ନିଶା ମାଫିଆଙ୍କୁ କମିସନରେଟ୍ ପୋଲିସର ପ୍ରହାର: ବ୍ରାଉନ୍ ସୁଗର୍ ଓ ଗଞ୍ଜେଇ ଜବତ୍

ଭୁବନେଶ୍ୱର: କମିସନରେଟ୍ ପୋଲିସ୍ ଦ୍ୱାରା ଆରମ୍ଭ ହୋଇଛି ଅପରେସନ୍ ପ୍ରହାର। ପୋଲିସ୍ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଅବକାରୀ, ଏନ୍‌ସିବି ଏବଂ ଏସ୍‌ଟିଏଫ୍‌ର ମିଳିତ ସହଯୋଗରେ ଏହି ଅପରେସନ୍ ଚାଲୁ ରହିଛି। ନିଶା ମାଫିଆଙ୍କୁ ଟାର୍ଗେଟ୍ କରାଯାଇଛି, ବିଶେଷକରି ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାରକୁ ରୋକିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏହି ଅପରେସନ୍‌ରେ ଦୁଇଟି ସଫଳତା ମିଳିଛି। ପ୍ରଥମରେ, ଇନ୍‌ଫୋସିଟି ଥାନା ପୋଲିସ୍ ଦ୍ୱାରା ସାଢ଼େ ୪ ଲକ୍ଷ ଟଙ୍କାର…

Read More

ପୁଟିନଙ୍କ ସହ ମୋଦିଙ୍କ ଗୁପ୍ତ ବୈଠକ: SCO ସମ୍ମିଳନୀରେ ଏକ ଘଣ୍ଟା ଧରି କାରରେ ଆଲୋଚନା

ନୂଆଦିଲ୍ଲୀ: ଚୀନର ତିଆନଜିନରେ ଅନୁଷ୍ଠିତ SCO (ସାଙ୍ଘାଇ ସହଯୋଗ ସଂଗଠନ) ସମ୍ମିଳନୀ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଉଷ୍ମ ଏବଂ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ଦୁଇ ନେତାଙ୍କ ମଧ୍ୟରେ ଥିବା ଗଭୀର ବନ୍ଧୁତ୍ୱର ପ୍ରମାଣ ଦେଇଛି। ସମ୍ମିଳନୀ ସ୍ଥାନରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ, ପୁଟିନ ଏବଂ ମୋଦି ଏକାଠି ଦ୍ୱିପାକ୍ଷିକ ବୈଠକ ସ୍ଥାନକୁ ଯାତ୍ରା କରିଥିଲେ। ଏହି ସମୟରେ ପୁଟିନ…

Read More

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୪ ଦିନିଆ ଦିଲ୍ଲୀ ଗସ୍ତ: ସେମିକନ୍‌ ଇଣ୍ଡିଆରେ ଯୋଗଦେବେ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସେମିକନ୍‌ ଇଣ୍ଡିଆ ୨୦୨୫ ସମ୍ମିଳନୀରେ ଯୋଗଦେବା। ଏହି ସମ୍ମିଳନୀ ସେପ୍ଟେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ଭାରତକୁ ସେମିକଣ୍ଡକ୍ଟର ପାୱାର ହାଉସ୍‌ କରିବା ସମ୍ପର୍କରେ ଶୀର୍ଷସ୍ତରୀୟ ଆଲୋଚନା ହେବ। ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ ଓଡ଼ିଶାର ଶିଳ୍ପ ବିକାଶ ଏବଂ ପୁଞ୍ଜି…

Read More

ଚାଷୀଙ୍କ ସମସ୍ୟା ନେଇ ବିଜେଡିର ଚେତାବନୀ: ଦୁଇ ଦିନରେ ସମାଧାନ ନହେଲେ ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ସାରର କଳାବଜାରୀ ଏବଂ ସରକାରୀ ଦରଠାରୁ ଅଧିକ ମୂଲ୍ୟରେ ବିକ୍ରି ହେବା ଘଟଣାକୁ ନେଇ ବିରୋଧୀ ଦଳ ବିଜୁ ଜନତା ଦଳ କଡା ଚେତାବନୀ ଦେଇଛି। ବିଜେଡି କହିଛି ଯେ, ଆଗାମୀ ଦୁଇ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନହେଲେ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ। ଏହି ଘଟଣାରେ ସରକାରଙ୍କୁ ସିଧାସଳଖ ଦାୟୀ କରି ବିଜେଡି କହିଛି ଯେ, ସମବାୟ ବିଭାଗ ଏବଂ କୃଷି ବିଭାଗ ମଧ୍ୟରେ ଆଭ୍ୟନ୍ତରୀଣ ଲଢେଇ…

Read More

“ସଙ୍ଗଠନ ସୃଜନ ଅଭିଯାନ” ଆରମ୍ଭ: ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡ଼ିଶାରେ ପହଞ୍ଚିଲେ

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହୋଇଛି “ସଙ୍ଗଠନ ସୃଜନ ଅଭିଯାନ” । ଏହି ଅଭିଯାନ ଅଧୀନରେ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲାରେ କଂଗ୍ରେସ ସଭାପତି ଚୟନ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଦୁଇଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଏହି ଦୁଇ ପର୍ଯ୍ୟବେକ୍ଷକ, ସାଂସଦ ଶ୍ରେୟାଶ ଏମ୍ ପଟେଲ ଏବଂ ଏଆଇସିସି ସମ୍ପାଦକ ଗୋପୀନାଥ ପାଲାନୀୟାପନ,ଭୁବନେଶ୍ୱରରେ ଉପସ୍ଥିତ ହୋଇଛନ୍ତି। ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସଭାପତି ଚୟନ ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଏହି…

Read More

ଦେଶରେ ବର୍ଷାର ଡବଲ ମାଡ୍‌, ତାୱୀ ନଦୀରେ ୧୨ ଘଣ୍ଟାରେ ବ୍ରିଜ୍ ପୁନଃନିର୍ମାଣ କଲା ସେନା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବର୍ଷାର ଡବଲ ମାଡ୍‌ରେ ଲୋକମାନେ ବହୁତ ଅସୁବିଧାରେ ପଡ଼ୁଛନ୍ତି। ମୌସୁମୀ ବର୍ଷା ସହିତ ଲଘୁଚାପର ପ୍ରଭାବରେ ଦେଶର ଅଧିକାଂଶ ରାଜ୍ୟର ସ୍ଥିତି ବେହାଲ ହୋଇପଡ଼ିଛି। ବିଶେଷତଃ ଉତ୍ତର ଓ ଉତ୍ତରପୂର୍ବ ଭାରତର ଅବସ୍ଥା ଅଧିକ ସଂଗୀନ ହେବାରେ ଲାଗିଛି। ଜମ୍ମୁକାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର ସହିତ ମୁମ୍ବାଇ ପର୍ଯ୍ୟନ୍ତ ଲଗାତାର ବର୍ଷାରେ ଜୀବନ ଯାପନ କଷ୍ଟକର ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ସାଧାରଣ ଜୀବନରୁ ଆରମ୍ଭ କରି ଯାତାୟାତ ପର୍ଯ୍ୟନ୍ତ…

Read More

ରାଜ୍ୟରେ ବଡ଼ ଘୋଷଣା: ୧୬ଟି ନୂଆ ଏନଏସି ଓ ୭ଟି ମ୍ୟୁନିସିପାଲିଟି ଗଠନ,ସହରୀ ବିକାଶକୁ ନେଇ ବଡ଼ ପଦକ୍ଷେପ

ଭୁବନେଶ୍ୱର: ସ୍ବାୟତ ଶାସନ ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସ୍ଥାନୀୟ ପ୍ରଶାସନକୁ ଆହୁରି ସୁଦୃଢ଼ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟରେ ୧୬ଟି ନୂଆ ନୋଟିଫାଏଡ୍ ଏରିଆ କାଉନସିଲ୍ (ଏନଏସି) ଏବଂ ୭ଟି ନୂଆ ମ୍ୟୁନିସିପାଲିଟି ଗଠନ କରାଯାଇଛି। ଏହି ପଦକ୍ଷେପ ରାଜ୍ୟର ସ୍ଥାନୀୟ ସ୍ବାୟତ ଶାସନ ବ୍ୟବସ୍ଥାକୁ ମଜବୁତ କରିବା ସହ ସ୍ଥାନୀୟ ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ନୂଆ ମ୍ୟୁନିସିପାଲିଟି ମଧ୍ୟରେ କରଞ୍ଜିଆ,…

Read More

କ୍ୱାଡ୍‌ ସମ୍ମିଳନୀ ପାଇଁ ଭାରତ ଆସିବେନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଏହି ବର୍ଷର ଶେଷ ଆଡ଼କୁ ଭାରତରେ କ୍ୱାଡ୍ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି କିନ୍ତୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସମ୍ମିଳନୀରେ ଯୋଗଦେବେନାହିଁ ବୋଲି ଅନ୍ତର୍ଜାତୀୟ ମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କର ଭାରତ ଗସ୍ତ କରିବାର କୌଣସି ଯୋଜନା ନାହିଁ। ଗତ କିଛି ମାସରେ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସମ୍ପର୍କ କିପରି ତିକ୍ତ ହୋଇଛି, ତାହା ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।…

Read More

୭ ବର୍ଷ ପରେ ଚୀନରେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଲେ ମୋଦୀ

ତିଆଞ୍ଜିନ୍: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଚୀନର ତିଆଞ୍ଜିନ୍‌ରେ ଭେଟଘାଟ କରିଛନ୍ତି। ଏହି ବୈଠକ ସଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍ (ଏସ୍‌ସିଓ) ଶିଖର ସମ୍ମିଳନୀର ସାଇଡ୍‌ଲାଇନ୍‌ରେ ହୋଇଥିଲା। ଏହା ମୋଦୀଙ୍କର ଚୀନ ଗସ୍ତର ୭ ବର୍ଷ ପରେ ପ୍ରଥମ ବୈଠକ। ଉଭୟ ନେତା ହାତ ମିଳାଇ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ। ବୈଠକରେ ଉଭୟ ଦେଶ ମଧ୍ୟରେ ସୀମା ପରିଚାଳନା ନେଇ ଚୁକ୍ତି ହୋଇଛି। ଏହା ସହ କୈଳାଶ ମାନସରୋବର ଯାତ୍ରା ପୁନରାରମ୍ଭ…

Read More

ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟବାସୀଙ୍କ ପାଇଁ ବଡ଼ ଭେଟି, ‘ଆମ ବସ୍‌’ରେ ହ୍ବାଟସ୍‌ଆପ୍ ଟିକେଟ୍ ବୁକିଂ ସେବାର ଶୁଭାରମ୍ଭ

ଭୁବନେଶ୍ବର: ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସହରବାସୀଙ୍କୁ ବିଭିନ୍ନ ପ୍ରକଳ୍ପର ଭେଟି ଦେଇଛନ୍ତି। ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରିଛନ୍ତି। ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଯାତାୟାତ କରୁଥିବା ‘ଆମ ବସ୍‌’ରେ ଏଣିକି ଏବେ ହ୍ବାଟସ୍‌ଆପ୍ ମାଧ୍ୟମରେ ଟିକେଟ୍ ବୁକିଂ କରିହେବ। ଲୋକମାନେ ହ୍ବାଟସ୍‌ଆପ୍‌କୁ ଅଧିକ ବ୍ୟବହାର କରୁଥିବାରୁ, କ୍ରୁଟ୍ ପକ୍ଷରୁ ‘ଆମ ବସ୍‌’ ପାଇଁ ଏହି ହ୍ବାଟସ୍‌ଆପ୍ ଆଧାରିତ ଟିକେଟ୍ ବୁକିଂ ବ୍ୟବସ୍ଥା ଆରମ୍ଭ…

Read More