ବଡ ଖବର : ବଢିଲା ଇ-କେୱାଇସି ଅବଧି । ଜାଣନ୍ତୁ କେତେ ତାରିଖ ଯାଏଁ ଅବଧି ବଢାଇଲେ ସରକାର…

ରାସନକାର୍ଡଧାରୀଙ୍କ ପାଇଁ ବଡ ଖବର, ଯେଉଁମାନେ ଇକେୱାଇସି କରିନାହାନ୍ତି, ସେମାନଙ୍କ ପାଇଁ ଆଶ୍ୱସ୍ତିକର ଖବର ଆଣିଲେ ସରକାର । ବଢିଲା ଇ-କେୱାଇସି ଅପଡେଟ୍ ଅବଧି । ମାର୍ଚ୍ଚ ୩୧ ଯାଏଁ ଇ-କେୱାଇସି ଅପଡେଟ୍ ଅବଧିକୁ ବଢାଇଛନ୍ତି ସରକାର । ଘୋଷଣା କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ଇ-କେୱାଇସି ଅପଡେଟର ଅବଧି ସରୁଥିବା ବେଳେ ଏହି ଅବଧିକୁ ପୁଣି ମାର୍ଚ୍ଚ ୩୧ ତାରିଖ ଯାଏଁ ବଢାଇ ଦେଇଛନ୍ତି ସରକାର । ମନ୍ତ୍ରୀଙ୍କ…

Read More

ପୁଣି ଜୀବନ ନେଲା ମୋ ବସ୍ । ବାଇକକୁ ୨କିଲୋମିଟର ଘୋଷାଡି ନେଲା ବସ୍

କେବେ ଚେତିବେ ମୋ ବସ୍ ଚାଳକ… ରାଜାଧାନୀ ଭୁବନେଶ୍ୱରରେ ବାରମ୍ୱାର ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇ ଚାଲିଛି ମୋ ବସ୍ । ରାସ୍ତାରେ ମୁଣ୍ଡ ଉପରେ ମୁଣ୍ଡ ଗଡିଚାଲିଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ମୃତକଙ୍କ ପରିବାରକୁ କେବଳ ସହାୟତା ରାଶୀ ଧରିଇ ଦେଇ ଚୁପ ବସିପଡୁଛି ପ୍ରଶାସନ । ଗତକାଲି ରାତିରେ ରାଜଧାନୀରେ ପୁଣି ଜୀବନ ନେଇଛି ମୋ ବସ୍‌ । ବେପରୁଆ ଗାଡି ଚାଳନା ପାଇଁ ଚାଲିଯାଇଛି ଜଣଙ୍କ ଜୀବନ।…

Read More

ପ୍ରୟାଗରାଜରେ ବଡ ଦୁର୍ଘଟଣା : ଶ୍ରଦ୍ଧାଳୁଙ୍କ ଗାଡିକୁ ପିଟିଲା ବସ୍, ୧୦ ମୃତ

ସକାଳୁ ସକାଳୁ ସାମ୍ନାକୁ ଆସିଲା ଏକ ଦୁଃଖଦ ଖବର । ପ୍ରୟାଗରାଜରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ବିଚଳିତ କରିଦେବ । କୁମ୍ଭମେଳା ଯାତ୍ରା ସମୟରେ ଏକ ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୦ଜୀବନ ଚାଲିଯାଇଛି । ୧୯ରୁ ଅଧିକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଉତ୍ତରପ୍ରଦେଶ ପ୍ରୟାଗରାଜରେ ବଡ ସଡକ ଦୁର୍ଘଟଣା ସାମ୍ନାକୁ ଆସିଛି । ସବୁଠୁ ଦୁଃଖଦ କଥା ହେଉଛି କୁମ୍ଭମେଳାକୁ ଯାତ୍ରା କରୁଥିବା ୧୦ଜଣ…

Read More

ରଣବୀର ଆଲ୍ଲାହାବାଦିଆ ଘରୁ ନିଖୋଜ1! ଫୋନ୍ ଅଫ୍‌, ଘରେ ପଡିଛି ତାଲା

ରଣବୀର ଆଲ୍ଲାହାବାଦିଆଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି । ପ୍ରକୃତରେ ରଣବୀର ପୋଲିସ ସହିତ ଯୋଗାଯୋଗରୁ ବାହାରେ ଅଛନ୍ତି । କୁହାଯାଉଛି ଯେ ତାଙ୍କ ଫୋନ୍ ମଧ୍ୟ ବନ୍ଦ ଅଛି ଏବଂ ସେ ଘରୁ ନିଖୋଜ ହୋଇଯାଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଯେତେବେଳେ ମୁମ୍ବାଇ ପୋଲିସ ରଣବୀରଙ୍କ ଘରକୁ ଯାଇଥିଲା, ଘରଟି ତାଲା ପଡ଼ିଥିଲା ।  ରଣବୀର ଆଲ୍ଲାହାବାଦିଆ ଘରୁ ନିଖୋଜ? ସୂଚନା ଅନୁଯାୟୀ, ରଣବୀର କିମ୍ବା ତାଙ୍କ ଓକିଲ ମୁମ୍ବାଇ ପୋଲିସ ସହିତ ଯୋଗାଯୋଗରେ…

Read More

ଟିମ୍ ଇଣ୍ଡିଆ ଖେଳାଳିଙ୍କ ପାଇଁ ବିସିସିଆଇର ନୂଆ ନିୟମ । କଣ ନିୟମ ଆଣିଛି ବିସିସିଆଇ ଜାଣନ୍ତୁ…

ଖେଳାଳିଙ୍କ ପାଇଁ ବିସିସିଆଇର ନୂଆ ନିୟମ ଆଣିଲା ନୂଆ ନିୟମ । ଏଣିକି ଅଧିକ ଓଜନର ଜିନିଷ ନେଇପାରିବେନି ଖେଳାଳି । କି କୌଣସି ବ୍ୟକ୍ତିଗତ ଯାନ, ପ୍ଲେନରେ ଯାତ୍ରା କରିପାରିବେନି । ବିସିସିଆଇ ଏପରି ନିୟମ ଆଣିବା ପଛର କାଣ କଣ ଆସନ୍ତୁ ଜାଣିବା । ବିଦେଶ ଗସ୍ତ ସମୟରେ ଖେଳାଲି କେତେ ଓଜନ ନେଇ ଯାତ୍ରା କରିବେ ତାହା ଉପରେ ଏକ ନୂଆ ନିୟମ ଲାଗୁ କରିଛି ବିସିସିଆଇ । ଏହି ନିୟମ ଲାଗୁ…

Read More

ଚାଲିପାରିଲାନି ଗୃହ, ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଅପରାହ୍ନ ୪ଟା ଯାଏଁ ମୁଲତବୀ

ବଜେଟ୍ ଅଧିବେସନର ଦ୍ୱିତୀୟ ଦିନ ଆରମ୍ଭରୁ ଗୃହ ମୁଲତବି । ଗୃହ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହୋହାଲ୍ଲା ଦେଖିବାକୁ ମିଳିଥିଲା । ଚାଷୀ ପ୍ରସଙ୍ଗରେ ବିଜେଡି ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଗର୍ଜିଥିଲେ ଦୁଇ ଦଳର ବିଧାୟକ । ହୋହାଲ୍ଲା ଭିତରେ ପ୍ରଥମେ ୧୨ଟା ଯାଏଁ ଗୃହକୁ ମୁଲତବି କରାଯାଇଥିଲା । ପରେ ପୁଣି ଗୃହରେ ବିରୋଧୀ ହଟ୍ଟଗୋଳ କରିବାରୁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।

Read More

ମୋଦୀ-ଟ୍ରମ୍ପଙ୍କ ଭେଟଘାଟ୍ । ଉଛୁଳିଲା ଷ୍ଟକ ମାର୍କେଟ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକର ପ୍ରଭାବ ଭାରତୀୟ ଷ୍ଟକ୍ ବଜାର ଉପରେ ଦେଖିବାକୁ ମିଳିଛି । ସପ୍ତାହର ଶେଷ ବାଣିଜ୍ୟ ଅଧିବେଶନରେ ଭାରତୀୟ ଷ୍ଟକ୍ ବଜାର ବଡ଼ ଲାଭ ସହିତ ଖୋଲିଛି। ବିଏସଇ ସେନସେକ୍ସ ୨୩୦ ପଏଣ୍ଟ ବୃଦ୍ଧି ସହିତ ୭୬୩୨୫ ରେ ଖୋଲିଥିଲା ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୬୫ ପଏଣ୍ଟ ବୃଦ୍ଧି ସହିତ ୨୩୦୯୬ ରେ ଖୋଲିଥିଲା। ଆଜିର କାରବାରରେ, ବି.ଏସ.ଇ ସେନସେକ୍ସର ୩୦ଟି…

Read More

ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ । ସରକାରଙ୍କୁ ଘେରିବେ ବିରୋଧୀ

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ । ଏଥର ଦୁଇଟି ପର୍ଯ୍ୟାୟରେ ହେବ ବଜେଟ୍ ଅଧିବେଶନ । ପ୍ରଥମ ଅଧିବେସନ ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୭ ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ଏବଂ ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ…

Read More

ଖାଦ୍ୟ ସାମଗ୍ରୀ ଶସ୍ତା ହେଲା, ମୁଦ୍ରାସ୍ଫୀତି 5 ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଲା

ଖୁଚୁରା ମୁଦ୍ରାସ୍ଫୀତି: ଦେଶର ସାଧାରଣ ଲୋକଙ୍କ ପାଇଁ ନୂଆ ବର୍ଷ ୨୦୨୫ ଖୁସିର ବାର୍ତ୍ତା ଆଣିଛି । ପୂର୍ବରୁ ସରକାର ବଜେଟରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରି ଏକ ବଡ଼ ଆଶ୍ୱସ୍ତି ଦେଇଥିଲେ । ତା’ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମଧ୍ୟ ରେପୋ ହାରକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୬.୫ ପ୍ରତିଶତରୁ ୬.୨୫ ପ୍ରତିଶତ କରିଛି । ଏବେ ମୁଦ୍ରାସ୍ଫୀତି ହ୍ରାସ ମଧ୍ୟ ଲୋକଙ୍କୁ ଖୁସି କରିଛି ।…

Read More

ପାକିସ୍ତାନ ସବୁଠାରୁ ବଡ଼ ରନ ଚେଜ୍‌, ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ତ୍ରି-ସିରିଜ ଫାଇନାଲରେ ପାକିସ୍ତାନ ।

PAK vs SA ତ୍ରି-ସିରିଜ ତୃତୀୟ ODI ହାଇଲାଇଟ୍ସ: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ, ପାକିସ୍ତାନ ଦଳ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଟାଇ ସିରିଜ୍ ଖେଳୁଛି । ସିରିଜର ତୃତୀୟ ଏକଦିବସୀୟ ମ୍ୟାଚ୍ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ, ପାକିସ୍ତାନ ODIରେ ତାର ସର୍ବୋଚ୍ଚ ସ୍କୋରକୁ ପିଛା କରି ଫାଇନାଲରେ ପ୍ରବେଶ କରିଥିଲା । ମ୍ୟାଚ୍‌ରେ ପାକିସ୍ତାନ ରନ୍‌ର ପିଛା କରି ୩୫୫ ରନ୍…

Read More