ମୃତ ଲୋକଙ୍କ ଆଧାର ନମ୍ବର ବନ୍ଦ କଲା UIDAI

ନୂଆଦିଲ୍ଲୀ: ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ମୃତ ଲୋକଙ୍କର ଆଧାର ନମ୍ବରର ଅପବ୍ୟବହାର ରୋକିବା ପାଇଁ ନେଇଛି ବଡ଼ ପଦକ୍ଷେପ । ଏପର୍ଯ୍ୟନ୍ତ UIDAI ୧.୧୭ କୋଟିରୁ ଅଧିକ ଆଧାର ନମ୍ବରକୁ ବନ୍ଦ କରିସାରିଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୃତ ବ୍ୟକ୍ତିଙ୍କ ଆଧାର ନମ୍ବର ବ୍ୟବହାର କରି କୌଣସି ଠକେଇ ନ ହେଉ।UIDAI ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ଠାରୁ ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧.୫୫ କୋଟି ମୃତ୍ୟୁ ରେକର୍ଡ ସଂଗ୍ରହ କରିଛି।…

Read More

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାରେ ବରିଷ୍ଟ ନେତା ବିଜୟମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ୱର: ବାଲେଶ୍ୱର ଫକୀର ମୋହନ କଲେଜରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଓଡ଼ିଶାରେ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ସମ୍ପର୍କରେ ବରିଷ୍ଠ ନେତା ବିଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ଘଟଣାକୁ ଆରମ୍ଭରୁ ହାଲୁକା ଭାବେ ନେବା ଉଚିତ୍ ହୋଇନାହିଁ।ଏହି ଘଟଣାର ତଦନ୍ତ କୋର୍ଟର ହେବା ଉଚିତ, ଯାହା ଦ୍ୱାରା ସତ ବାହାରକୁ ଆସିବ ଓ ଦୋଷୀମାନଙ୍କୁ ଦଣ୍ଡ ମିଳିବ। ସେ ସରକାରଙ୍କ ଉପରେ ଅପବାଦ ଲଗାଇଛନ୍ତି ଯେ ସରକାର…

Read More

ଆପଣ ବି ଦଲିଆ ଏବଂ ଓଟ୍ସ ଖାଉଛନ୍ତି କି?

ଭୁବନେଶ୍ୱର: ଆଜିକାଲିର ଜୀବନଶୈଳୀରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ। ସକାଳର ଜଳଖିଆ ଖାଇବା ଅତ୍ୟନ୍ତ ଉପକାରୀ କାରଣ ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ବର୍ତ୍ତମାନ ସମୟରେ ଦଲିଆ ଓ ଓଟ୍ସ ଦୁଇଟି ଲୋକପ୍ରିୟ ଓ ପୁଷ୍ଟିକର ଖାଦ୍ୟ ଅଟେ, ଯାହାକୁ ଲୋକେ ଏବେ ନିଜ ଖାଦ୍ୟ ତାଲିକାରେ ସାମିଲ କରିଛନ୍ତି। କିନ୍ତୁ, ଏହା ମଧ୍ୟରୁ କେଉଁଟି ଅଧିକ ଉପକାରୀ? ତେବେ ଜଣିରଖନ୍ତୁ ଦଲିଆ ଓ ଓଟ୍ସର କଣ ରହିଛି ଉପକାରିତା। ଦଲିଆ: ଦଲିଆ ହେଉଛି ଗହମର…

Read More

ନ୍ୟୁଜରେ ରହିବା ପାଇଁ ଏମିତି କରୁଛନ୍ତି ବିଜେଡି-କଂଗ୍ରେସ: ଅପରାଜିତା

ଭୁବନେଶ୍ୱର : ଆଜି କଂଗ୍ରେସର ବନ୍ଦ ପାଳନ ସହ ଗତକାଲି ବିଜେଡିର ବିରୋଧ ପ୍ରଦର୍ଶନକୁ ନେଇ ଆଜି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ସେ କହିଛନ୍ତି ଯେ ବିଜେଡ଼ି ସରକାର ଓଡିଶାକୁ 24 ବର୍ଷ ଶାସନ କରିଛି | ଯିଏ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେହି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ସମସ୍ତେ ଜାଣିଛନ୍ତି | ପୀଡ଼ିତାଙ୍କୁ ଭେଟିବା ପାଇଁ ଥରେ ବି…

Read More

ଟ୍ୱିନସିଟିରେ ବନ୍ଦ ଡାକରାର ପଡିଲା ପ୍ରଭାବ

ଭୁବନେଶ୍ବର: କଂଗ୍ରେସ ସହ ଅନ୍ୟ ଦଳମାନଙ୍କର ବନ୍ଦ ଡାକରାର ପ୍ରଭାବ ପୁରା ରାଜ୍ୟରେ ଦେଖିବାକୁ ମିଳିଛି | ବାଲେଶ୍ୱରର ଏଫଏମ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ଏବଂ ଅନ୍ୟ ସାତଟି ବିରୋଧୀ ଦଳ ଦ୍ୱାରା ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଗୁରୁବାର ରାଜ୍ୟର ପ୍ରମୁଖ ସହରାଞ୍ଚଳଗୁଡ଼ିକରେ ଜୀବନଯାତ୍ରାକୁ ଠପ୍ କରିଦେଇଛି । ଧର୍ମଘଟ ଆରମ୍ଭ ହେବାର ପ୍ରାୟ ଦୁଇ ଘଣ୍ଟା ପରେ, ଭୁବନେଶ୍ୱର ଏବଂ କଟକ ଟୁଇନ ସିଟିରେ ରାଜନୈତିକ…

Read More

ସାରା ଓଡିଶା ବନ୍ଦ: ସବୁଠାରେ ପଡିଲା ପ୍ରଭାବ

ଭୁବନେଶ୍ବର: ଅଖିଳ ଭାରତୀୟ କଂଗ୍ରେସ କମିଟିର ତତ୍ତ୍ବାବଧାନରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟରେ ଆନ୍ଦୋଳନର ଡାକରା ଦେଇଛି। ପୂର୍ବ ନିଷ୍ପତ୍ତି କ୍ରମେ କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଆନ୍ଦୋଳନ ସମୟରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ବାଲେଶ୍ବରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ…

Read More

ଯକୃତକୁ ସଫା ରଖେ ଏହି ପରିବା

ଭୁବନେଶ୍ୱର: ଯକୃତ ହେଉଛି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଶରୀରରୁ ବିଷାକ୍ତ ଜିନିଷକୁ ବାହାର କରିଦିଏ, ଖାଦ୍ୟ ହଜମ କରିବା ସହିତ ଶରୀରକୁ ଶକ୍ତି ମଧ୍ୟ ଦେଇଥାଏ। କିନ୍ତୁ ଆଜିକାଲି ଅଧିକ ତେଲ, ଚିନି ଓ ଜଙ୍କ ଫୁଡ୍ ଖାଇବା ଯୋଗୁଁ ଯକୃତ ଉପରେ ବହୁତ ଚାପ ପଡୁଛି। ଏହା ଯକୃତକୁ ଦୁର୍ବଳ କରିପାରେ ଓ ଅନେକ ରୋଗର କାରଣ ମଧ୍ୟ ହୋଇପାରେ। ହେଲେ ଚିନ୍ତା କରନ୍ତୁ ନାହିଁ କିଛି ସାଧାରଣ ପରିବା ଖାଇଲେ…

Read More

ଆପଣଙ୍କ ଫେସବୁକ୍ ଆଉ କେହି ବ୍ୟବହାର କରୁଛନ୍ତି କି ❓

ନୂଆଦିଲ୍ଲୀ: ଆଜିର ଡିଜିଟାଲ୍ ଯୁଗରେ, ସୋସିଆଲ ମିଡିଆ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ବର୍ତ୍ତମାନ ସମୟରେ ଫେସବୁକ୍ କେବଳ କଥାବାର୍ତ୍ତାର ମାଧ୍ୟମ ନୁହେଁ, ଏହାଛଡା ଲୋକମାନେ ଏହା ମାଧ୍ୟମରେ ନିଜର କାମ, ବ୍ୟବସାୟ ଏବଂ ପରିଚୟକୁ ପ୍ରୋତ୍ସାହିତ ମଧ୍ୟ କରୁଛନ୍ତି। ଏପରି ପରିସ୍ଥିତିରେ, ଯଦି କେହି ଆପଣଙ୍କ ଅଜାଣତରେ ଆପଣଙ୍କ ଫେସବୁକ୍ ଆକାଉଣ୍ଟର ବ୍ୟବହାର କରୁଛନ୍ତି, ତେବେ ଏହା କେବଳ ଚିନ୍ତାର ବିଷୟ ନୁହେଁ, ବରଂ ଆପଣଙ୍କ ଗୋପନୀୟତା ଏବଂ ସୁରକ୍ଷା ପାଇଁ ମଧ୍ୟ…

Read More

କେମିତି ଅଛନ୍ତି ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିଥିବା ଯୁବକ

ଭୁବନେଶ୍ୱର:ଫକୀର ମୋହନ ମହାବିଦ୍ୟାଳୟରେ ଆତ୍ମଦାହ ଉଦ୍ୟମ କରିବା ସମୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇବାକୁ ଚେଷ୍ଟା କରିଥିବା ଯୁକ୍ତ ତିନି ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ଵାଳ ଏବେ ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।ସୋମ୍ୟାଶ୍ରୀଙ୍କ ଦେହରୁ ନିଆଁ ଲିଭାଇବାକୁ ଯାଇ ସେ ପୋଡ଼ି ଯାଇଥିଲେ।ଶରୀରର ୧୫ ଭାଗ ପୋଡ଼ି ହୋଇଯାଇଛି । ନିଆଁ ସଂସ୍ପର୍ଶରେ ଆସି ତାଙ୍କ ବେକ, ମୁହଁ ଓ ଛାତିର କିଛି ଅଂଶ ପୋଡ଼ି…

Read More

ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବାଲେଶ୍ୱରରେ ତୀବ୍ର ଆନ୍ଦୋଳନ କଲା ବିଜେଡି

ଭୁବନେଶ୍ୱର : ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ବାଲେଶ୍ଵର ଜିଲ୍ଲା ବନ୍ଦ ଡାକରା ଦେଇ ତୀବ୍ର ବିରୋଧ କରିଛି ବିଜେଡି | ଆଜି ବିଜୁଜନତା ଦଳ ପକ୍ଷରୁ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା । ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ…

Read More