ଖଲ୍ଲିକୋଟରେ କଂଗ୍ରେସ ବୈଠକରେ ହଙ୍ଗାମା, ସଭାସ୍ଥଳ ରଣକ୍ଷେତ୍ର ପାଲଟିଲା

ଖଲ୍ଲିକୋଟ: କଂଗ୍ରେସର ସଂଗଠନ ସୃଜନ ଅଭିଯାନ ମଧ୍ୟରେ ଖଲ୍ଲିକୋଟରେ ବଡ଼ ବୈଠକ ହେବାକୁ ଥିଲା। ପିସିସି ପକ୍ଷରୁ ସେପ୍ଟେମ୍ବର ୧ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ୨୦୨୪ ନିର୍ବାଚନ ପରେ ପ୍ରଥମଥର ପାଇଁ ଖଲ୍ଲିକୋଟରେ ଏହି ବଡ଼ ବୈଠକ ବସିଥିଲା। ବୈଠକରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରା ନିଜ ଅଭିଭାଷଣ ସମୟରେ ବିବାଦୀୟ ବୟାନ ଦେବା ପରେ ସଭାସ୍ଥଳ ରଣକ୍ଷେତ୍ର ପାଲଟିଯାଇଥିଲା। ସେ ୨୦୨୪ ନିର୍ବାଚନ ସମୟରେ କଂଗ୍ରେସ…

Read More

ମହାନଦୀରେ ବନ୍ୟା ଆଶଙ୍କା: ହୀରାକୁଦ ଜଳସ୍ତର ବୃଦ୍ଧି, ୨୪ଟି ଗେଟ୍‌ ଖୋଲା

  ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବର୍ତ୍ତମାନ ୨୪ଟି ଗେଟ୍‌ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ଶୁକ୍ରବାର ଦୁଇ ପର୍ଯ୍ୟାୟରେ ହୀରାକୁଦର ଅତିରିକ୍ତ ୮ଟି ଗେଟ୍‌ ଖୋଲାଯାଇଛି।   ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୬.୪୧ ଫୁଟ୍‌ରେ ପହଞ୍ଚିଛି। ଏବେ ଡ୍ୟାମକୁ ୩ ଲକ୍ଷ ୮୬ ହଜାର ୦୨୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ମହାନଦୀରେ ବିଭିନ୍ନ…

Read More

କାଠଯୋଡ଼ି ନଦୀ ମଝିରେ ଫସିଗଲେ ଗୋରୁ ପଲ

କଟକ: ତ୍ରିଶୂଳିଆ ବ୍ରିଜ୍ ନିକଟସ୍ଥ କାଜିପାଟଣା ଅଞ୍ଚଳରେ କାଠଯୋଡ଼ି ନଦୀର ମଝି ବାଲୁକା ଅଞ୍ଚଳରେ ଗୋଧନ ପଲଟିଏ ଫସି ରହିଛି। ଗତକାଲି ଠାରୁ ୨୦ରୁ ଅଧିକ ଗୋରୁ ଚରୁଥିବା ବେଳେ ହଠାତ୍ ଜଳସ୍ତର ବୃଦ୍ଧି ପାଇବାରୁ ଏମାନେ ଅଟକି ପଡ଼ିଛନ୍ତି। ହୀରାକୁଦ ବନ୍ଧର ୨୪ଟି ଗେଟ୍ ଖୋଲାଯିବା ଯୋଗୁଁ ନଦୀରେ ଜଳସ୍ତର ଅଚାନକ ବୃଦ୍ଧି ପାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚିନ୍ତାର କାରଣ ହୋଇଛି, ଏବଂ ଗୋରୁମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ…

Read More

ପାରାଦୀପରେ କଂଗ୍ରେସ କାର୍ଯ୍ୟକ୍ରମରେ ଉତ୍ତେଜନା: ପୁଲିସ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ

ପାରାଦୀପ: ପାରାଦୀପରେ କଂଗ୍ରେସର ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ମଙ୍ଗଳବାର ଉତ୍ତେଜନାରେ ପରିଣତ ହୋଇଥିଲା। କାର୍ଯ୍ୟକ୍ରମ ସଂପର୍କରେ ସୂଚନା ନ ଦିଆଯିବା ଅଭିଯୋଗ ଆଣି କିଛି କଂଗ୍ରେସ କର୍ମୀ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ କର୍ମୀମାନେ ନିଜ ନିଜ ଭିତରେ ମୁହାଁମୁହିଁ ହୋଇଥିଲେ। ଯୁକ୍ତିତର୍କ ଓ ହୋହଲ୍ଲା ଯୋଗୁଁ ସ୍ଥାନୀୟ ପରିବେଶ ଉତ୍ତପ୍ତ ହୋଇ ଉଠିଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।…

Read More

ବାଲେଶ୍ବରରେ ପୁଣି ବନ୍ୟା ଆଶଙ୍କା, ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ବାଲେଶ୍ବର: ଜିଲ୍ଲାରେ ପୁଣିଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ବଢିଛି। ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବରେ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସେପଟେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ମଧ୍ୟ ସତର୍କ ସଙ୍କେତ ଉପରେ ରହିଛି। ଏହି ପରିସ୍ଥିତି ଜିଲ୍ଲାବାସୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ସୁବର୍ଣ୍ଣରେଖା ନଦୀରେ ମଧ୍ୟ ପାଣିସ୍ତର ଅଧିକ ରହିଥିବାରୁ ଜିଲ୍ଲା ପ୍ରଶାସନ ସତର୍କ। ଯାତାୟାତ ବ୍ୟବସ୍ଥାକୁ ସୁଚାଳୁ ରଖିବା ପାଇଁ କେତେକ ରାସ୍ତାରେ ନିୟନ୍ତ୍ରଣ…

Read More

ମହାନଦୀରେ ବନ୍ୟା ଆଶଙ୍କା: ଖୋଲିଛି ମୋଟ୍ ୨୦ଟି ଗେଟ୍

ଭୁବନେଶ୍ୱର: ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଗୁରୁତର ହୋଇଛି। ଛତିଶଗଡ଼ ଓ ମହାନଦୀର ଉପର ମୁଣ୍ଡରେ ଲଗାତାର ପ୍ରବଳ ବର୍ଷା ହେବାରୁ ହୀରାକୁଦ ବାନ୍ଧରେ ଜଳସ୍ତର ତୀବ୍ର ଗତିରେ ବଢୁଛି। ପାଣିର ଚାପ କମାଇବା ପାଇଁ ବାନ୍ଧ କର୍ତ୍ତୃପକ୍ଷ ଆଜି ଆଉ ୪ଟି ଗେଟ୍ ଖୋଲିଛନ୍ତି। ଏବେ ମୋଟ୍ ୨୦ଟି ଗେଟ୍‌ ଦ୍ୱାରା ବନ୍ୟା ପାଣି ନିଷ୍କାସିତ ହେଉଛି। ହୀରାକୁଦ ବାନ୍ଧରୁ ପାଣି ଛାଡ଼ାଯାଉଥିବାରୁ ମହାନଦୀର ତଳ ମୁଣ୍ଡରେ ପାଣିସ୍ତର ବଢ଼ିବା ସ୍ୱାଭାବିକ। ଏହି…

Read More

ସହରାଞ୍ଚଳ ହେବ ଗର୍ତ୍ତମୁକ୍ତ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପରତା

ଭୁବନେଶ୍ୱର: ରାଜ୍ୟର ସମସ୍ତ ସହରାଞ୍ଚଳକୁ ଗର୍ତ୍ତମୁକ୍ତ ଓ ମୁକୁଳା ଡ୍ରେନରୁ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୃହ ଓ ନଗର ଉନ୍ନୟନ ବିଭାଗ କାର୍ଯ୍ୟକ୍ଷେତ୍ରରେ ତତ୍ପରତା ଦେଖାଇଛି। ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମକୁ ଚିଠି ଲେଖି ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ…

Read More

ଆଫଗାନିସ୍ତାନରେ ପୁଣି ଭୂମିକମ୍ପ, ୨୨୦୦ ଲୋକଙ୍କ ମୃତ୍ୟୁ

କାବୁଲ: ଆଫଗାନିସ୍ତାନ ପୁଣିଥରେ ଭୂମିକମ୍ପରେ କମ୍ପିଲା। ଜର୍ମାନୀ ରିସର୍ଚ୍ଚ ସେଣ୍ଟର ଫର୍‌ ଜିୟୋସାଇନ୍ସ ଅନୁସାରେ, ଗୁରୁବାର ଦକ୍ଷିଣ-ପୂର୍ବ ଆଫଗାନିସ୍ତାନରେ ୬.୨ ତ୍ରୀବତାର ଭୂକମ୍ପ ଅନୁଭୂତ ହୋଇଛି। ଚଳିତ ସପ୍ତାହରେ ଲଗାତାର ଭୂମିକମ୍ପରେ ଏବେସୁଦ୍ଧା ୨୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬୦୦ ଲୋକ ଗୁରୁତର ଆହତ ହୋଇଛନ୍ତି। ଭୂମିକମ୍ପର ପ୍ରଭାବରେ ଶତାଧିକ ଘର-ଦ୍ୱାର ଭାଙ୍ଗିଯାଇଛି ଓ ଅନେକ ଅଞ୍ଚଳ ଧ୍ବଂସସ୍ତୂପରେ ପରିଣତ ହୋଇଛି। ପୂର୍ବରୁ ଆସିଥିବା ଭୂମିକମ୍ପରେ କୁନାର ଓ ନାଙ୍ଗରହାର ପ୍ରାନ୍ତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା।ଲଗାତାର…

Read More

ରାତିରେ ଦାଦନ ଚାଲାଣ ରୋକିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାତିରେ ଷ୍ଟେସନରୁ ଦାଦନ ଚାଲାଣ ହେଉଥିବା ବିଷୟରେ କଟକଣା ଲଗାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରମ ବିଭାଗକୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ସମ୍ପର୍କରେ ଶ୍ରମ ବିଭାଗ ସଚିବ ଏବଂ ଶ୍ରମ କମିଶନରଙ୍କୁ ଚିଠି ଲେଖାଯାଇଛି। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ରୁ ବେଆଇନ ଭାବରେ ଶ୍ରମିକ ଚାଲାଣ ହେଉଥିବା ଖବର ମିଳିଛି। ଠିକାଦାରମାନେ ରେଳ ମାଧ୍ୟମରେ ଅମାନବୀୟ ଅବସ୍ଥାରେ ଶ୍ରମିକମାନଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ପଠାଇ ଶାରୀରିକ ଓ ଆର୍ଥିକ ଶୋଷଣ କରୁଛନ୍ତି।…

Read More

ତାମିଲନାଡ଼ୁରେ ଏନଡିଏକୁ ବଡ଼ ଝଟକା: ମେଣ୍ଟରୁ ଓହରିଲେ ଟିଟିଭି ଦିନାକରଣ

ତାମିଲନାଡ଼ୁ: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ପାଇଁ ବଡ଼ ଝଟକା। ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନ୍ନୀରସେଲଭମ ଏବଂ ଏବେ ଟିଟିଭି ଦିନାକରଣ ମେଣ୍ଟ ଛାଡ଼ି ଚାଲିଯାଇଛନ୍ତି। ଏହି ଦୁଇ ନେତାଙ୍କ ବିଚ୍ଛେଦ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ NDAକୁ ଶକ୍ତ ଧକ୍କା ଦେଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପରାମର୍ଶ ଅନୁଯାୟୀ ସମସ୍ତ ଛୋଟ ଦଳକୁ ମେଣ୍ଟରେ ସାମିଲ କରିବାକୁ ଚେଷ୍ଟା ଚାଲିଥିଲା। କିଛି ମାସ ତଳେ ଶାହଙ୍କ ଉଦ୍ୟମରେ AIADMK ପୁଣି NDAରେ ସାମିଲ…

Read More