ଝାରସୁଗୁଡ଼ାରେ ସାର କଳାବଜାରୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର କିର୍ମିରାରେ ୟୁରିଆ ସାର କଳାବଜାରୀ ଅଭିଯୋଗ ପରେ ବିଭାଗୀୟ ଟିମ୍ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାତ୍ରିକାଳୀନ ଚଢ଼ାଉ ସମୟରେ ଏହି ବେଆଇନ କାରବାରକୁ ଧରାଯାଇ ପ୍ରାୟ ୨୬ ବ୍ୟାଗ ୟୁରିଆ ସାର ଜବତ କରାଯାଇଛି। ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ଦାଏର ହୋଇଛି। ସ୍ଥାନୀୟ କୃଷକମାନଙ୍କ ଅଭିଯୋଗ ଆଧାରରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ ଏବଂ ଫର୍ଟିଲାଇଜ଼ର ଇନ୍ସପେକ୍ଟରଙ୍କ ସମେତ ଏକ ଟିମ୍…
