ୍ୟା ଉଦ୍ୟମ ଘଟିଥିବା ଘଟଣା ଏବେ ଦୁଃଖଦ ମୃତ୍ୟୁରେ ପରିଣତ ହୋଇଛି। ଶନିବାର ସନ୍ଧ୍ୟା ସମୟରେ ସେ ପ୍ରାଣ ହରାଇଥିବା ଖବର ପ୍ରଚାର ପାଇଁ ବେଳେ, ତାଙ୍କ ଘରେ ବିଦ୍ୟୁତ କାଟି ଦିଆଯିବା ଓ ପରିବାର ଲୋକଙ୍କ ଅନୁପସ୍ଥିତି ନେଇ ଅଞ୍ଚଳରେ ଚିନ୍ତା ଓ ଚର୍ଚ୍ଚା ଚଳିଛି। ପ୍ରଥମେ ନାବାଳିକା ଆଂଶିକ ଭାବେ ଜଳିଥିବା ଅବସ୍ଥାରେ…

Read More

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି ଗିରଫ

କଟକ: ଓଟିଇଟି (OTET) ପ୍ରଶ୍ନପତ୍ର ଲିକ୍ ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏହି ମାମଲାରେ ବାରମ୍ବାର ଜେରା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ବାନ୍ଧିଛି। ଏହା ପୂର୍ବରୁ ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ବୋର୍ଡର ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ଗୁରୁତର ଅନିୟମିତତା ରହିଛି। ନିୟମ ଅନୁସାରେ, ପ୍ରଶ୍ନପତ୍ର ପ୍ରସ୍ତୁତି ଓ…

Read More

କ୍ୟାନ୍ସରରେ ପୀଡ଼ିତ ଥିଲେ ଶାଶୁ, ରାତିରେ ରାସ୍ତାରେ ଫିଙ୍ଗି ଦେଲା ବୋହୂ!

ଅଯୋଧ୍ୟା: ମାନବତା ଦୃଷ୍ଟିରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି, ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧାଙ୍କୁ ଏକ ଫର୍ଣ୍ଣିଚର ଦୋକାନ ଆଗରେ ରାସ୍ତାରେ ଛାଡ଼ି ଚାଲିଯାଇଥିଲା ବୋହୂ। ସେ ବୃଦ୍ଧାଙ୍କ ନାମ ଭଗବତୀ ଦେବୀ ବୋଲି ଚିହ୍ନଟ ହୋଇଛି, ଯିଏ ଗୋଣ୍ଡା ଜିଲ୍ଲାର ବାସିନ୍ଦା ଥିଲେ। ସେ ବହୁ ଦିନ ଧରି ଗଳା କ୍ୟାନ୍ସରରେ ପୀଡିତ ଥିଲେ। ଘଟଣାସ୍ଥଳରେ ଥିବା ସିସିଟିଭି ଫୁଟେଜ୍ ରେ ଦେଖାଯାଇଛି ଯେ, ଦୁଇ ଜଣ ମହିଳା ଓ ଜଣେ…

Read More

ପରୀକ୍ଷାରେ ଫେଲ୍ ହେଲା ଝିଅ, ବାପା ଦେଲେ ମୃତ୍ୟୁଦଣ୍ଡ

ମହାରାଷ୍ଟ୍ର: ଆଜିର ଯୁଗରେ, ପିତାମାତା ଶିକ୍ଷା ପ୍ରତି ଏତେ ଗମ୍ଭୀର ହୋଇଗଲେଣି ଯେ ସେମାନେ ସାମାନ୍ୟତମ ଭୁଲକୁ ମଧ୍ୟ ଛାଡ଼ନ୍ତି ନାହିଁ। ନିକଟରେ ମହାରାଷ୍ଟ୍ରରେ, ଜଣେ ଶିକ୍ଷକ ବାପା ତାଙ୍କ ଝିଅକୁ ହତ୍ୟା କରିଥିଲେ। ‘ବାପା!’ ଦୟାକରି ମୋତେ ଆଉ ଗୋଟିଏ ସୁଯୋଗ ଦିଅ…’, ଝିଅ ଜୀବନ ଭିକ୍ଷା କରି ଚାଲିଲା କିନ୍ତୁ ବାପା ଥମିଲେ ନାହିଁ, ନିକଟରେ ମହାରାଷ୍ଟ୍ରର ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ପିତାମାତା…

Read More

ପାଠ ପଢେଇବା ଛାଡି ପ୍ରଶ୍ନପତ୍ର ଲୁଟୁଥିଲେ ଶିକ୍ଷକ, ଧରିଲା କ୍ରାଇମବ୍ରାଞ୍ଚ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆୟୋଜିତ ଓଟିଇଟି-୨୦୨୫ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ଲାପ୍ଟପ୍‌ରୁ ପ୍ରଶ୍ନପତ୍ର ଚୋରି ହୋଇ ସାମାଜିକ ମାଧ୍ୟମରେ ଭାଇରାଲ୍‌ ହୋଇଥିବା ଘଟଣା ଉଜାଗର ହେବା ପରେ, ବୋର୍ଡ ପରୀକ୍ଷା ବାତିଲ୍ କରିଦେଇଥିଲା। ଘଟଣା ସନ୍ଦର୍ଭରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ପ୍ରକାଶ ପାଇଛି ଯେ, ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ମୁଖ୍ୟ ଅଭିଯୁକ୍ତ…

Read More

ଲେମ୍ବୁ ଗଛମୂଳେ ପତ୍ନୀ ଓ ଶାଶୂଙ୍କୁ ମାରି ପୋତିଦେଲା ଜ୍ୱାଇଁ

କୁଳିଅଣା: ଶାଶୂ ଓ ପତ୍ନୀଙ୍କୁ ହତ୍ୟା କରି ଲେମ୍ବୁ ଗଛମୂଳେ ପୋତିଦେଲା ଯୁବକ | ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧୀନ ବଡ ନୂଆଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ମୁତାବକ ଦେବାଶିଷ ପାତ୍ର ନାମକ ବ୍ୟକ୍ତି ଜଣକ ତାଙ୍କ ପତ୍ନୀ ସୋନାଲି ଦଳେଇ (୨୪) ଓ ଶାଶୂ ସୁମତୀ ଦଳେଇ (୫୫)ଙ୍କୁ ପଥରରେ ଛେଚି ହତ୍ୟା କରି ଘର ନିକଟରେ ଥିବା ଲେମ୍ବୁ ବଗିଚା ମଧ୍ୟରେ ଶବ ଦୁଇଟିକୁ ପୋତି…

Read More

ମିଛ କହୁଛନ୍ତି ନକଲି ଚାଷୀ, ଫାଇଦା ନେବାକୁ ଦେଉଛନ୍ତି କି ମିଛ ତଥ୍ୟ?

ଭୁବନେଶ୍ୱର: ଓଡ଼ିଶାରେ ୨.୭୩ ଲକ୍ଷ ଏମିତି ଚାଷ ପ୍ଲଟ୍‌ ଚିହ୍ନଟ ହୋଇଛି, ଯେଉଁଠି ବାସ୍ତବରେ ଚାଷ ହେଉନଥିଲେ ମଧ୍ୟ ରିପୋର୍ଟରେ ଚାଷ ହେଉଛି ବୋଲି ଦେଖାଯାଇଛି। ଏଥିରୁ ବାଲେଶ୍ବର ଜିଲ୍ଲାରେ ୪୯,୭୧୦ ଟି ଏବଂ ବରଗଡ଼ରେ ୩୮,୫୬୭ ଟି ନକଲି ପ୍ଲଟ୍‌ ଚିହ୍ନଟ ହୋଇଛି। ସମବାୟ ନିବନ୍ଧକ କାର୍ଯ୍ୟାଳୟ ଦ୍ୱାରା ଦିଆଯାଇଥିବା ରିପୋର୍ଟ ଅନୁସାରେ ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଓ କଳାହାଣ୍ଡି ସମେତ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ବହୁତ ସଂଖ୍ୟାରେ ଏଭଳି ନକଲି ପ୍ଲଟ୍‌…

Read More

ପାପୋଛରେ ମହାପ୍ରଭୁଙ୍କ ଛବି, ଅନଲାଇନ ସପିଙ୍ଗ ସଂସ୍ଥାର ମନମାନୀ

ପୁରୀ: ମହାପ୍ରଭୁଙ୍କୁ ଅପମାନର ସମସ୍ତ ସୀମା ଅତିକ୍ରମ କରିଛି ଅନ୍ତର୍ଜାତୀୟ ଅନ୍‌ଲାଇନ୍‌ ସପିଂ ସଂସ୍ଥା। ପାପୋଛ ଭଳି ଗୋଡ଼ ପୋଛିବା ମ୍ୟାଟ୍‌ରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ଚିତ୍ରିତ କରାଯାଇଛି। ଅନଲାଇନ ସପିଙ୍ଗ ସାଇଟରେ ଯେଉଁ ପାପୋଛର ବିଜ୍ଞାପନ ପ୍ରଦର୍ଶିତ ହୋଇଛି ସେଇ ପାପୋଛରେ ଜଣେ ବ୍ୟକ୍ତି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି | କେବଳ ଏତିକି ନୁହେଁ ଵିଜ୍ଞାପନରେ ମହାପ୍ରଭୁଙ୍କ ଛବିକୁ କଦର୍ଥ କରାଯାଇଥିବାବେଳେ ଏହି ପାପୋଛ କିଣିବାକୁ ଲୋକଙ୍କୁ କୁହାଯାଉଛି | ‘ଲର୍ଡ ଜଗନ୍ନାଥ ମଣ୍ଡଳ ଆର୍ଟ…

Read More