ବିବାହିତ ପୁରୁଷଙ୍କ ସହ ଲିଭ-ଇନ ସମ୍ପର୍କରେ ରହୁଥିଲା ଝିଅ, ମାରିଦେଲେ ବାପା-କକା!
ପାଲନପୁର: ଗୁଜୁରାଟ ପୋଲିସ ଜଣେ ୧୮ ବର୍ଷୀୟା ଯୁବତୀଙ୍କ ହତ୍ୟା ପାଇଁ ତାଙ୍କ ବାପା ଏବଂ କାକାଙ୍କୁ ଗିରଫ କରିଛି। ପୋଲିସର ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ଜଣେ ବିବାହିତ ପୁରୁଷଙ୍କ ସହ ସମ୍ପର୍କରେ ଥିଲେ ଏବଂ ତାଙ୍କ ସହିତ ଲିଭ-ଇନରେ ରହୁଥିଲେ। ଏହି କାରଣରୁ ଯୁବତୀଙ୍କ ପରିବାର ତାଙ୍କୁ ହତ୍ୟା କରିଛନ୍ତି। ପୋଲିସ କହିଛି ଯେ ଏହି ଘଟଣା ତାଙ୍କ ଲିଭ-ଇନ ପାର୍ଟନରଙ୍କ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ହେବାର କିଛି ଦିନ ପୂର୍ବରୁ ଘଟିଛି।…
