ମାତୃଭାଷାରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ଜାତୀୟ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏକ ପ୍ରେରଣାଦାୟକ ଅଭିଭାଷଣ ଦେଇଛନ୍ତି। ସମ୍ମିଳନୀରେ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ପ୍ରଧାନ ଓଡ଼ିଶାର ଗଣପର୍ବ ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ ଐତିହାସିକ କଳିଙ୍ଗ ଯୁଦ୍ଧର ଉଦାହରଣ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସେ ସମୟରେ କଳିଙ୍ଗରେ ଗଣରାଜ୍ୟ ବ୍ୟବସ୍ଥା ତଥା ପ୍ରଜାତନ୍ତ୍ରର ଅସ୍ତିତ୍ୱ ଥିଲା, ଯାହା ଆମ ସମାଜର ପ୍ରାଚୀନ…

Read More

କୁହୁଳୁଛି ଅସନ୍ତୋଷ, ହବ କି ବିସ୍ଫୋରଣ?

ଭୁବନେଶ୍ୱର-ବିଜେଡିରେ ବରିଷ୍ଠ ଅସନ୍ତୁଷ୍ଟ। ଲଗାତାର ଜଣେ ପରେ ଜଣେ ନେତା ଅସନ୍ତୋଷ ଝାଡ଼ିବା ପରେ ବିଜେଡିରେ ଅଲ୍‌ ଇଜ୍‌ ନଟ୍‌ ୱେଲ୍‌ ତାହା ସ୍ପଷ୍ଟ ଜଣା ପଡ଼ୁଛି। ରାତି ପାହିଲେ ବରିଷ୍ଠ ଅସନ୍ତୋଷ ଉଗାରୁଛନ୍ତି। ପରୋକ୍ଷରେ କାର୍ପଟଦାର ଗୋଷ୍ଠୀକୁ ଚେତାବନୀ ବି ଦେଉଛନ୍ତି। ପ୍ରଥମେ ଦେବାଶିଷ ସାମନ୍ତରାୟ, ପରେ ରାଜା ସ୍ବାଇଁ, ବୁଧବାର ବଦ୍ରି ପାତ୍ର ଓ ଗୁରୁବାର ଅଶୋକ ପଣ୍ଡା ସିଧାସଳଖ କହିଛନ୍ତି, ଦଳ ସମସ୍ତଙ୍କୁ ନେଇ ଚାଲିବ, ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ନୁହେଁ। ଏହା…

Read More

ଏସିଆ କପ୍‌ରୁ ବାଦ୍‌: ଚୟନକର୍ତ୍ତାଙ୍କୁ ନେଇ ରାଗିଗଲେ ମହମ୍ମଦ ସାମି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର୍ ମହମ୍ମଦ ସାମି ଏସିଆ କପ୍‌ ଦଳରୁ ବାଦ୍‌ ପଡ଼ିବାକୁ ନେଇ ଚୟନକର୍ତ୍ତାଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଫିଟ୍‌ନେସ୍‌ରେ ପାସ୍‌ କରିଥିବା ସତ୍ତ୍ବେ କାହିଁକି ତାଙ୍କୁ ଦଳରେ ସାମିଲ୍‌ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ସାମି। ଏହି ଘଟଣା କ୍ରିକେଟ୍ ମହଲରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ବେଙ୍ଗାଲୁରୁରେ ଫିଟ୍‌ନେସ୍‌ ଟେଷ୍ଟରେ ସଫଳ ହୋଇଥିବା ସାମି କହିଛନ୍ତି ଯେ, ଦୁଲିପ୍‌ ଟ୍ରଫିରେ ଖେଳିପାରୁଥିବା ବେଳେ ଟି-ଟ୍ବେଣ୍ଟି ମ୍ୟାଚ୍‌ରେ…

Read More

ଅଶୋକ ପଣ୍ଡାଙ୍କ ତୀକ୍ଷ୍ଣ ବୟାନ: କହିଲେ “ଆମେ ଡାଉନ୍‌ ହୋଇଛୁ, କିନ୍ତୁ ଆଉଟ୍‌ ହୋଇନାହୁଁ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ଅଶୋକ ପଣ୍ଡା  ଏକ ତୀକ୍ଷ୍ଣ ବୟାନ ଦେଇ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଗତକାଲି ବଦ୍ରି ପାତ୍ରଙ୍କ ପରେ ଆଜି ଅଶୋକ ପଣ୍ଡା ତାଙ୍କ ତେର୍ଚ୍ଛା ବାଣରେ ଦଳୀୟ ଅନୁଶାସନ ଓ ନବୀନ ପଟ୍ଟନାୟକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଅଶୋକ ପଣ୍ଡା କହିଛନ୍ତି, “ଆମେ ଡାଉନ୍‌ ହୋଇଛୁ, କିନ୍ତୁ ଆଉଟ୍‌ ହୋଇନାହୁଁ। ୪୧ ପ୍ରତିଶତ ଜନାଦେଶ ଆମ ସହିତ ଅଛି, ତେଣୁ ଆଉଟ୍‌ ହେବାର ପ୍ରଶ୍ନ ଉଠୁନାହିଁ।” ସେ…

Read More

ଓଡ଼ିଶାରେ ଆରମ୍ଭ ହେବ ଅନୁସୂଚିତ ଜାତି-ଜନଜାତି ସଂସଦୀୟ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ହେବ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ଅଗଷ୍ଟ ୨୯ ଏବଂ ୩୦ ତାରିଖରେ ଏହି ଦୁଇ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହେବ। ୧୯୯୪ ମସିହା ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ଆୟୋଜିତ ହେବାକୁ ଯାଉଛି, ଯାହା ରାଜ୍ୟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଏହି ସମ୍ମିଳନୀରେ ସାରା ଦେଶରୁ ଅଧିକରୁ ଅଧିକ ୨୪୦ ଜଣ ପ୍ରତିନିଧି ଯୋଗ ଦେବେ। ସମସ୍ତ…

Read More

ବିହାରରେ ରାହୁଲ-ପ୍ରିୟଙ୍କାଙ୍କ ବୁଲେଟ ରାଲି: ପ୍ରିୟଙ୍କାଙ୍କୁ ହେଲମେଟ ପିନ୍ଧାଇ ରାହୁଲ ଦେଲେ ସୁରକ୍ଷାର ମେସେଜ

ବିହାର: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ଭୋଟର ଅଧିକାର ଯାତ୍ରାରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଏକ ବୁଲେଟ ରାଲି ଦେଖିବାକୁ ମିଳିଛି। ଦରଭଙ୍ଗାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ୧୧ତମ ଦିନରେ ରାହୁଲ ଗାନ୍ଧୀ ବୁଲେଟ ଚଳାଇଥିବା ବେଳେ ପ୍ରିୟଙ୍କା ତାଙ୍କ ପଛରେ ବସିଥିଲେ। ଏହି ରାଲି ମୁଜାଫରପୁର ଆଡ଼କୁ ଯାଇଥିଲା ଏବଂ ଭୋଟର ତାଲିକାରେ ଅନିୟମିତତା ବିରୋଧରେ ଜନସଚେତନତା ସୃଷ୍ଟି କରିବା ଥିଲା ଏହାର ଲକ୍ଷ୍ୟ ଥିଲା |…

Read More

୨୦୩୦କମନୱେଲଥ୍ ଗେମ୍ସ ପାଇଁ ଭାରତର ବିଡ୍ ଦାଖଲକୁ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ୍ ୨୦୩୦ କମନୱେଲଥ୍ ଗେମ୍ସ (ସିଡବ୍ଲ୍ୟୁଜି) ପାଇଁ ବିଡ୍ ଦାଖଲ କରିବା ପାଇଁ ଯୁବ କ୍ରୀଡା ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ କରିଛି। ଏହା ସହିତ, ବିଡ୍ ଗ୍ରହଣ ହେଲେ ହୋଷ୍ଟ କୋଲାବୋରେସନ୍ ଏଗ୍ରିମେଣ୍ଟ (ଏଚ୍‌ସିଏ) ସହିତ ସମ୍ପର୍କିତ ମନ୍ତ୍ରଣାଳୟ, ବିଭାଗ ଏବଂ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକୀୟ ଗ୍ୟାରେଣ୍ଟି ଏବଂ ଗୁଜରାଟ ସରକାରଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି। ୭୨ଟି ଦେଶରୁ ଆଥଲିଟ୍‌ମାନେ ଏହି କମନୱେଲଥ୍…

Read More

ରେଲୱେ ଷ୍ଟେସନରେ ଅଘଟଣ: ଛାତ ଭୁଶୁଡ଼ିଲା, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

କଟକ:କଟକ ରେଲୱେ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନିର୍ମାଣ ହେଉଥିବା ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିଥିବାରୁ ପ୍ଲାଟଫର୍ମ ୧ ଓ ୨ରେ ଆତଙ୍କ ଖେଳିଯାଇଛି ଏବଂ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଭାଙ୍ଗିଯାଇଥିବା ଛାତ ଟ୍ରାକ୍ ଉପରେ ପଡ଼ିଥିବାରୁ ଅନେକ ଟ୍ରେନ୍ ଯାତ୍ରା ବିଳମ୍ବିତ ହୋଇଛି। ରେଳ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ଷ୍ଟେସନ୍ ପୁନଃନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଏହା ପ୍ଲାଟଫର୍ମ ୧ ଓ ୨ରେ ପ୍ରଭାବ ପକାଇଥିଲା ଏବଂ ଟ୍ରେନ୍…

Read More

ଶ୍ରୀମନ୍ଦିରରେ ପୁଣି ଜବତ ହେଲା ସ୍ପାଏ କ୍ୟାମେରା

ପୁରୀ: ଶ୍ରୀମନ୍ଦିରରେ ବାରମ୍ବାର ସ୍ପାଏ କ୍ୟାମେରା ଜବତ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଆଜି ପୂର୍ବାହ୍ନ ୧୧:୪୫ରେ ପଶ୍ଚିମବଙ୍ଗର ୩୧ ବର୍ଷୀୟ ଅରୂପ ରୟ ସ୍ପାଏ କ୍ୟାମେରା ସଂଯୁକ୍ତ ଚଷମା ସହ ଶ୍ରୀମନ୍ଦିର ଭିତରେ ପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛନ୍ତି। ସିଂହଦ୍ଵାର ଥାନା ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ଏବଂ କ୍ୟାମେରା ସହ ମୋବାଇଲ ଫୋନ୍ ଜବତ କରିଛି। ଏହା ପୂର୍ବରୁ ଗୁଜରାଟର ବିପୁଲ ପଟେଲ ,ଜୁଲାଇ…

Read More

ବିଲାସପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ସମ୍ପର୍କ– ୩୦ ବର୍ଷ ପରେ ଛତିଶଗଡ଼କୁ ମିଳିବ କେନ୍ଦ୍ରୀୟ ମନ୍ତ୍ରୀ?

ବିଳାସପୁର : ଛତିଶଗଡ଼ ରାଜ୍ୟକୁ ସମ୍ପର୍କୀୟ ଭାବେ ଜଣେ କେନ୍ଦ୍ରୀୟ ମନ୍ତ୍ରୀ ମିଳିବାକୁ ଯାଉଛି। ଓଡ଼ିଶାର ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅର ବିବାହ ଛତିଶଗଡ଼ର ବିଲାସପୁରରେ ଅମିତ ଶର୍ମାଙ୍କ ପୁଅ ସହିତ ନିର୍ଦ୍ଧାରିତ ହୋଇଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ ଆମେରିକାରେ ଶିକ୍ଷା ଗ୍ରହଣ କରିଛନ୍ତି ଏବଂ ସେଠାରେ ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। ଅନ୍ୟପକ୍ଷରେ, ମେରଠ ନିବାସୀ ଅମିତ ଶର୍ମାଙ୍କ ପୁଅ ଆମେରିକାରେ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ…

Read More