ଝାରସୁଗୁଡ଼ାରେ ସାର କଳାବଜାରୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର କିର୍ମିରାରେ ୟୁରିଆ ସାର କଳାବଜାରୀ ଅଭିଯୋଗ ପରେ ବିଭାଗୀୟ ଟିମ୍‌ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାତ୍ରିକାଳୀନ ଚଢ଼ାଉ ସମୟରେ ଏହି ବେଆଇନ କାରବାରକୁ ଧରାଯାଇ ପ୍ରାୟ ୨୬ ବ୍ୟାଗ ୟୁରିଆ ସାର ଜବତ କରାଯାଇଛି। ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ ଏଫ୍‌ଆଇଆର୍‌ ମଧ୍ୟ ଦାଏର ହୋଇଛି। ସ୍ଥାନୀୟ କୃଷକମାନଙ୍କ ଅଭିଯୋଗ ଆଧାରରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ ଏବଂ ଫର୍ଟିଲାଇଜ଼ର ଇନ୍ସପେକ୍ଟରଙ୍କ ସମେତ ଏକ ଟିମ୍‌…

Read More

ଭାରତ ଉପରେ ୫୦% ଟାରିଫ୍: ଟ୍ରମ୍ପଙ୍କ ରାଜସ୍ୱ ବୃଦ୍ଧି ରଣନୀତି, ରଘୁରାମ ରାଜନଙ୍କ ବିସ୍ଫୋରକ ବିଶ୍ଲେଷଣ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଉପରେ ଆମେରିକାର ଉଚ୍ଚ ଟାରିଫ୍ ଲଗାଇବାର କାରଣକୁ ନେଇ ଏକ ବିସ୍ଫୋରକ ବିଶ୍ଲେଷଣ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରାଜନ କହିଛନ୍ତି ଯେ, ଆମେରିକା ଏବେ ବିତ୍ତୀୟ ନିଅଣ୍ଟ ଓ ବାଣିଜ୍ୟ ନିଅଣ୍ଟର ସମ୍ମୁଖୀନ ହେଉଛି। ଏହାର ପ୍ରତିକାର ପାଇଁ ଟ୍ରମ୍ପ ପ୍ରଶାସନ ଅନ୍ୟ ଦେଶଙ୍କ ଉପରେ ଉଚ୍ଚ ଟାରିଫ୍ ଲଗାଇ ରାଜସ୍ୱ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଶ୍ରୀ ରାଜନଙ୍କ…

Read More

ଭାରତୀୟ ଉତ୍ପାଦ ଉପରେ ଆମେରିକାର ୨୫% ଶୁଳ୍କ: ଭାରତର ଦୃଢ଼ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି, ଯାହା ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୨୭, ୨୦୨୫ ଠାରୁ କାର୍ଯ୍ୟକାରୀ ହେବ। ଏହି ନିଷ୍ପତ୍ତି ଭାରତର ଋଷରୁ ତେଲ କିଣାକୁ କେନ୍ଦ୍ର କରି ନେଇଛି। ଟ୍ରମ୍ପ ପ୍ରଶାସନ ଅଭିଯୋଗ କରିଛି ଯେ ଭାରତ ଋଷରୁ ତେଲ କିଣି ପରୋକ୍ଷ ଭାବେ ୟୁକ୍ରେନ ଯୁଦ୍ଧରେ ସହାୟତା କରୁଛି। ଏହା ପୂର୍ବରୁ ଭାରତୀୟ ଉତ୍ପାଦ ଉପରେ ୨୫% ଶୁଳ୍କ…

Read More

ଦେଶରେ ବଢୁଛି ବେସାମରିକ ବିମାନ ଚଳାଚଳ: ୩୫୦ ନୂଆ ବିମାନ ବନ୍ଦର ନିର୍ମାଣର ଲକ୍ଷ୍ୟ

ଭୁବନେଶ୍ୱର: ବିଗତ ୧୦ ବର୍ଷରେ ଦେଶରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି। ଦେଶର ଅନେକ ଛୋଟ ସହରରେ ବିମାନବନ୍ଦର ନିର୍ମିତ ହୋଇଥିବା ବେଳେ ‘ବିକଶିତ ଭାରତ ୨୦୪୭’ ଯୋଜନା ଅନୁଯାୟୀ ଦେଶରେ ୩୫୦ଟି ନୂଆ ଏୟାରପୋର୍ଟ ନିର୍ମାଣର ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଆସନ୍ତା ୧୦ ବର୍ଷରେ ଦେଶରେ ୧୨୦ଟି ନୂଆ ଗନ୍ତବ୍ୟସ୍ଥଳ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି ପ୍ରସଙ୍ଗରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ…

Read More

ଭାରତକୁ ‘ଟାରିଫ୍‌ର ମହାରାଜା’ କହି ଟ୍ରମ୍ଫ କଲେ କଡ଼ା ସମାଲୋଚନା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ଉପଦେଷ୍ଟା ପିଟର ନାଭାରୋ ଭାରତକୁ ‘ଟାରିଫ୍‌ର ମହାରାଜା’ ବୋଲି ଅଭିହିତ କରି କଡ଼ା ସମାଲୋଚନା କରିଛନ୍ତି। ରୁଷିଆରୁ ତୈଳ ଆମଦାନୀ ଜାରି ରଖି ଭାରତ ଏକ ‘ଲାଭଜନକ ଯୋଜନା’ ଚଳାଉଥିବା ଅଭିଯୋଗ କରି ନାଭାରୋ କହିଛନ୍ତି ଯେ, ଏହା ରୁଷିଆର ଯୁଦ୍ଧ ପ୍ରୟାସକୁ ପରୋକ୍ଷରେ ସହାୟତା କରୁଛି। ସେ ଆହୁରି କହିଛନ୍ତି ଯେ, ଆଗାମୀ ସପ୍ତାହ ଅର୍ଥାତ୍ ଅଗଷ୍ଟ ୨୭ ତାରିଖରୁ ଭାରତୀୟ ଆମଦାନୀ ଉପରେ ୫୦ ପ୍ରତିଶତ…

Read More

ଅନଲାଇନ ଗେମ୍‌ରେ ଲାଗିବ ଅଙ୍କୁଶ : ଲୋକସଭାରେ ଆଗତ ହେଲା ଅନଲାଇନ ଗେମିଂ ବିଲ୍

ନୂଆଦିଲ୍ଲୀ: ଅନଲାଇନ ଗେମିଂ ଓ ଜୁଆ ଖେଳ ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଗତକାଲି କ୍ୟାବିନେଟ୍‌ରେ “ଅନଲାଇନ ଗେମିଂ ବିଲ୍-୨୦୨୫”କୁ ମଞ୍ଜୁରୀ ଦେଇଛନ୍ତି। ଆଜି ଲୋକସଭାରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ବିଲ୍‌ ଉପସ୍ଥାପନ କରିଛନ୍ତି। ବିଲ୍‌ ଆଇନରେ ପରିଣତ ହେଲେ ଅନ୍ଲାଇନ୍ ମନି ଗେମିଂ ଓ ଜୁଆ ଖେଳ ସମ୍ପୂର୍ଣ୍ଣ ବନ୍ଦ ହେବ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଗେମିଂ ଆପ୍‌ର ପରିଚାଳନା କରିବେ। ଏହି ବିଲ୍‌ରେ ଅନଲାଇନ ମନି ଗେମିଂ, ଜୁଆ…

Read More

ୟୁପିଆଇ କାରବାରରେ ଓଡ଼ିଶା ଦେଶରେ ୧୫ମ: ମାସକୁ ୩୪ ହଜାର କୋଟି ଟଙ୍କାର କାରବାର

ଭୁବନେଶ୍ୱର: ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତକୁ ବିଶ୍ୱରେ ଅଗ୍ରଣୀ କରିଥିବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସାରା ଦେଶରେ ଦ୍ରୁତ ଗତିରେ ଲୋକପ୍ରିୟ ହୋଇଛି। ଓଡ଼ିଶାରେ ମଧ୍ୟ ୟୁପିଆଇର ବ୍ୟବହାର ବ୍ୟାପକ ଭାବେ ବଢ଼ିଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ତଥ୍ୟ ଅନୁସାରେ, ଗତ ଜୁଲାଇ ମାସରେ ଓଡ଼ିଶାରେ ୟୁପିଆଇ ମାଧ୍ୟମରେ ୩୩,୮୯୦.୨୨ କୋଟି ଟଙ୍କାର କାରବାର ହୋଇଛି। ରାଜ୍ୟବାସୀ ୨୬.୩୭ କୋଟିରୁ ଅଧିକ ଥର ୟୁପିଆଇ ପେମେଣ୍ଟ କରିଛନ୍ତି। ତେବେ, ଜାତୀୟ ସ୍ତରରେ…

Read More

ରୁଷରୁ ତେଲ କ୍ରୟ ଜାରି ରହିବ: ଇଣ୍ଡିଆନ୍ ଅଏଲ୍‌

ନୂଆଦିଲ୍ଲୀ: ଆମେରିକାର ଶୁଳ୍କ ଧମକ ସତ୍ତ୍ୱେ ସରକାରୀ ମାଲିକାନାରେ ଥିବା ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍(ଆଇଓସି) ରୁଷରୁ ଅଶୋଧିତ ତୈଳ କିଣିବା ଜାରି ରଖିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ସୋମବାର ଘୋଷଣା କରିଛି ଯେ ଚଳିତ ତିନିମାସ ମଧ୍ୟ ଆର୍ଥିକ ଅବସ୍ଥା ଆଧାରରେ ରୁଷୀୟ ଅଶୋଧିତ ତୈଳ କ୍ରୟ ଜାରି ରହିବ। ତେବେ, ଆଇଓସି ମଧ୍ୟ ଜଣାଇଛି ଯେ ରୁଷୀୟ ତୈଳ ଉପରେ ରିହାତି ବ୍ୟାରେଲ ପିଛା $1.5-2 କୁ ହ୍ରାସ ପାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ…

Read More

ବିଏସଏନଏଲ ଆଣିଲା ସୁପରଫାଷ୍ଟ ଇଣ୍ଟରନେଟ୍

ନୂଆଦିଲ୍ଲୀ: ବିଏସଏନଏଲ ଏକ ମହାନ ବ୍ରଡବ୍ୟାଣ୍ଡ ଯୋଜନା ଘୋଷଣା କରିଛି, ଯେଉଁଥିରେ ଉପଭୋକ୍ତାମାନଙ୍କୁ ୧ ଜିବିପିଏସ ସୁପରଫାଷ୍ଟ ସ୍ପିଡରେ ଇଣ୍ଟରନେଟ୍ ପ୍ରଦାନ କରାଯିବ। ପ୍ରତି ମାସରେ ୯୫୦୦ଜିବି ଡାଟା ସହିତ ମାଗଣା ଓଟିଟି ସୁବିଧା ମଧ୍ୟ ଉପଲବ୍ଧ ହେବ। ବିଏସଏନଏଲ ସ୍ୱାଧୀନତା ଅବସରରେ ଏକ ନୂତନ ଅଫର ଆଣିଛି। ଉପଭୋକ୍ତାମାନଙ୍କୁ ପ୍ରତି ମାସରେ ୧ ଜିବିପିଏସ ସୁପରଫାଷ୍ଟ ସ୍ପିଡରେ ଇଣ୍ଟରନେଟ୍ ମିଳିବ। ଏହା ବ୍ୟତୀତ ୯୫୦୦ଜିବି ଡାଟା, ଅସୀମିତ କଲିଂ ସହିତ ଜିଓହଟଷ୍ଟାର , ସୋନିLIV, ହଙ୍ଗାମା,…

Read More

ଗୁଗଲ୍ ଆଣିଲା ନୂଆ ଫିଚର, ଶସ୍ତା ବିମାନ ଟିକଟ୍ ଖୋଜା ହେବ ସହଜ!

ନୂଆଦିଲ୍ଲୀ: ଗୁଗଲ୍ ଏକ ନୂତନ ଏଆଇ ଆଧାରିତ ସର୍ଚ୍ଚ ବୈଶିଷ୍ଟ୍ୟ ‘ଫ୍ଲାଇଟ୍ ଡିଲ୍ସ’ ପ୍ରଚଳନ କରିଛି, ଯାହା ଯାତ୍ରୀମାନଙ୍କୁ ଶସ୍ତା ବିମାନ ଟିକେଟ୍ ଖୋଜିବାରେ ସାହାଯ୍ୟ କରିବ। ଏହି ନୂତନ ଟୁଲ୍ ଆଗାମୀ ସପ୍ତାହରେ ଆମେରିକା, କାନାଡା ଏବଂ ଭାରତରେ ବିଟା ସଂସ୍କରଣରେ ଉପଲବ୍ଧ ହେବ। ଏହା ସେହି ଯାତ୍ରୀମାନଙ୍କ ପାଇଁ ବିଶେଷ ଭାବେ ଡିଜାଇନ୍ କରାଯାଇଛି ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କମ୍ ଖର୍ଚ୍ଚରେ ଯାତ୍ରା କରିବା। ‘ଫ୍ଲାଇଟ୍ ଡିଲ୍ସ’ ବୈଶିଷ୍ଟ୍ୟକୁ ଗୁଗଲ୍ ଫ୍ଲାଇଟ୍ସର ଉପର-ବାମ…

Read More