ନିଶା ମାଫିଆଙ୍କୁ କମିସନରେଟ୍ ପୋଲିସର ପ୍ରହାର: ବ୍ରାଉନ୍ ସୁଗର୍ ଓ ଗଞ୍ଜେଇ ଜବତ୍
ଭୁବନେଶ୍ୱର: କମିସନରେଟ୍ ପୋଲିସ୍ ଦ୍ୱାରା ଆରମ୍ଭ ହୋଇଛି ଅପରେସନ୍ ପ୍ରହାର। ପୋଲିସ୍ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଅବକାରୀ, ଏନ୍ସିବି ଏବଂ ଏସ୍ଟିଏଫ୍ର ମିଳିତ ସହଯୋଗରେ ଏହି ଅପରେସନ୍ ଚାଲୁ ରହିଛି। ନିଶା ମାଫିଆଙ୍କୁ ଟାର୍ଗେଟ୍ କରାଯାଇଛି, ବିଶେଷକରି ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାରକୁ ରୋକିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏହି ଅପରେସନ୍ରେ ଦୁଇଟି ସଫଳତା ମିଳିଛି। ପ୍ରଥମରେ, ଇନ୍ଫୋସିଟି ଥାନା ପୋଲିସ୍ ଦ୍ୱାରା ସାଢ଼େ ୪ ଲକ୍ଷ ଟଙ୍କାର…
