୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେବାକୁ ପଡ଼ିବ ନାହିଁ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ୨୦୨୫ରେ ଗୁରୁତ୍ୱପୂର୍ଣ୍ଣ ଟିକସ ସୁବିଧା ଘୋଷଣା କରିଛନ୍ତି। ନିଲ ଟ୍ୟାକ୍ସ ସ୍ଲାବକୁ ୭ ଲକ୍ଷ ଟଙ୍କାରୁ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। ବରିଷ୍ଠ ନାଗରିକମାନେ ମଧ୍ୟ ଅଧିକ ଟିକସ ଛାଡ଼ ଦ୍ୱାରା ଉପକୃତ ହେବେ। ସୁଧ ଆୟ ଉପରେ ଛାଡ଼…

Read More

ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଘୋଷଣା କଲେ ଅର୍ଥମନ୍ତ୍ରୀ, ଉପକୃତ ହେବେ ୧.୭ କୋଟି ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଘୋଷଣା କରିଛନ୍ତି । ଏହା ଦ୍ୱାରା ୧.୭ କୋଟି କୃଷକ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା କୃଷି ଉତ୍ପାଦନ ବୃଦ୍ଧି କରିବ, ଫସଲ ବିବିଧତାକୁ ଗ୍ରହଣ କରିବ, ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ଅମଳ ପରବର୍ତ୍ତୀ ସଂରକ୍ଷଣବୃଦ୍ଧି କରିବ, ଜଳସେଚନକୁ ସୁଦୃଢ଼ କରିବ ଏବଂ ସ୍ୱଳ୍ପ ଏବଂ ଦୀର୍ଘମିଆଦୀ ଋଣଉପଲବ୍ଧତାରେ ଉନ୍ନତି ଆଣିବ । ପ୍ରଧାନମନ୍ତ୍ରୀ ଧନଧାନ୍ୟ…

Read More

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ପିନ୍ଧିଥିବା ଶାଢୀର ବିହାର କନେକ୍ସନ

ନୂଆଦିଲ୍ଲୀ: କ୍ରମାଗତ ଅଷ୍ଟମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବା ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାରର ଜଣେ କଳାକାର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଦୁଲାରୀ ଦେବୀଙ୍କ ଦ୍ୱାରା ଉପହାରରେ ଦିଆଯାଇଥିବା ଧଳା ରଙ୍ଗର ଏକ ହସ୍ତତନ୍ତ ରେଶମ ଶାଢ଼ି ପିନ୍ଧିଛନ୍ତି। ମଧୁବନୀ କଳା ଓ ଏହାର କାରିଗରଙ୍କ ସମୃଦ୍ଧ ପରମ୍ପରାକୁ ସମ୍ମାନ ଜଣାଇ ଏହି ଶାଢୀରେ ଧଡିରେ ମାଛ ଥିମ ବିଶିଷ୍ଟ ଏମ୍ବ୍ରୋଇଡରି ମଧ୍ୟ ସ୍ଥାନ ପାଇଛି। ମଧୁବନୀ କଳାରେ ଅବଦାନ ପାଇଁ ୨୦୨୧ରେ ପଦ୍ମଶ୍ରୀ…

Read More

ଅଷ୍ଟମ ବେତନ କମିଶନରେ ସରକାରୀ କର୍ମଚାରୀଙ୍କ ଦରମା ୧୮୬% ବୃଦ୍ଧି ପାଇବ, ଜାଣନ୍ତୁ କେତେ ହେବ ଦରମା!

ନୂଆଦିଲ୍ଲୀ: ଅଷ୍ଟମ ବେତନ ଆୟୋଗକୁ ଲୋକେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଏହା କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ଏବେ କିନ୍ତୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ ଆୟୋଗ ଗଠନକୁ ପ୍ରଧାନମନ୍ତ୍ରୀ ମୋଦୀ ଅନୁମୋଦନ କରିଛନ୍ତି । ୨୦୨୬ ମସିହାରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସରକାର କହିଛନ୍ତି। ଅଷ୍ଟମ ବେତନ ଆୟୋଗର ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟଙ୍କ ନାମ ମଧ୍ୟ ଖୁବଶୀଘ୍ର ଘୋଷଣା କରାଯିବ। ଏହା ପୂର୍ବରୁ ୨୦୧୬ରେ ସପ୍ତମ…

Read More

ଇପିଏଫଓ ଆଣିଲା ବଡ ପରିବର୍ତ୍ତନ, ଏବେ ପେନସନଭୋଗୀଙ୍କୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର ପେନସନଭୋଗୀମାନେ ଏଣିକି ଯେକୌଣସି ବ୍ୟାଙ୍କରୁ ପେନସନ ଉଠାଇପାରିବେ । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଦେଶର ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପେନସନ ପେମେଣ୍ଟ ସିଷ୍ଟମ (ସିପିପିଏସ୍) କାର୍ଯ୍ୟକାରୀ କରିବା କାମ ଶେଷ କରିଛି। ଶ୍ରମ ମନ୍ତ୍ରଣାଳୟ ଶୁକ୍ରବାର ଏହି ସୂଚନା ଦେଇ କହିଛି ଯେ ୬୮ ଲକ୍ଷରୁ ଅଧିକ ପେନସନଭୋଗୀ ଏଥିରୁ ଉପକୃତ ହେବେ। ମନ୍ତ୍ରଣାଳୟ କହିଛି ଯେ ସିପିପିଏସ୍ ହେଉଛି ବର୍ତ୍ତମାନର ପେନସନ୍ ବିତରଣ…

Read More

ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ମିଳିବ ‘ଆର୍ଥିକ ଉପହାର’!

ନୂଆଦିଲ୍ଲୀ: ନୂଆବର୍ଷରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି । କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ସରକାର ବିଚାର କରୁଛନ୍ତି, ଯାହାକୁ ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଆସନ୍ତୁ ଜାଣିବା ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ଏବେ କେତେ ହେବ। ଏହା ସହିତ ଡିଏ କିପରି ଗଣନା କରାଯାଏ ଏବଂ କେବେ ଘୋଷଣା କରିବା ସମ୍ଭବ ତାହା ମଧ୍ୟ…

Read More

ମଧ୍ୟବିତ୍ତଙ୍କୁ ମିଳିବ ବଡ଼ ଆଶ୍ୱସ୍ତି, ମୋଦୀ ସରକାର ନେବେ ବଡ଼ ନିଷ୍ପତ୍ତି!

ନୂଆଦିଲ୍ଲୀ: ଆସନ୍ତା ୨୦୨୫-୨୬ ବଜେଟରେ ବାର୍ଷିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆୟକର ଛାଡ଼ ହେବାର ସମ୍ଭାବନା ରହିଛି ।  କେନ୍ଦ୍ର ସରକାର ଏହାକୁ ନେଇ ବିଚାର କରୁଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।  ମନ୍ଥର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟରେ ଉପଭୋକ୍ତା ଖର୍ଚ୍ଚ ବଢ଼ାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଅର୍ଥନୀତିଜ୍ଞମାନେ ମଧ୍ୟ ନାଗରିକଙ୍କ ଉପରେ ବୋଝ ହ୍ରାସ କରିବା ପାଇଁ ଆୟକର ହାର ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More

ଏଣିକି ସିମ୍ ଆକ୍ଟିଭ୍ ପାଇଁ ଗଣିବାକୁ ପଡ଼ିବ ନାହିଁ ଶହ ଶହ ଟଙ୍କା!

ନୂଆଦିଲ୍ଲୀ: ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଟେଲିକମ୍ କଂପାନିଗୁଡ଼ିକୁ କେବଳ ଭଏସ୍ କଲ୍ ଏବଂ ମେସେଜ୍ ପାଇଁ ରିଚାର୍ଜ ପ୍ଲାନ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି । ଯେଉଁଥିରେ ଇଣ୍ଟରନେଟ୍ ଡାଟା କିଣିବା ପାଇଁ କୌଣସି ବାଧ୍ୟତାମୂଳକତା ରହିବ ନାହିଁ। ଟେଲିକମ୍ ଉପଭୋକ୍ତା ସୁରକ୍ଷା (ଦ୍ୱାଦଶ ସଂଶୋଧନ) ନିୟମ ୨୦୨୪ରେ ଟ୍ରାଇ ସୋମବାର ଏହି ପରିବର୍ତ୍ତନ କରିଛି। ଏବେ ଯେଉଁ ରିଚାର୍ଜ ପ୍ୟାକ ରହିଛି ସେଥିରେ ଫୋନ୍ କଲ, ମେସେଜ ସହିତ ଇଣ୍ଟରନେଟ୍ ପ୍ୟାକ ରହୁଛି…

Read More

ବିନା ଜମାନତରେ କୃଷି ଋଣ ସୀମା ୨ ଲକ୍ଷ ଟଙ୍କାକୁ ବୃଦ୍ଧି ନେଇ RBIର ଘୋଷଣା

ଭାରତୀୟ ରିଜର୍ଭ ବ୍ୟାଙ୍କ ବିନା ଜମାନତରେ କୃଷି ଋଣ ସୀମା ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛି। ଏବେ ଏହା ୧ ଲକ୍ଷ ୬୦ ହଜାର ଟଙ୍କା ରହିଛି। ବର୍ଦ୍ଧିତ ସୀମା ଆସନ୍ତାମାସ ପହିଲାରୁ ଲାଗୁ ହେବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏ ସମ୍ପର୍କିତ ସୂଚନା ପ୍ରଦାନ କରି କହିଛି, ଏହି ନିଷ୍ପଭିର ଉଦ୍ଦେଶ୍ୟ ହେଉଛି କୃଷକଙ୍କୁ ଅଧିକ ଆର୍ଥିକ ସୁବିଧା ପ୍ରଦାନ କରିବା। କୃଷକଙ୍କର ପରିଚାଳନାଗତ ଏବଂ ବିକାଶମୂଳକ ଆବଶ୍ୟକତାକୁ…

Read More

ଏଣିକି ଏଟିଏମ୍‌ରେ ଉଠାଇ ହେବ ଇପିଏଫ୍‌ ଟଙ୍କା

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍ଓ) ସଦସ୍ୟଙ୍କ ପାଇଁ ଖୁସି ଖବର। ନୂଆ ବର୍ଷ ଅର୍ଥାତ୍ ୨୦୨୫ ପ୍ରାରମ୍ଭରୁ ଏଟିଏମ୍‌ରେ ଉଠାଇ ହେବ ଇପିଏଫ୍‌ ଟଙ୍କା। ଦେଶର ମହତ୍ତ୍ବପୂର୍ଣ୍ଣ କର୍ମଜୀବୀଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଶ୍ରମ ମନ୍ତ୍ରଣାଳୟ ଏହାର ସୂଚନା ପ୍ରଯୁକ୍ତିବିଦ୍ୟାକୁ ଆଧୁନିକୀକରଣ କରୁଛି। ଏହି କ୍ଷେତ୍ରରେ ଇପିଏଫ୍‌ଓ ଏହାର ସଦସ୍ୟଙ୍କୁ ଏଟିଏମ୍‌ ସେବା ପ୍ରଦାନ କରିବାକୁ ଯାଉଛି। ଇପିଏଫ୍‌ଓ ସଦସ୍ୟ ୨୦୨୫ ଜାନୁଆରୀରୁ ଏଟିଏମ୍‌ ମାଧ୍ୟମରେ ସେମାନଙ୍କ ଭବିଷ୍ୟନିଧି ପାଣ୍ଠି ପରିଚାଳନା କରିବାକୁ ସୁଯୋଗ ପାଇବେ…

Read More