ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବାସଭବନ ଘେରାଉ କଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ

ଧଉଳି ଗଣଦୁଷ୍କର୍ମ ଓ ସହୀଦ ନଗର ନାବାଳିକା ଦୁଷ୍କର୍ମ ଘଟଣା ମନରୁ ଲିଭି ନଥିବା ବେଳେ ଗତକାଲି ଯେଉଁଭଳି ଭାବରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଗାଁରେ ତୃତୀୟ ଶ୍ରେଣୀରେ ପଢୁଥିବା ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଗଲା ତାହା ଓଡ଼ିଶାକୁ ସାରା ଦେଶରେ ନିନ୍ଦିତ କରିଛି । ବିଜେପି ସରକାର ଶାସନକୁ ଆସିବା ପରେ ରାଜ୍ୟରେ ମହିଳା ଓ ନାବାଳିକା ମାନଙ୍କ ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଗୋପାଳପୁର,…

Read More

୧ କୋଟି ୧୪ ଲକ୍ଷ ଟଙ୍କାର ମୂଲ୍ୟର ବେଆଇନ ସାମଗ୍ରୀ ଜବତ

ଅବକାରୀ ବିଭାଗ ଓ ପୋଲିସ ବିଭାଗର ମିଳିତ ସହଯୋଗରେ ସାରା ରାଜ୍ୟରେ ଚାଲୁଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ଚତୁର୍ଥ ଦିନ, ଅର୍ଥାତ ୨୩ ଡିସେମ୍ବର ୨୦୨୫ ତାରିଖରେ ହୋଇଥିବା ଚଢ଼ାଉରେ ମୋଟ ୧,୧୪,୬୨,୯୭୪ ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ ହୋଇଛି । ଏହି କାର୍ଯ୍ୟାନୁଷ୍ଠାନରେ NDPS Act. ଅଧୀନରେ ଚାରୋଟି ମାମଲା ସହିତ ମୋଟ ୨୩୯ଟି ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ୧୩୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧୩ଟି…

Read More

ତଟବର୍ତ୍ତୀ ସୁରକ୍ଷା ସମୟ ସମିତି ସମ୍ପର୍କିତ ଏକ ଉଚ୍ଚ ସ୍ତରୀୟ ବୈଠକ

ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଚତୁର୍ଥ ତଟବର୍ତ୍ତୀ ସୁରକ୍ଷା ସମୟ ସମିତି ସମ୍ପର୍କିତ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦେଶ କ୍ରମେ ଆରକ୍ଷୀ ମହାନିର୍ଦ୍ଦେଶକ( କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ରାଜ୍ୟରେ ବହୁ ପ୍ରତିଷ୍ଠିତ ତୈଳ ଓ ଗ୍ୟାସ କମ୍ପାନିର ବରିଷ୍ଠ ପଦାଧିକାରୀଙ୍କ ସହ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା…

Read More

୧ କୋଟି ୬୪ ଲକ୍ଷ ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ

ପୋଲିସ ସହ ସମନ୍ୱୟରେ ଡ଼ିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅବକାରୀ ଚଢ଼ାଉ ଅଭିଯାନର ପ୍ରଥମ ଦୁଇ ଦିନରେ  ପ୍ରାୟ ୧. ୬୪ କୋଟି ଟଙ୍କା ମୂଲ୍ୟର ଅବୈଧ ମାଦକ ଦ୍ରବ୍ୟ ତଥା ବେଆଇନ ସାମଗ୍ରୀ ଜବତ କରାଯାଇଛି। ନବବର୍ଷ ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଚଢ଼ାଉ ଅଭିଯାନରେ ୪ଟି  NDPS ମାମଲା ସହ ମୋଟ ୩୧୮ ଟି ମାମଲା ରୁଜୁ ହୋଇଛି I ଯେଉଁଥିରେ ୧୩୪ ଜଣଙ୍କୁ ଗିରଫ…

Read More

ଅପରାଧମୁକ୍ତ ଏବଂ ସୁରକ୍ଷିତ ସମାଜ ଗଠନରେ ସହର ପୋଲିସ କର୍ମଚାରୀଙ୍କ ଅବଦାନକୁ ସମ୍ମାନିତ କରିବା ପାଇଁ ନମନ ୪.ଓ ଆୟୋଜିତ ହୋଇଛି

ଅପରାଧମୁକ୍ତ ଏବଂ ସୁରକ୍ଷିତ ସମାଜ ଗଠନରେ ସହର ପୋଲିସ କର୍ମଚାରୀଙ୍କ ଅବଦାନକୁ ସମ୍ମାନିତ କରିବା ପାଇଁ ନମନ ୪.ଓ ଆୟୋଜିତ ହୋଇଛି । କମିଶନରେଟ୍ ପୋଲିସ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ଆୟୋଜିତ ନମନ ୪. o ର ଚତୁର୍ଥ ସଂସ୍କରଣରେ ଷ୍ଟାର ପାୱାର ଥିଲା ମୁଖ୍ୟ ଆକର୍ଷଣ। ମୁମ୍ବାଇ ପୋଲିସ ଦ୍ୱାରା ଆୟୋଜିତ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଉମଙ୍ଗ’ ଧାରାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ୨୦୨୨ ରୁ ନମନ…

Read More

ଧଉଳି ଗଣଦୁଷ୍କର୍ମକୁ ନେଇ ରାଜନୀତି

ଧଉଳି ଗଣଦୁଷ୍କର୍ମକୁ ନେଇ ରାଜନୀତି ମୁହାଁମୁହିଁ ହେଲେ ଶାସକ ବିରୋଧୀ ନବୀନଙ୍କ ପୋଷ୍ଟରେ ସରକାରଙ୍କୁ ଟାର୍ଗେଟ କାଉଣ୍ଟର କଲେ ପ୍ରଭାତୀ ଧଉଳୀରେ ଘଟିଥିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇବା ସହିତ ଓଡ଼ିଶା ପାଇଁ ଲଜ୍ଜ୍ୟା ଆଣିଦେଇଛି। ଭୁବନେଶ୍ୱର ଛାତି ଉପରେ ଘଟିଥିବା ଘଟଣା ପୁଣି ସରକାରଙ୍କୁ କାଠ ଗଡ଼ାକୁ ଟାଣିଛି। ଧଉଳି ବୁଲିବାକୁ ଯାଉଥିବା ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଗଣଦୁଷ୍କର୍ମ କରିବା ଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି। ବିରୋଧୀ ଦଳ…

Read More

ଝାରସୁଗୁଡ଼ାରେ ସାର କଳାବଜାରୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର କିର୍ମିରାରେ ୟୁରିଆ ସାର କଳାବଜାରୀ ଅଭିଯୋଗ ପରେ ବିଭାଗୀୟ ଟିମ୍‌ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାତ୍ରିକାଳୀନ ଚଢ଼ାଉ ସମୟରେ ଏହି ବେଆଇନ କାରବାରକୁ ଧରାଯାଇ ପ୍ରାୟ ୨୬ ବ୍ୟାଗ ୟୁରିଆ ସାର ଜବତ କରାଯାଇଛି। ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ ଏଫ୍‌ଆଇଆର୍‌ ମଧ୍ୟ ଦାଏର ହୋଇଛି। ସ୍ଥାନୀୟ କୃଷକମାନଙ୍କ ଅଭିଯୋଗ ଆଧାରରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ ଏବଂ ଫର୍ଟିଲାଇଜ଼ର ଇନ୍ସପେକ୍ଟରଙ୍କ ସମେତ ଏକ ଟିମ୍‌…

Read More

ଦିଲ୍ଲୀ ଲାଲକିଲ୍ଲାରୁ ଚୋରି ହୋଇଥିବା ସୁନା କଳସ ଉଦ୍ଧାର, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପରିସରରେ ଜୈନ ସମୁଦାୟର ଧାର୍ମିକ ଅନୁଷ୍ଠାନ ସମୟରେ ଚୋରି ହୋଇଥିବା ମୂଲ୍ୟବାନ ସୁନା କଳସକୁ ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ଉଦ୍ଧାର କରିଛି। ଏହି ଘଟଣାରେ ଜଡ଼ିତ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଏହି କଳସର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ। ଘଟଣା ଅନୁଯାୟୀ, କିଛି ଦିନ ପୂର୍ବେ ଲାଲକିଲ୍ଲା ପରିସରରେ ଥିବା ୧୫ ଅଗଷ୍ଟ ପାର୍କରେ ଜୈନ ସମୁଦାୟର ଏକ ଧାର୍ମିକ…

Read More

ଲାଲକିଲ୍ଲାରେ ବଡ଼ ଚୋରୀ ଘଟଣା: ଜୈନ ସମାରୋହରୁ ୧ କୋଟି ଟଙ୍କାର ସୁନା କଳସ ଲୁଟ୍‌,ଅଭିଯୁକ୍ତ ଗିରଫ

ଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପରିସରରେ ଏକ ଚାଞ୍ଚଲ୍ୟକର ଚୋରୀ ଘଟଣା ସାମ୍ନାକୁ ଆସିଛି। ଜୈନ ସମ୍ପ୍ରଦାୟର ଏକ ଧାର୍ମିକ ସମାରୋହ ସମୟରେ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ହୀରା, ମାଣିକ୍ୟ ଓ ରତ୍ନପଥର ଖଚିତ ସୁନା କଳସ ଚୋରି ହୋଇଥିବା ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ମିଳିଥିବା ସୂଚନା ଅନୁସାରେ, ଲାଲକିଲ୍ଲା ନିକଟସ୍ଥ ୧୫ ଅଗଷ୍ଟ ପାର୍କରେ ଜୈନ ସମାଜର ଏକ ପୂଜା ଉତ୍ସବ ଚାଲିଥିବା ବେଳେ ଏହି…

Read More

ଭୁବନେଶ୍ୱରରେ ମଦ୍ୟପ ଯୁବତୀ ଓ ତାଙ୍କ ବନ୍ଧୁଙ୍କ ଉତ୍ପାତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମେ’ ଫେୟାର ହୋଟେଲ ନିକଟରେ ମଦ୍ୟପାନ କରି ଉତ୍ପାତ ମଚାଇଥିବା ତିନି ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ସ୍ଥାନୀୟ ଲୋକେ ଅଟକାଇ ପୁଲିସ ହାତରେ ସମର୍ପଣ କରିଛନ୍ତି। ମଙ୍ଗଳବାର ରାତିରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତମାନେ ମାତ୍ରାଧିକ ମଦ୍ୟପାନ କରି ବେପରୁଆ ଭାବେ ଗାଡ଼ି ଚଳାଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇଥିଲେ। ଏହାପରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହେବାରୁ ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଥାନାକୁ ଉଠାଇ…

Read More